ଦିଲ୍ଲୀ-ଏନସିଆରର 80 ପ୍ରତିଶତ ପରିବାର ବିଷାକ୍ତ ପ୍ରଦୂଷିତ ବାୟୁ କାରଣରୁ ଅସୁସ୍ଥ : ସର୍ଭେ ରିପୋର୍ଟ
ଗତ କିଛି ସପ୍ତାହ ଧରି ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ 80% ପରିବାରର ଅତି କମରେ ଜଣେ ସଦସ୍ୟ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ରୋଗର ସମ୍ମୁଖୀନ ହେଉଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ସପ୍ତାହ ଧରି ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ 80% ପରିବାରର ଅତି କମରେ ଜଣେ ସଦସ୍ୟ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ରୋଗର ସମ୍ମୁଖୀନ ହେଉଛନ୍ତି । ରବିବାର ଦିନ ସୋଶାଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ ଦ୍ୱାରା କରାଯାଇଥିବା ଏକ ସର୍ଭେ ଦ୍ୱାରା ଏହା ପ୍ରକାଶ ପାଇଛି ।
ଆପଣଙ୍କୁ କହି ରଖୁଛୁ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବର୍ତ୍ତମାନ "ଅତ୍ୟନ୍ତ ଖରାପ" ଏବଂ "ଗୁରୁତର" ବର୍ଗ ମଧ୍ୟରେ ଅଛି । ବିଷାକ୍ତ ବାୟୁ ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ ସୃଷ୍ଟି କରୁଛି । ଲୋକମାନେ ଶ୍ୱାସରୋଗ, ଫୁସଫୁସ କର୍କଟ, ଆଖି ଜଳାପୋଡ଼ା, ଶ୍ୱାସ ନେବାରେ ଅସୁବିଧା, ହୃଦଘାତ ଭଳି ରୋଗରେ ପୀଡ଼ିତ ।

ସର୍ବେରେ କୁହାଯାଇଛି ଯେ ପ୍ରାୟ 18 ପ୍ରତିଶତ ଲୋକ ବିଷାକ୍ତ ପ୍ରଦୂଷିତ ବାୟୁ ଯୋଗୁଁ ସେମାନଙ୍କ ପରିବାରର ଅତି କମରେ ଜଣେ ସଦସ୍ୟ ଡାକ୍ତରଙ୍କ ପରାମର୍ଶ କରିଛନ୍ତି । ପ୍ରାୟ 22 ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ପରିବାରର ଜଣେ କିମ୍ବା ଅଧିକ ସଦସ୍ୟ ଡାକ୍ତରଙ୍କ ସହ ଏନେଇ ପରାମର୍ଶ କରିବା ସହ ଏଭଳି ପରିସ୍ଥିତିରେ କଣ କରିବେ ସେ ବିଷୟରେ ପଚାରିଛନ୍ତି ।
ଏହି ସର୍ଭେ 8,097 ଲୋକଙ୍କ ଉପରେ କରାଯାଇଥିଲା, ଯେଉଁଥିରୁ 69 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ସବୁବେଳେ ଗଳାରେ କଷ୍ଟ ଅନୁଭବ କରୁଛନ୍ତି । 56 ପ୍ରତିଶତ ଲୋକ ଆଖି ଜଳାପୋଡ଼ା ଅଭିଯୋଗ କରିଛନ୍ତି । ଏଥି ସହିତ, 50 ପ୍ରତିଶତ ନାକ ବୋହିବା ଏବଂ ଗହଳିରେ ଅଣନିଶ୍ୱାସୀ ହେବା ଭଳି ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି । 44 ପ୍ରତିଶତ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଆସ୍ଥମା ରୋଗରେ ପୀଡିତ ଅଛନ୍ତି । ଏପରିକି 44% ଲୋକ ଶୋଇବାରେ ଅସୁବିଧା ଭୋଗୁଛନ୍ତି । 31 ପ୍ରତିଶତ ଚିନ୍ତା ଏବଂ ଧ୍ୟାନ ଦେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଲୋକାଲ୍ ସର୍କଲର ପ୍ରତିଷ୍ଠାତା ସଚିନ୍ ତାପରିଆ କହିଛନ୍ତି, "ଦିଲ୍ଲୀ-ଏନସିଆରରେ ପାଞ୍ଚଟି ପରିବାର ମଧ୍ୟରୁ ଚାରି ପରିବାର କିଛି ସଦସ୍ୟ ପ୍ରଦୂଷଣ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଅବସ୍ଥା ଆହୁରି ବିଗିଡି ଯାଇଛି ।"












Click it and Unblock the Notifications