Zydus Cadila ର କରୋନା ଟିକା ZycovD କୁ DCGI ରୁ ଅନୁମୋଦନ
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ZycovD ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । ଏହି ଟିକା 12 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇପାରିବ ।
ନୂଆଦିଲ୍ଲୀ : ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାୟଡସ୍ କ୍ୟାଡିଲାର କରୋନା ଟିକା ZycovD କୁ ଭାରତରେ ବ୍ୟବହାର ପାଇଁ ଅନୁମୋଦନ ମିଳିଛି । ମଙ୍ଗଳବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ZycovD ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । ଏହି ଟିକା 12 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇପାରିବ । ଏହାକୁ ଦୁଇଟି ମାତ୍ରାରେ ଦିଆଯିବ । ପ୍ରଥମ ଟୀକାକରଣର 26 ଦିନ ପରେ ଏହାର ଦ୍ୱିତୀୟ ଟିକା ଦିଆଯିବ ।

କମ୍ପାନୀର ଟିକା ଅନୁମୋଦନ କ୍ରମେ ଜାୟଡସ୍ ଲାଇଫ ସାଇନ୍ସେସ୍ ନିର୍ଦ୍ଦେଶକ ଡକ୍ଟର ଶର୍ବିଲ ପାଟିଲ୍ କହିଛନ୍ତି ଯେ ଏହା DCGI ଦ୍ୱାରା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ଲୋକମାନେ ଟିକା ପାଇବା ସହଜ ହେବ । ସେ କହିଛନ୍ତି ଯେ 12 ବର୍ଷରୁ ଅଧିକ 3100 ରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କ ଉପରେ ZycovD ଟିକା ପରୀକ୍ଷା କରାଯାଇଛି।
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ମଙ୍ଗଳବାର ଦିନ ZycovD ବ୍ୟତୀତ ଦୁଇଟି ଟିକା ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । 12 ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ Zydus Cadila ର ZyCoV-D ଟିକା ଜରୁରୀକାଳୀନ ଅନୁମୋଦନ ଲାଭ କରିଛି । 5 ରୁ 12 ବର୍ଷ ବୟସର ପିଲାମାନଙ୍କୁ Corbevax ଟିକା ଦିଆଯାଇପାରିବ । 6 ରୁ 12 ବର୍ଷ ବୟସର ପିଲାମାନଙ୍କ ପାଇଁ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟିକା କୁ ଅମୃନୁମୋଦନ ମିଳିଛି ।












Click it and Unblock the Notifications