ନାବାଳକଙ୍କୁ ଚୁମ୍ବନ ଦେବାକୁ ନେଇ ବିବାଦ, କ୍ଷମା ମାଗିଲେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା
ନୂଆଦିଲ୍ଲୀ : ନାବାଳକଙ୍କୁ ଚୁମ୍ବନ ଦେବା ନେି ବିବାଦରେ ଫସିଥିଲେ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା । ଛୋଟ ପିଲାକୁ ଚୁମ୍ବନ କରିବାର ଭିଡିଓ ନିକଟରେ ଭାଇରାଲ ହୋଇଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସୋଶାଲ ମିଡିଆରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି । ବର୍ତ୍ତମାନ ଏହି ବିବାଦ ପରେ ଦଲାଇ ଲାମା ନାବାଳକ ଏବଂ ତାଙ୍କ ପରିବାରକୁ କ୍ଷମା ମାଗିଛନ୍ତି ।

ଭାଇରାଲ୍ ଭିଡିଓରେ ଦଲାଇ ଦାମା ପିଲାକୁ ଓଠରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ, ଶିଶୁର ଓଠକୁ ଚୁମ୍ବନ ଦେବା ପରେ ସେ ପିଲାଟିକୁ ତାଙ୍କ ଜିଭରେ ଚୁମ୍ବନ ଦେବାକୁ ମଧ୍ୟ କରିଥିଲେ । ଛୋଟ ପିଲା ଜଣକ ସମ୍ମାନ ଜଣାଇବା ପାଇଁ ପାଇଁ ଲାମାଙ୍କ ନିକଟକୁ ଯାଇଥିଲେ ।
ଦଲାଇ ଲାମାଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତାଙ୍କ ଶବ୍ଦ ଯୋଗୁଁ ଆହତ ହୋଇଥିବା ଶିଶୁ ଏବଂ ତାଙ୍କ ପରିବାରକୁ କ୍ଷମା ମାଗୁଛନ୍ତି । ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ସୋଶାଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଯାହା ସମ୍ପ୍ରତି ବୈଠକ ସହ ଜଡିତ । ପିଲାଟି ଦଲାଇ ଲାମାଙ୍କୁ ପଚାରିଥିଲେ ଯେ ସେ ତାଙ୍କୁ ଆଲିଙ୍ଗନ କରିପାରିବେ କି ?
ତାଙ୍କ ଶବ୍ଦ ଯୋଗୁଁ ହୋଇଥିବା ଆହତ ପାଇଁ ସେ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ଯେତେବେଳେ ବି ଦଲାଇ ଲାମା କୌଣସି ଶିଶୁ କିମ୍ବା ନିର୍ଦ୍ଦୋଷଙ୍କୁ ଭେଟନ୍ତି, ସେ ସେମାନଙ୍କୁ ଥଟ୍ଟା କରିବା ପାଇଁ ଏପରି କରନ୍ତି । ଏପରିକି ସର୍ବସାଧାରଣ ଏବଂ କ୍ୟାମେରା ଆଗରେ କରନ୍ତି, ସେ କୌଣସି କାର୍ଯ୍ୟ ଲୁଚାଇ କରନ୍ତିନି । ଏହି ଘଟଣା ପାଇଁ ସେ ଦୁଃଖିତ ।












Click it and Unblock the Notifications