ଗଙ୍ଗା ନଦୀ କୂଳରେ ବାଲିରେ ପୋତା ହୋଇଛି ଶବ

କରୋନା ମହାହମାରୀ ସମୟରେ ଗଙ୍ଗାରେ ଶବ ଭାସିବା ଖବର ପ୍ରକାଶ ପାଇବା ପରେ ପରେ ଉନ୍ନାଓ ଜିଲ୍ଲାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗଙ୍ଗା ନଦୀ କୂଳରେ ବାଲିରେ ବହୁ ସଂଖ୍ୟକ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି ।

ଉନ୍ନାଓ : କରୋନା ମହାହମାରୀ ସମୟରେ ଗଙ୍ଗାରେ ଶବ ଭାସିବା ଖବର ପ୍ରକାଶ ପାଇବା ପରେ ପରେ ଉନ୍ନାଓ ଜିଲ୍ଲାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗଙ୍ଗା ନଦୀ କୂଳରେ ବାଲିରେ ବହୁ ସଂଖ୍ୟକ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ କହିଛନ୍ତି ଯେ ଅର୍ଥ ଅଭାବରୁ ଲୋକମାନେ ହିନ୍ଦୁ ରୀତିନୀତିରେ ଶବ ସଂସ୍କାର ନ କରି ପାରି ମୃତଦେହକୁ ପୋତ୍ ଦେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତ ଏକ ମାସ ମଧ୍ୟରେ ତିନି ଶହରୁ ଅଧିକ ଶବ ସତ୍କାର ହେବା ପାଇଁ ଏଠାକୁ ଆସିଛି । ତେବେ ଅଧିକାଂଶ ମୃତଦେହ ବାଲିରେ ଗାତ ଖୋଳି ପୋତି ଦିଆଯାଇଛି ।

buried In Sand

ଉନ୍ନାଓ ଜିଲ୍ଲାର ହାଜିପୁର ଆଉଟପୋଷ୍ଟ ଅଞ୍ଚଳର ରୌତାପୁର ଘାଟ ଏବଂ ବକ୍ସରରେ ଷବ ପୋତା ହୋଇଥିବା ଫଟୋ ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଠାରେ ଚାରି ଶହରୁ ଅଧିକ ଶବକୁ ଶବଦାହ କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋତା ଯାଇଛି । ଏପରିକି ଶବ ପୋତିବା ପାଇଁ ଗଙ୍ଗା କୂଳରେ ଆଉ ଜାଗା ନତିବା ମଧ୍ୟ କୁହାଯାଉଛି । ପ୍ରତିଦିନ 12ରୁ ଅଧିକ ଶବ ଅନ୍ତିମ ସଂସ୍କାର କରାଯାଉଛି । ଯାହାକି କୋଡିଏ ଦିନ ପୂର୍ବରୁ ମାତ୍ର 2 ରୁ 3 ଥିଲା । ଏହି ରୌତାପୁର ଘାଟରେ ପିପରି, ଲାଙ୍ଗାଡାପୁରୱା, ମିର୍ଜାପୁର, ଭଟପୁରୱା, ରାଜପୁର, କାନିକାମାଉ ସମେତ ଆହୁରି 10 ରୁ 12 ଗାଁର ଲୋକ ଏଠାକୁ ଶବ ସତ୍କାର କରିବାକୁ ଆସିଥାନ୍ତି ।

ବାଲିରେ ଶବ ପୋତା ହୋଇଥିବା ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଏକ ଟିମ୍ ସେହି ସ୍ଥାନରେ ପହଞ୍ଚିଛନ୍ତି । ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଉନ୍ନାଓ ଡିଏମ ରବିନ୍ଦ୍ର କୁମାର କହିଛନ୍ତି, 'ଆମ ଦଳ ନଦୀଠାରୁ କିଛି ଦୂରରେ ମୃତଦେହ ପୋତାହୋଇଥିବା ଦେଖିବାକୁ ପାଇଛନ୍ତି । ଅନ୍ୟ ଅଞ୍ଚଳରେ ଅଧିକ ମୃତଦେହ ଖୋଜା ଚାଲିଛି । ଲୋକଙ୍କ ସହ ଏନେଇ ପଚରାଉଚୁରା କରିବାକୁ କୁହାଯାଇଛି । ଏହା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।'
ତେବେ ଶବଗୁଡ଼ିକର କରୋନା ସଂକ୍ରମିତ ହୋଇଥିବା କଥାକୁ ଡିଏମ୍ ଏଡ଼ାଇ ଦେଇଛନ୍ତି । ମୃତଦେହକୁ ଏପରି ଖାଲି ଦେଖି କିଛି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଦଳର ସୂଚନା ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରବୀନ୍ଦ୍ର କୁମାର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+