Get Updates
Get notified of breaking news, exclusive insights, and must-see stories!

କୃଷକ ସଂଗଠନ ରାଲିର ଆୟୋଜନ କରିଥିଲେ, ଲାଲକିଲ୍ଲା ହିଂସାରେ ମୋର ହାତ ନାହିଁ : ଦୀପ ସିଦ୍ଧୁ

ମୁଁ କେବଳ ଏକ ଭିଡିଓ ପୋଷ୍ଟ କରିଛି, ତାହା ମୋର ଦୋଷ ଥିଲା । ଭୁଲ କରିବା ଅପରାଧ ନୁହେଁ । ଗଣମାଧ୍ୟମ ମୋତେ ମୁଖ୍ୟ ଅଭିଯୁକ୍ତ ଭାବରେ ପରିଚିତ କରାଇଲା, ଯେହେତୁ ମୁଁ ଏକ ଭିଡିଓ ପୋଷ୍ଟ କରିଥିଲି ।

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶନକାରୀ ଚାଷୀଙ୍କ ଆନ୍ଦୋଳନ ସମୟରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟରେ ଲାଲିକିଲ୍ଲାରେ କେତେକ ପ୍ରଦର୍ଶନକାରୀ ହିଂସା ସୃଷ୍ଚି କରିବା ସହ ଭଙ୍ଗାରୁଜା କରିଥିଲେ । ଯାହା ପରେ ଏହି ଘଟଣାରେ ଅଭିନେତା ଦୀପ ସିଦ୍ଧୁଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗୁରୁବାର ଦିନ ସିଦ୍ଧୁଙ୍କ ଜାମିନ ଆବେଦନ ଉପରେ ପୁଣିଥରେ ଦିଲ୍ଲୀ କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟ ମଧ୍ୟରେ ତାଙ୍କ ଓକିଲ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇ ଜାମିନ ଦାବି କରିଥିଲେ । ସମସ୍ତ ପକ୍ଷର ଶୁଣାଣି ପରେ କୋର୍ଟ ପରବର୍ତ୍ତୀ ଶୁଣାଣି ଏପ୍ରିଲ 12 ରେ କରିବା ନେଇ ରାୟ ଦେଇଛନ୍ତି । ଏକାସାଙ୍ଗରେ ସିଦ୍ଧୁଙ୍କ ଭାଷଣର ଏକ ଟ୍ରାନ୍ସକ୍ରିପସନ୍ ମଗାଯାଇଛି ।

Deep-Sidhu

କୋର୍ଟରେ ସିଦ୍ଧୁ କହିଛନ୍ତି ଯେ, 26 ଜାନୁଆରୀରେ ଦିଲ୍ଲୀର କୃଷକ ସଂଗଠନ ପକ୍ଷରୁ ଏହି ବିରୋଧ କରାଯାଇଥିଲା । ମୁଁ କୌଣସି କୃଷକ ସଂଘର ସଦସ୍ୟ ନୁହେଁ ଏବଂ ଲାଲକିଲ୍ଲାକୁ ଯିବା ପାଇଁ ମୋର ଆହ୍ୱାନ ମଧ୍ୟ ନଥିଲା । ମୁଁ ଭିଡ଼ ଏକାଠି କରିଥଇବା ନେଇ କୌଣସି ପ୍ରମାମ ମଧ୍ୟ ନାହିଁ । ସିଦ୍ଧୁଙ୍କ ଅନୁଯାୟୀ ସେ ହିଂସା ସହ ଜଡିତ କୌଣସି କାର୍ଯ୍ୟ କରିନାହାଁନ୍ତି । ଏଥି ସହ ହିଂସା ପୂର୍ବରୁ ସେ ଏହି ଆନ୍ଦୋଳନ ଛାଡିଥିଲେ ।

ସିଦ୍ଧୁ ଆହୁରି କହିଛନ୍ତି ଯେ, 'ମୁଁ କେବଳ ଏକ ଭିଡିଓ ପୋଷ୍ଟ କରିଛି, ତାହା ମୋର ଦୋଷ ଥିଲା । ଭୁଲ କରିବା ଅପରାଧ ନୁହେଁ । ଗଣମାଧ୍ୟମ ମୋତେ ମୁଖ୍ୟ ଅଭିଯୁକ୍ତ ଭାବରେ ପରିଚିତ କରାଇଲା, ଯେହେତୁ ମୁଁ ଏକ ଭିଡିଓ ପୋଷ୍ଟ କରିଥିଲି । ଗଣମାଧ୍ୟମ ମୋତେ କାହିଁକି ଷଡଯନ୍ତ୍ରକାରୀ ବୋଲି କହିଲା ମୁଁ ଜାଣେ ନାହିଁ ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+