For Quick Alerts
Turn On Notification  
For Daily Alerts
Oneindia App Download

6 ରୁ 12 ବର୍ଷ ବୟସର ପିଲାମାନଙ୍କ ଉପରେ ଟିକା ପରୀକ୍ଷଣ କରିବAIIMS

6 ରୁ 12 ବର୍ଷର ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷା ମଙ୍ଗଳବାର ଠାରୁ ଦିଲ୍ଲୀସ୍ଥିତ AIIMS ରେ ଆରମ୍ଭ ହେବ । ଆସନ୍ତାକାଲି ଠାରୁ ସ୍କ୍ରିନିଂ ଆରମ୍ଭ ହେବ ।

|

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । କିନ୍ତୁ ତୃତୀୟ ଲହର ଆଶଙ୍କା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି । ଏହା କୁହାଯାଉଛି ଯେ ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ସରକାର ଏ ନେଇ ପ୍ରସ୍ତୁତି କରୁଛନ୍ତି । 6 ରୁ 12 ବର୍ଷର ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷା ମଙ୍ଗଳବାର ଠାରୁ ଦିଲ୍ଲୀସ୍ଥିତ AIIMS ରେ ଆରମ୍ଭ ହେବ । ଆସନ୍ତାକାଲି ଠାରୁ ସ୍କ୍ରିନିଂ ଆରମ୍ଭ ହେବ । ସ୍କ୍ରିନିଂ ପରେ 2 ରୁ 6 ବର୍ଷ ବୟସର ପିଲାମାନଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ ହେବ ।

corona-virus

ସରକାରଙ୍କ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ 6 ରୁ 12 ବର୍ଷ ବୟସର ପିଲାମାନଙ୍କ ଉପରେ ଏବଂ ପରେ 2 ରୁ 6 ବର୍ଷ ବୟସର ପିଲାମାନଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହେବ । 12 ରୁ 18 ବର୍ଷର ପିଲାମାନଙ୍କୁ କୋଭାକ୍ସିନ୍ ର ଡୋଜ୍ ଦିଆଯାଇଛି ଏବଂ ଏହି ବୟସ ବର୍ଗର ପରୀକ୍ଷା ଶେଷ ହୋଇଛି । ଶନିବାର ପର୍ଯ୍ୟନ୍ତ ଟୀକାକରଣ କରାଯାଇଥିବା ପିଲାମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ, ଭାରତର ଔଷଧ ନିୟାମକ ମେ 12 ରେ 2 ବର୍ଷରୁ 18 ବର୍ଷ ବୟସର ପିଲାଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷାକୁ ଅନୁମୋଦନ କରିଥିଲେ । ଏହାପୂର୍ବରୁ, ଭାରତ ବାୟୋଟେକ୍ ଟିକା ପିଲାଙ୍କ ପାଇଁ ଉପଯୁକ୍ତ କି ନାହିଁ ତାହା ଜାଣିବା ପାଇଁ ପାଟନାସ୍ଥିତ AIIMS ରେ ପରୀକ୍ଷଣ ଆରମ୍ଭ ହୋଇଛି । ମୋଦୀ ସରକାର 12-18 ବର୍ଷ ବୟସର 1 କୋଟି 30 ଲକ୍ଷ ପିଲାଙ୍କ ଉପରେ ଯୁଦ୍ଧକାଳୀନ ଭିତ୍ତିରେ 80% ଟୀକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi AIIMS Will Start Clinical Trail Of Vaccine On 6-12 year Children From Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X