ଜାତୀୟ ରାଜଧାନୀରେ ଅସୁରକ୍ଷିତ ମହିଳା, ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ କାରରେ ଘୋଷାଡ଼ି ନେଲେ 15 ମିଟର
ଏକ କାର୍ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ 15 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ।ଏପରି ଏକ ଘଟଣା ଘଟିଛି ବୁଧବାର ରାତିରେ । ରାତି ପ୍ରାୟ 3 ଟା 11 ମିନିଟରେ ଏମ୍ସ 2 ନମ୍ବର ଗେଟ୍ ସାମ୍ନାରେ ଘଟିଛି ଏପରି ଘଟଣା ।

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଥର କୌଣସି ସାଧାରଣ ମହିଳା ନୁହଁ, ଖୋଦ୍ ମହିଳା ଆୟୋଗର ଅଧ୍ୟକ୍ଷ ହୋଇଛନ୍ତି ଆକ୍ରମଣର ଶିକାର । ଏକ କାର୍ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ 15 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ।
ଏପରି ଏକ ଘଟଣା ଘଟିଛି ବୁଧବାର ରାତିରେ । ରାତି ପ୍ରାୟ 3 ଟା 11 ମିନିଟରେ ଏମ୍ସ 2 ନମ୍ବର ଗେଟ୍ ସାମ୍ନାରେ ଘଟିଛି ଏପରି ଘଟଣା ।ରାଜଧାନୀରେ ମହିଳାଙ୍କ ସୁରକ୍ଷାକୁ ନେଇ ତଦାରଖ କରିବାକୁ ପହଞ୍ଚିଥିଲେ ସ୍ୱାତୀ ମାଲିୱାଲ । ଏହି ସମୟରେ ଜଣେ ମଦ୍ୟପ ବ୍ୟକ୍ତି କାର୍ ରେ ଆସି ତାଙ୍କୁ ଯିବାକୁ ବାଧ୍ୟ କରିଥିଲା । ସ୍ୱାତୀ ସେହି ବ୍ୟକ୍ତିଙ୍କ ସହ ଯିବାକୁ ମନା କରିବାରୁ ସେ ସେଠାରୁ ପଳାଇଯାଇଥିଲା । ପୁଣି 10 ମିନିଟ୍ ପରେ ୟୁ-ଟର୍ଣ୍ଣ କରି ଆସି ତାଙ୍କ ସହ ଯିବାକୁ ସ୍ୱାତୀଙ୍କୁ ବାଧ୍ୟ କରିଥିଲା । ଏପରିକି ବ୍ୟକ୍ତ ଜଣକ ସ୍ୱାତୀଙ୍କ ସହ ଖରାପ ବ୍ୟବହାର କରିଥିଲା । ସ୍ୱାତୀ ଏହାର ପ୍ରତିବାଦ କରିବାରୁ ସେ କାର୍ ର ଝରକା ବନ୍ଦ କରି ସ୍ୱାତୀଙ୍କୁ 15 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।
ଏହି ମାମଲାରେ ପୋଲିସ ଅଭିଯୁକ୍ତ ହରିଶ ଚନ୍ଦ୍ର ଙ୍କୁ ଗିରଫ କରିଛି ।
ଜାତୀୟ ରାଜଧାନୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ସ୍ୱାତୀ କହିଛନ୍ତି ଦିଲ୍ଲୀରେ ମହିଳା ଆୟୋଗର ଚେୟାରମ୍ୟାନ୍ ମଧ୍ୟ ସୁରକ୍ଷିତ ନୁହଁନ୍ତି । ସେ କହିଛନ୍ତି ଯେ ମୋତେ ମୃତ୍ୟୁ ଧମକ ଦିଆଯାଇଥିଲା। କିନ୍ତୁ ମୁଁ ଭଗବାନଙ୍କ କୃପାରୁ ବଞ୍ଚିଗଲି । ମୁଁ ଏହି ଧମକକୁ ଭୟ କରେ ନାହିଁ । ମୁଁ ଆହୁରି ମଧ୍ୟ ମହିଳାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିବି ।












Click it and Unblock the Notifications