ତୃତୀୟ ଲହର ରୋକିବାକୁ ଦୈନିକ ଏକ କୋଟି ଟୀକାକରଣ କରାଇବା ଆମର ଲକ୍ଷ୍ୟ : ଡ଼ ଏନ୍ କେ ଅରୋଡ଼ା
ତୃତୀୟ ଲହର ପୂର୍ବରୁ ସମସ୍ତଙ୍କୁ ଟିକା ଦେବା ପାଇଁ ଆମ ନିକଟରେ 6-8 ମାସ ସମୟ ଅଛି । ଆଗାମୀ ଦିନରେ ଆମେ ପ୍ରତିଦିନ ଏକ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛୁ ।
ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଉଥିବା ସମୟରେ ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ବୈଜ୍ଞାନିକମାନେ ଏହାର ତୃତୀୟ ଲହର ନେଇ ସତର୍କ କରାଇଛନ୍ତି । କରୋନାର ତୃତୀୟ ଲହର ପ୍ରଭାବକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିବା ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନାର ତୃତୀୟ ଲହର ଉପରେ ନିଜର ମତାମତ ଦେଇ ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ମୁଖ୍ୟ ତଥା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ (ଆଇସିଏମ୍ଆର) ର ସଦସ୍ୟ ଡକ୍ଟର ଏନ.କେ ଅରୋଡ଼ା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ କରିଛି, ଯାହା ଅନୁଯାୟୀ କରୋନାର ତୃତୀୟ ଲହର ବିଳମ୍ବରେ ଆସିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ କରୋନାର ତୃତୀୟ ଲହର ପୂର୍ବରୁ ସମସ୍ତଙ୍କୁ ଟିକା ଦେବା ପାଇଁ ଆମ ନିକଟରେ 6-8 ମାସ ସମୟ ଅଛି । ଆଗାମୀ ଦିନରେ ଆମେ ପ୍ରତିଦିନ ଏକ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛୁ ।
ଏକ ମିଡିଆ ଚ୍ୟାନେଲ ସହ ଆଲୋଚନାରେ ସେ କହିଛନ୍ତି ଯେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ତୃତୀୟ ଲହର ସୃଷ୍ଟି କରିବ ବୋଲି କହିବା ଏବେ ଠିକ୍ ହେବ ନାହିଁ । ଅବଶ୍ୟ, ସେ ଏହା ମଧ୍ୟ କହିଛନ୍ତି ଯେ ନୂଆ ଭାରିଆଣ୍ଟ ଗୁଡ଼ିକ କରୋନା ଲହରର କାରଣ, ତେଣୁ ଡେଲଟା ପ୍ଲସ୍ ଭାରିଆଣ୍ଟ ତୃତୀୟ ଲହର ସୃଷ୍ଟି କରିପାରେ ଏହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ସେ ଆହୁରି କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଯଦି ବେଶୀ ଲୋକ ସଂକ୍ରମିତ ହୋଇଛନ୍ତି, ତେବେ ତୃତୀୟ ଲହରରେ ଲୋକଙ୍କୁ ଥଣ୍ଡା ଏବଂ କାଶ ଭଳି ସମସ୍ୟା ଦେଖାଯିବ, କାରଣ ଏହିପରି ଲୋକଙ୍କଠାରେ ଆଣ୍ଟିବଡି ଗଠନ ହୋଇସାରିଛି ।












Click it and Unblock the Notifications