'ମୁଁ ମଣିପୁର ଯାଉଛି, ମୋତେ ଅଟକା ନଯାଉ...', ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ
ନୂଆଦିଲ୍ଲୀ : ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ମଣିପୁରରେ ଚାଲିଥିବା ଜାତିଗତ ହିଂସା ସମୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଖବର ଆସିବା ପରେ ମଣିପୁର ଗସ୍ତା କରିବାକୁ ସ୍ଥିର କରିଛନ୍ତି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ମୁଖ୍ୟ ସ୍ୱାତୀ ମାଲିୱାଲ । ସେ କହିଛନ୍ତି, ମୁଁ ମଣିପୁର ଗସ୍ତ କରିବାକୁ ନିଷ୍ପତ୍ତି ନେଇଛି ଏବଂ ମୁଁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି ଯେ ମୋତେ ରୋକିବା ପାଇଁ ନୁହେଁ ବରଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ଭେଟି ପାରିବା ନେଇ ବ୍ୟବସ୍ଥା କରାଯାଉ । ଯାହା ଦ୍ୱାରା ଆମେ ସେମାନଙ୍କ ନିକଟରେ ପହଞ୍ଚି ପାରିବୁ ଏବଂ ଆବଶ୍ୟକୀୟ ସାହାଯ୍ୟ କରିପାରିବୁ ।

ଏହାପୂର୍ବରୁ ଶନିବାର ସ୍ୱାତୀ ମାଲିୱାଲ ଅଭିଯୋଗ କରିଛନ୍ତି ଯେ ମଣିପୁର ସରକାର ଯୌନ ହିଂସାର ଶିକାର ହୋଇଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ରାଜ୍ୟ ଗସ୍ତ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ।
ରବିବାର ସକାଳେ ସ୍ୱାତୀ ମାଲିୱାଲ କହିଛନ୍ତି, "ମୁଁ ମଣିପୁର ସରକାରଙ୍କୁ ଚିଠି ଲେଖିଛି ଯେ ମୁଁ ରାଜ୍ୟ ପରିଦର୍ଶନ କରିବାକୁ ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ଭେଟିବାକୁ ଚାହୁଁଛି । ମୁଁ ମଣିପୁର ସରକାରଙ୍କଠାରୁ ଏକ ଚିଠି ପାଇଛି, ଯେଉଁଠାରେ ସେମାନେ ରାଜ୍ୟ ଗସ୍ତରେ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି ।"
#WATCH | Delhi | DCW chief Swati Maliwal "I wrote to the Manipur Govt that I want to visit the state and meet the survivors of sexual assault. I have received a letter from the Manipur Govt where they have suggested me to postpone my visit as the law and order situation in the… pic.twitter.com/avi8zyHLfc
— ANI (@ANI) July 23, 2023
ସ୍ୱାତୀ ମାଲିୱାଲ ଆହୁରି କହିଛନ୍ତି, "ଯଦି ଏହି ମାମଲା ଏହି ରାଜ୍ୟରୁ ଆସେ, ତେବେ ମୁଁ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବି । ମୁଁ ଜଣେ କାର୍ଯ୍ୟକର୍ତ୍ତା ଭାବରେ ମଣିପୁର ଯାଉଛି ଏବଂ ମହିଳଆମାନେ କିପରୁ ସାହାଯ୍ୟ ପାଇପାରିବେ ତାହା ନିଶ୍ଚିତ କରିବି । ମୁଁ ମଣିପୁର ସରକାରଙ୍କୁ ନିଶ୍ଚିତ କରୁଛି ଯେ ମୁଁ ସେଠାରେ କୌଣସି ସମସ୍ୟା ସୃଷ୍ଟି କରିବି ନାହିଁ । ମୁଁ ମଣିପୁର ପରିଦର୍ଶନ କରିବା ଜରୁରୀ ଏବଂ ମୁଁ ମଣିପୁର ଗସ୍ତ କରୁଛି।"












Click it and Unblock the Notifications