ଏନସିସି କ୍ୟାଡେଟମାନଙ୍କୁ ସମ୍ବୋଧିତ କଲେ ରାଜନାଥ ସିଂହ: କହିଲେ ଟିମରେ କାମ କରିଲେ ଜୀବନରେ ଅନେକ ସିଦ୍ଧି ଆସିବ
ଏନସିସି ପିଲାମାନଙ୍କ ଭବିଷ୍ୟତର ବିକାଶ ପାଇଁ ଏକ ମାଇଲଖୁଣ୍ଟ । ଏଇଠୁ ଯାହା ଶିଖିଛ ତାହାକୁ ଜୀବନରେ ଲାଗୁ କରିବା ପାଇଁ ସିଏ ପରାମର୍ଶ ଦେଇଛନ୍ତି । ଦୁନିଆରେ ଯେ କୌଣସି ଘଟଣା ଦେଖନ୍ତୁ ସବୁଠି ଟିମ୍ ୱାର୍କ ଦେଖିବ ।

ଏନସିସି କ୍ୟାଡଟମାନଙ୍କୁ ସମ୍ବୋଧିତ କରିଛନ୍ତି ରାଜନାଥ ସିଂ । ସେ କହିଛନ୍ତି ମୋତେ ଏଠି ଦେଖିଲେ ଲାଗୁଛି ପୁରା ଭାରତ ମୋ ଆଗରେ ଅଛି । ସମସ୍ତେ ଆମେ ଭିନ୍ନତା ମଧ୍ୟରେ ଏକ ହୋଇଛି । ଆଜିର ପିଲାଙ୍କ କଳାକୃତି ମୋତେ ଆନନ୍ଦ ଦେଇଛି । ଏଇଠୁ ଆମକୁ ଅନୁଶାସନ, ବନ୍ଧୁତ୍ୱ, ଦାଇତ୍ୱ ଏବଂ ଲକ୍ଷ ପ୍ରତି ଦୃଢତା ଏବଂ ସିଦ୍ଧି ଶିଖାଇବ।
ଏନସିସି ପିଲାମାନଙ୍କ ଭବିଷ୍ୟତର ବିକାଶ ପାଇଁ ଏକ ମାଇଲଖୁଣ୍ଟ । ଏଇଠୁ ଯାହା ଶିଖିଛ ତାହାକୁ ଜୀବନରେ ଲାଗୁ କରିବା ପାଇଁ ସିଏ ପରାମର୍ଶ ଦେଇଛନ୍ତି । ଦୁନିଆରେ ଯେ କୌଣସି ଘଟଣା ଦେଖନ୍ତୁ ସବୁଠି ଟିମ୍ ୱାର୍କ ଦେଖିବ । ରାମ ରାବଣ ଯୁଦ୍ଧ ହେଉ କିମ୍ବା ସେତୁ ନିର୍ମାଣ କିମ୍ବା ଦେଶର ସ୍ୱାଧୀନତା ଆନ୍ଦୋଳନ ହେଉ ସବୁଠି ଟିମ୍ ୱାର୍କ ଜରୁରୀ ।
ରାଷ୍ଟ୍ର ସର୍ବୋପରି ଭାବନା ସହିତ ବଞ୍ଚିବା ପାଇଁ ରାଜନାଥ ସିଂ କହିଛନ୍ତି । ଆମର ଭାଷା , ସଂସ୍କୃତି , ପରମ୍ପରା ଅନେକ ରହିଛି କିନ୍ତୁ ଆମେ ଦେଶ ପାଇଁ ଏକହୋଇ କାମ କରିବୁ। ଟିମରେ କାମ କରିଲେ ଜୀବନରେ ଅନେକ ସିଦ୍ଧି ଆସିବ ବୋଲି ସେ କହିଛନ୍ତି ।
ଚଳିତବର୍ଷ କର୍ତ୍ତବ୍ୟ ପଥ ପାଇଁ ପରେଡ଼ରେ ୨୦୦ ଜଣିଆ ଏନସିସି କଣ୍ଟିଜେଣ୍ଟ ଭାଗ ନେବେ । ଏଥିରେ ଓଡ଼ିଶାର ୧୬ ଜଣ କ୍ୟାଡଟ ସାମିଲ ହେବେ । ୭ ଜଣ ପୁରୁଷ ଓ ୯ ଜଣ ମହିଳା । ସେହିପରି ୨୮ ରେ ପ୍ରଧାନମନ୍ତ୍ରୀ ଙ୍କ ପାରମ୍ପରିକ ଗାର୍ଡ ଅଫ ପରେଡ଼ ପାଇଁ ୫ ଜଣ ଓଡ଼ିଶାର କ୍ୟାଡଟ କଣ୍ଟିଜେଣ୍ଟ ସାମିଲ ହୋଇଛନ୍ତି ।












Click it and Unblock the Notifications