ବଢିବ ସେନାର ଶକ୍ତି, 76,390 କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଭାରତୀୟ ସେନାର ତିନିବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ 76,390 କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କ୍ରୟକୁ ଅନୁମୋଦନ କରିଛି ।
ନୂଆଦିଲ୍ଲୀ : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଭାରତୀୟ ସେନାର ତିନିବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ 76,390 କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କ୍ରୟକୁ ଅନୁମୋଦନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ବୈଠକରେ ସଶସ୍ତ୍ର ବାହିନୀ ପାଇଁ 76,390 କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ମେଡ୍ ଆଣ୍ଡ ଡେଭଲପମେଣ୍ଟ ଇନ୍ ଇଣ୍ଡିଆ ବର୍ଗରେ ଏହି କ୍ରୟ କରାଯିବ । ଏହା ଭାରତୀୟ ପ୍ରତିରକ୍ଷା ଶିଳ୍ପ ପାଇଁ ଲାଭଦାୟକ ହେବ ଏବଂ ଆତ୍ମନିର୍ଭରଶୀଳ ଭାରତର ଅଭିଯାନକୁ ମଧ୍ୟ ମଜବୁତ କରିବ ବୋଲି ସରକାର କହିଛନ୍ତି ।
ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଭାରତୀୟ ସେନା ପାଇଁ ଅସ୍ତ୍ରଶସ୍ତ୍ର ଚିହ୍ନଟ ରାଡାର ସହିତ ରୁଫ୍ ଟେରେନ୍ ଫର୍କ ଲିଫ୍ଟ ଟ୍ରକ୍, ବ୍ରିଜ୍ ଲେଟିଂ ହ୍ୱିଲ୍ ଟ୍ୟାଙ୍କ, ଆଣ୍ଟି-ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ ଏବଂ ଆର୍ମୋର୍ଡ କମ୍ବାଟ୍ ଯାନ କ୍ରୟକୁ DAAC ଅନୁମୋଦନ କରିଛି । ପ୍ରାୟ 36000 କୋଟି ଟଙ୍କା ବ୍ୟୟରେ ଭାରତୀୟ ନୌସେନା ପାଇଁ ନେକ୍ସ୍ଟ ଜେନେରେସନ୍ କର୍ଭେଟ୍ସ (NGCs) କ୍ରୟକୁ DAC ଅନୁମୋଦନ କରିଛି । ଏହା ବ୍ୟତୀତ, ଡର୍ନିଅର୍ ବିମାନ ଏବଂ ସୁଖୋଇ -30 ଏମକେ ବିମାନର ଉତ୍ପାଦନ ମଧ୍ୟ ଆବଶ୍ୟକତାକୁ ଅନୁମୋଦନ କରାଯାଇଛି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications