ଗାଡ଼ିର ବେଗ ଥିଲା 133 କି.ମି ପ୍ରତି ଘଣ୍ଟା, ପିନ୍ଧି ନଥିଲେ ସିଟ୍ ବେଲ୍ଟ
ଗାଡ଼ିରେ ଏୟାରବ୍ୟାଗ ରହିଥିଲେ ମଧ୍ୟ ସାଇରସଙ୍କ ଜୀବନ ଚାଲିଯାଇଛି । ପୁଲିସର ସୂଚନା ଅନୁଯାୟୀ, କାରର ବେଗ ଘଣ୍ଟାକୁ 133 କିଲୋମିଟର ଥିଲା । କିନ୍ତୁ ସାଇରସ ସିଟ୍ବେଲ୍ଟ ବାନ୍ଧି ନଥିଲେ । ତେଣୁ ଏୟାରବ୍ୟାଗ୍ କୌଣସି କାମରେ ଆସିଲା ନାହିଁ ।
ମୁମ୍ବାଇ : ଗତ ରବିବାର ଦିନ ମୁମ୍ବାଇ- ଅହମ୍ମଦାବାଦ ରାସ୍ତାରେ କାର ଦୁର୍ଘଟଣାରେ ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ସା୍ଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । କାର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ମର୍ସିଡିସ ବେଞ୍ଜ କମ୍ପାନିର ଦାମୀ ଗାଡ଼ିରେ ସେ ଯାତ୍ରା କରୁଥିଲେ । ସେଥିରେ ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା ଥିଲା । କିନ୍ତୁ କିଛିଟା ଅବହେଳା ଯୋଗୁଁ ସାଇରସଙ୍କ ଜୀବନ ଅକାଳରେ ଚାଲିଗଲା ବୋଲି କୁହାଯାଉଛି ।

ମର୍ସିଡିସ ବେଞ୍ଜର ପଛ ଧାଡ଼ିରେ ସାଇରସ ବସିଥିଲେ । ଆଗଧାଡ଼ିରେ ବସିଥିବା ଦୁଇଜଣଙ୍କର ଜୀବନ ବଞ୍ଚି ଯାଇଛି । ଗାଡ଼ିରେ 4 ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ମିସ୍ତ୍ରୀଙ୍କୁ ମିଶାଇ ଦୁଇଜଣ ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ।
ଗାଡ଼ିରେ ଏୟାରବ୍ୟାଗ ରହିଥିଲେ ମଧ୍ୟ ସାଇରସଙ୍କ ଜୀବନ ଚାଲିଯାଇଛି । ପୁଲିସର ସୂଚନା ଅନୁଯାୟୀ, କାରର ବେଗ ଘଣ୍ଟାକୁ 133 କିଲୋମିଟର ଥିଲା । କିନ୍ତୁ ସାଇରସ ସିଟ୍ବେଲ୍ଟ ବାନ୍ଧି ନଥିଲେ । ତେଣୁ ଏୟାରବ୍ୟାଗ୍ କୌଣସି କାମରେ ଆସିଲା ନାହିଁ ।
ସିଟ୍ ବେଲ୍ଟ ପ୍ରଥମ ପର୍ଯ୍ୟାୟର ସୁରକ୍ଷା ହୋଇଥିବା ବେଳେ ଏୟାରବ୍ୟାଗ୍ ଦ୍ୱିତୀୟ ପର୍ଯ୍ୟାୟର ସୁରକ୍ଷା ଯୋଗାଇଥାଏ । ଗାଡ଼ିର ପଛ ଧାଡ଼ିରେ ସିଟ୍ବେଲ୍ଟ ଥିଲେ ମଧ୍ୟ ଅନେକ ତାହାକୁ ବ୍ୟବହାର କରି ନଥାନ୍ତି । କାରଣ ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ ପଛଧାଡ଼ି ଅଧିକ ସୁରକ୍ଷିତ । କିନ୍ତୁ ପଛରେ ବସିଥିବା ବ୍ୟକ୍ତି ଆଗକୁ ଅନେକ ସମୟରେ ୪୦ ଗୁଣା ଅଧିକ ଶକ୍ତି ସହିତ ଛିଟିକି ପଡ଼ିଥାଏ । କିନ୍ତୁ ସାଇରସ ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଏଭଳି ଅଘଟଣର ଶିକାର ହେଲେ ବୋଲି କୁହାଯାଉଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications