ପ୍ରାୟ 46 ଜଣଙ୍କ ଜୀବନ ନେଲା ବାତ୍ୟା 'ତଉତକେ', ନଷ୍ଟ କରିଦେଲା 15 ହଜାର କୋଟିରୁ ଅଧିକ ସମ୍ପତ୍ତି
ତଉକତେ କେବଳ ଜୀବନ ନେଇନାହିଁ, ବରଂ ବ୍ୟାପକ ସମ୍ପତ୍ତି ମଧ୍ୟ ନଷ୍ଟ କରିଛି । ବାତ୍ୟା ଯୋଗୁ ପ୍ରାୟ 15 ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି । କୃଷି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ନୂଆଦିଲ୍ଲୀ : ଆରବ ସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ 'ତଉତକେ' ସୋମବାର ସ୍ଥଳ ଭାଗ ଛୁଇଁବା ସହ ଦେଶର ପଶ୍ଚିମାଞ୍ଚଳରେ ତାଣ୍ଡବ ରଚିଛି । ଗୁଜୁରାଟରେ ଲ୍ୟାଣ୍ଡଫଲ୍ କରିଥିବାରୁ ସେଠାରେ ବିଶେଷ କ୍ଷତି ହୋଇଛି । ଏହି ସାମୁଦ୍ରିକ ଝଡ଼ ତଉକତେ ଏବେ ଦୁର୍ବଳ ହୋଇଗଲାଣି । ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଠାରୁ ଆରମ୍ଭ କରି ଗୋଆ ଯାଏ ଧ୍ୱଂସଲୀଳା ରଚିଥିଲା । ଭୟଙ୍କରୀ ବାତ୍ୟା ଗୁଜରାଟରେ 14 ଜଣ, ମହାରାଷ୍ଟ୍ରରେ ମଧ୍ୟ 8 ରୁ 10 ଜଣଙ୍କର ଜୀବନ ନେଇଛି । ସେହିପରି ପଶ୍ଚିମ ଉପକୂଳରେ ବାରେଜ ବୁଡ଼ି ଯିବାରୁ ଏଯାଏଁ 22 ଜଣଙ୍କ ମୃତ୍ୟୁ ହୋଇଥିବା ସହ 51 ଜଣଙ୍କ ପତ୍ତା ମିଳୁନି ।

ତଉକତେ କେବଳ ଜୀବନ ନେଇନାହିଁ, ବରଂ ବ୍ୟାପକ ସମ୍ପତ୍ତି ମଧ୍ୟ ନଷ୍ଟ କରିଛି । ବାତ୍ୟା ଯୋଗୁ ପ୍ରାୟ 15 ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି । କୃଷି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁଜରାଟ ଓ ଡିଉରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି । ଉଭୟ ବିଦ୍ୟୁତ ଓ ଟେଲିକମ ସେକ୍ଟର ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଗୁଜରାଟ ଓ ଡିଉ ବ୍ୟତୀତ କେରଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ବାତ୍ୟା ତଉକତେର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା ।
ଆରଏମଏସ୍ଆଇ ବରିଷ୍ଠ ଅଧିକାରୀ ପୁଷ୍ପେନ୍ଦ୍ର ଜୋହରି କହିଛନ୍ତି, ତଉକତେ ଗୋଟିଏ ଭିନ୍ନ ଧରଣର ବାତ୍ୟା ଥିଲା । କାରଣ ୱେଷ୍ଟର୍ଣ୍ଣ ଉପକୂଳର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସର୍ଭେରୁ ଜଣାପଡ଼ିଛି ଯେ ଆରବ ସାଗରରେ ତାପମାତ୍ରା ବଢ଼ୁଥିବାରୁ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଅଧିକ ରହୁଛି । ବାତ୍ୟା ଯୋଗୁ ମୋଟ 15 ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ବେଳେ କେବଳ ଗୁଜରାଟ ଓ ଡିଉରେ ଏହା 8 ହଜାର କୋଟି ରହିଛି ।
ଅନ୍ୟ ପଶ୍ଚିମାଞ୍ଚଳ ରାଜ୍ୟରେ ବାକି 7 ହଜାର କୋଟି ଟଙ୍କାର କ୍ଷତି ଘଟିଛି । କୃଷି କ୍ଷେତ୍ରରେ କେବଳ 25 ରୁ 40 % କ୍ଷତି ଦେଖିବାକୁ ମିଳିଛି । ସେହିପରି ପରିବହନ ଓ ପୋର୍ଟ କ୍ଷେତ୍ରରେ 15 ରୁ 20 ପ୍ରତିଶତ କ୍ଷତି ହୋଇଛି । ସେହିପରି ସମାନ ପରିମାଣର କ୍ଷତି ଟେଲିକମ ଓ ବିଦ୍ୟୁତ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଯୋଗୁ ଜୁନାଗଡ଼ ଓ ଆମରେଲିରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ସେ କହିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications