ମୁମ୍ବାଇ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି, 70 ରୋଗୀ ଉଦ୍ଧାର
ମୁମ୍ବାଇ ମଲରେ ଥିବା କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ବୋଇଛି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବା ବେଳେ ଜାକ୍ତରଖାରାନାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଛି ।
ମୁମ୍ବାଇ : ମୁମ୍ବାଇ ମଲରେ ଥିବା କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ବୋଇଛି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବା ବେଳେ ଜାକ୍ତରଖାରାନାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ସେଠାରୁ 706 ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଥିବା ନେଇ ଶୁକରବାର ଜଣେ ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ନିଆଁକୁ ଆୟତ୍ତ କରିବା ପାଇଁ 20 ରୁ ଅଧିକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧିକାରୀ କହିଛନ୍ତି ଯେ ମଧ୍ୟରାତ୍ରିରେ ଭାନ୍ଦୁପ ଅଞ୍ଚଳର ସନରାଇଜ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଥିବା ନେଇ ପୋଲିସ୍ ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

ଡାକ୍ତରଖାନା ତରଫରୁ ଏକ ବିବୃତିରେ କୁହାଯାଇଛି, ଭାନ୍ଦୁପସ୍ଥିତ 'ଡ୍ରିମ୍ସ୍ ମଲ୍'ର ପ୍ରଥମ ମହଲାରେ ନିଆଁ ଲାଗିବାରୁ ସବା ଉପର ମହଲାରେ ଥିବା ହସ୍ପିଟାଲ୍ରେ ଧୂଆଁ ପ୍ରବେଶ କରିଥିଲା । ସମସ୍ତ 'ଫାୟାର୍ ଆଲାର୍ମ' ବାଜି ଉଠିବାରୁ ରୋଗୀମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇ ପାରିଲା । ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଦମକଳ ବାହୀନି ନିଆଁ ଲିଭାଉଥିଲେ । କିନ୍ତୁ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ, 73 ଜଣ କୋଭିଡ୍-19 ରୋଗୀଙ୍କ ମଧ୍ୟରୁ 30ଜଣଙ୍କୁ 'ମୁଲୁନ୍ଦ ଜମ୍ବୋ ସେଣ୍ଟର୍'କୁ ଏବଂ 3ଜଣଙ୍କୁ 'ଫୋର୍ଟିସ୍ ହସ୍ପିଟାଲ୍'କୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣା ପରେ ମୁମ୍ବାଇ ମେୟର କିଶୋରୀ ପେଡନେକର ଏହି ସ୍ଥାନ ପରିଦର୍ଶନ କରି ମଲ ଭିତରେ ଏକ ଡାକ୍ତରଖାନା ପରିଚାଳିତ ହେଉଥିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଏକ ମଲରେ ଡାକ୍ତରଖାନା ଦେଖିଲି । ଏହା ଅତ୍ୟନ୍ତ ଗୁରୁତର ପରିସ୍ଥିତି । ସାତ ଜଣ ରୋଗୀ ଭେଣ୍ଟିଲେଟରରେ ଥିଲେ । 70 ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ନିଆଯାଇଛି । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ।
ମୁମ୍ବାଇରେ କରୋନାଭାଇରସ୍ ମାମଲାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଏହି ଘଟଣା ଘଟିଛି । ଗୁରୁବାର ଦିନ ସହରରେ 5,504 ନୂତନ ସଂକ୍ରମଣ ହୋଇଥିଲା, ଯାହା ମହାମାରୀ ଆରମ୍ଭ ହେବା ପରଠାରୁ ଦାନିକ ସର୍ବାଧିକ ମାମଲା ।












Click it and Unblock the Notifications