ବୁଷ୍ଟର୍ ଡୋଜ ଭାବେ ବ୍ୟବହୃତ ହେବ କୋର୍ବାଭ୍ୟାକ୍ସ, DCGI ରୁ ମିଳିଲା ଅନୁମୋଦନ
ଭାରତୀୟ ଔଷଧ ନିୟାମକ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୋର୍ବାଭ୍ୟାକ୍ସ ଟିକାକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମୋଦନ କରିଛି ।
ନୂଆଦିଲ୍ଲୀ : ଭାରତୀୟ ଔଷଧ ନିୟାମକ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୋର୍ବାଭ୍ୟାକ୍ସ ଟିକାକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମୋଦନ କରିଛି । ଶନିବାର ଦିନ ବାୟୋଲୋଜିକାଲ ଇ ଲିମିଟେଡ୍ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି ।

ଆପଣଙ୍କୁ କହି ରଖୁଛୁ କୋର୍ବାଭ୍ୟାକ୍ସ ହେଉଛି ଭାରତର ପ୍ରଥମ କରୋନା ଟିକା, ଯାହା 'ହେଟେରୋଲୋଜିସ୍' ବର୍ଗରେ ବୁଷ୍ଟର ଡୋଜ ଭାବରେ DCGI ଦ୍ୱାରା ଅନୁମୋଦିତ ହୋଇଛି । ଏହାର ଅର୍ଥ ହେଉଛି ଯଦି ଜଣେ ବ୍ୟକ୍ତି କୋଭିଶିଲ୍ଡ କିମ୍ବା କୋଭାକ୍ସିନ୍ ର ଉଭୟ ଡୋଜ୍ ନେଇଛନ୍ତି , ତେବେ ସେହି ବ୍ୟକ୍ତି କୋର୍ବାଭ୍ୟାକ୍ସ ଟିକାକୁ ବୁଷ୍ଟର ଡୋଜ ଭାବରେ ପାଇପାରିବେ ।












Click it and Unblock the Notifications