କୋଭୋଭାକ୍ସ କୁ DCGI ର ଅନୁମୋଦନ, 12-17 ବର୍ଷ ପିଲାଙ୍କୁ ମିଳିବ ଟିକା
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା କୋଭୋଭାକ୍ସକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ମିଳିଛି ।
ନୂଆଦିଲ୍ଲୀ : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା କୋଭୋଭାକ୍ସକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ମିଳିଛି । ମଙ୍ଗଳବାର ଦିନ SII ଅନୁମୋଦନ ପାଇଁ DCGI କୁ ଅନୁମୋଦନ ପଠାଇଥିଲା ।

ସେରମ୍ ଇନଷ୍ଟିଚ୍ୟୁଟ୍ର ମୁଖ୍ୟ ଆଦର ପୁନାୱାଲା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ 12-17 ବର୍ଷ ବୟସର ପିଲାମାନଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ କୋଭୋଭ୍ୟାକ୍ସର ସର୍ତ୍ତମୂଳକ ଅନୁମୋଦନ ଲାଭ କରିଛି, ଖୁବ୍ ଶୀଘ୍ର ଛୋଟ ପିଲାମାନଙ୍କ ପାଇଁ କୋଭୋଭ୍ୟାକ୍ସର ଅନୁମୋଦନ ନିଆଯିବ । ପୁନାୱାଲା କହିଛନ୍ତି ଯେ ବିଶ୍ୱସ୍ତରୀୟ ପରୀକ୍ଷଣରେ ନୋଭାଭାକ୍ସ 90 ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି ।












Click it and Unblock the Notifications