ଭାରତ ଉପରେ ଅଣ୍ଡରୱାର୍ଲ୍ଡର ନଜର, ସ୍ୱତନ୍ତ୍ର ୟୁନିଟ୍ ଗଠନ କରି ଆକ୍ରମଣ ନେଇ କରୁଛି ଯୋଜନା, ଟାର୍ଗେଟ୍ ରେ ନେତା ଏବଂ ବ୍ୟବସାୟୀ
ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ ଭାରତକୁ ଟାର୍ଗେଟ କରିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ଗଠନ କରିଛି । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏନେଇ ସୂଚନା ପ୍ରକାଶ କରିଛି ।
ନୂଆଦିଲ୍ଲୀ : ଭାରତ ଉପରେ ପଡ଼ିଛି ଆଇଏସ୍ଆଇ ଶରଣରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ର ନଜର । ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ ଭାରତକୁ ଟାର୍ଗେଟ କରିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ଗଠନ କରିଛି । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏନେଇ ସୂଚନା ପ୍ରକାଶ କରିଛି ।

ଅନୁସନ୍ଧାନ ଏଜେନ୍ସି ଅନୁଯାୟୀ ରାଜନୈତିକ ନେତା ତଥା ପ୍ରସିଦ୍ଧ ବ୍ୟବସାୟୀଙ୍କ ନାମ ହିଟ୍ ଲିଷ୍ଟରେ ସାମିଲ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିସ୍ଫୋରକ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦେଶ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।
ଏହା ବ୍ୟତୀତ ଦାଉଦ ଇବ୍ରାହିମର ଟାର୍ଗେଟ୍ ଦିଲ୍ଲୀ ଏବଂ ମୁମ୍ବାଇ ଉପରେ ରହିଛି । ଆତଙ୍କବାଦୀ କାର୍ଯ୍ୟକଳାପରେ ଆର୍ଥିକ ଯୋଗଦାନ ପାଇଁ ଦାଉଦ ଇବ୍ରାହିମ ଏବଂ ତାର ସହଯୋଗୀଙ୍କ ବିରୋଧରେ ଇଡି ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଇଡି ଇବ୍ରାହିମର ଭାଇ ଇକବାଲ କାସକର, ସହଯୋଗୀ ତଥା ଗ୍ୟାଙ୍ଗ ସଦସ୍ୟଙ୍କୁ ପଚରାଉଚରା କରିବ । ଶୁକ୍ରବାର ଦିନ ଇକବାଲ କାସକରକୁ ଅର୍ଥ ହେରଫେର ମାମଲାରେ ଫେବୃଆରୀ 24 ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି ।












Click it and Unblock the Notifications