ମୋଦୀ-ଯୋଗୀଙ୍କୁ ହତ୍ୟା ଧମକ ! ମିଡିଆ ହାଉସକୁ ମିଳିଲା ଧମକପୂର୍ଣ୍ଣ ମେଲ୍
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତର ପ୍ରଦେଶ ଯୋଗୀଙ୍କୁ ମିଳିଛି ହତ୍ୟା ଧମକ । ପ୍ରାଇଭେଟ ଟେଲିଭିଜନ ନ୍ୟୁଜ୍ ଗ୍ରୁପ୍ ନୋଏଡା ପୋଲିସକୁ ସୂଚନା ଦେଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ମିଳିଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମିଡିଆ ହାଉସ ମାଧ୍ୟମରେ ଆମେ ଏ ବିଷୟରେ ସୂଚନା ପାଇଛୁ । ପୋଲିସ କହିଛି ଯେ ଟିଭି ଚ୍ୟାନେଲର ପ୍ରତିନିଧୀଙ୍କଠାରୁ ସୂଚନା ପାଇବା ପରେ ଆମେ ଏ ବାବଦରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛୁ ଏବଂ ଏହାର ତଦନ୍ତ ଆରମ୍ଭ କରିଛୁ ।

ପୋଲିସ୍ କହିଛି, 'ଏହି ଟିଭି ଚ୍ୟାନେଲ ନୋଏଡା ସେକ୍ଟର 16 ଏ ଫିଲ୍ମ ସିଟିରେ ଅବସ୍ଥିତ । ମଙ୍ଗଳବାର ଦିନ ଟିଭି ଚ୍ୟାନେଲର ପ୍ରତିନିଧୀ ଆମକୁ ସୂଚନା ଦେଇଛନ୍ତି । ଏବିପି ନେଟୱାର୍କର ମ୍ୟାନେଜର ବିଜୟ କୁମାର ପୋଲିସକୁ ଦିଆଯାଇଥିବା ସୂଚନାରେ କହିଛନ୍ତି ଯେ ଆମେ ଆପଣଙ୍କ ଧ୍ୟାନରେ ଆଣିବାକୁ ଚାହୁଁଛୁ, ଆମର CFO ଦଳ 3 ଅପ୍ରେଲ ରାତି 10.23 ରେ ଏକ ଇମେଲ୍ ଗ୍ରଣ କରିଛି ।
ଏହି ଇମେଲ କାର୍ତ୍ତିକ ସିଂହ ନାମକ ଜଣେ ବ୍ୟକ୍ତି ଦ୍ୱାରା mailto: [email protected] "[email protected] ଆଇଡି ରୁ ମେଲ୍ କରାଯାଇଛି । ମେଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି ।
ସହକାରୀ ପୋଲିସ କମିଶନର ରଜନୀଶ ବର୍ମା କହିଛନ୍ତି ଯେ ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାର ଅନୁସନ୍ଧାନ ପାଇଁ ଦୁଇ ଜଣିଆ ଟିମ୍ ଗଠନ କରାଯାଇଛି । ବର୍ମା କହିଛନ୍ତି ଯେ ନ୍ୟୁଜ୍ ଚ୍ୟାନେଲ ଏବଂ ମିଡିଆ ହାଉସ୍ ଆମକୁ ଏହିପରି ମେଲ୍ ବିଷୟରେ ସୂଚନା ଦେଇଥାଏ, ଯାହା ସାଧାରଣତଃ ଗମ୍ଭୀରତାର ସହ ନିଆଯାଏ ନାହିଁ । ଯେହେତୁ ଏହି ଧମକ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି, ଆମେ ଏହା ବିଷୟରେ ସଚେତନ ଏବଂ ଇମେଲ ପ୍ରେରକକୁ ଟ୍ରାକିଂ କରୁଛୁ । ନୋଏଡା ସେକ୍ଟର 20 ପୋଲିସ ଷ୍ଟେସନରେ ଆଇପିସିର ଧାରା 153A ଅଧୀନରେ ଏକ ମାମଲା ରୁଜୁ ହୋଇଛି ।












Click it and Unblock the Notifications