ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ତାଉକତେ, ଗୁଜୁରାଟରେ ନେଲା 4 ଜଣଙ୍କର ପ୍ରାଣ
ଦୁଇ ଦିନ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ତାଉକତେ' । ସୋମବାର ରାତି ପ୍ରାୟ 8 ଟା 30ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ ଆରମ୍ଭ କରିଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି 190କିମି ଥିବାରୁ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ନୂଆଦିଲ୍ଲୀ : ଦୁଇ ଦିନ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ 'ତାଉକତେ' । ସୋମବାର ରାତି ପ୍ରାୟ 8 ଟା 30ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ ଆରମ୍ଭ କରିଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି 190କିଲୋମିଟର ଥିବାରୁ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଉପକୂଳରେ ମାଡ଼ ହେବା ପରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ଗୁଜରାଟରେ ୪ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ପାଇଁ ସେନାର 180 ଟି ଟିମ୍ ମୁତୟନ ହୋଇଛନ୍ତି । ଏବେ ସୁଦ୍ଧା 2 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଆରବସାଗରରେ ଆସିଥିବା ଏହି ବାତ୍ୟା ମୁମ୍ବାଇରେ ବି ତାଣ୍ଡବ ରଚିଛି । ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ଜଳ ଭର୍ତ୍ତି ହୋଇ ଯାଇଛି । ଗଛ ସହ କେତେକ ସ୍ଥାନରେ ପୋଲ ଭାଙ୍ଗି ଯାଇଛି । ମହାରାଷ୍ଟ୍ର ଅଧିକାରୀଙ୍କ ଅନୁସାରେ ଭିନ୍ନ ଭିନ୍ନ ଘଟଣାରେ ପ୍ରାୟ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଟି ଡଙ୍ଗା ସମୁଦ୍ରରେ ବୁଡ଼ି ଯିବାରୁ 3 ଜଣ ନାବିକ ନିଖୋଜ ଅଛନ୍ତି ।
ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅହମ୍ମଦାବାଦ ବିମାନବନ୍ଦର ସେବା ପୁଣି ଥରେ ଆରମ୍ଭ କରିଦିଆଯାଇଛି । ତେବେ ସାମୁଦ୍ରିକ ବାତ୍ୟା ତୌତେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟର କିଛି କିଛି ସ୍ଥାନରେ ଏବେ ବର୍ଷା ଲାଗିରହିଛି ।
Cyclone Tauktae update based on 0200 IST 18th May 2021 INSAT 3D satellite image - The rear sector of the eyewall now lies completely overland. Land interaction has disorganized the eye and eyewall cloud structure. pic.twitter.com/yvfa8tYmlk
— India Meteorological Department (@Indiametdept) May 17, 2021
ବାତ୍ୟା ସହ ବଡ ବଡ ଗଛ ଉପୁଡି ପଡିବ ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସାମୁଦ୍ରିକ ବାତ୍ୟାର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ମୋଟ 20ଜଣଙ୍କର ଜୀବନ ଯାଇଛି । ସେଥିରୁ କର୍ଣ୍ଣାଟକ ଓ ଗୋଆରେ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ 6 ଜଣ ଏବଂ ଗୁଜୁରାଟରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ସାମୁଦ୍ରିକ ବାତ୍ୟା ତାଉକତେ ପ୍ରଭାବ ପାଇଁ ସୁରତ ବିମାନବନ୍ଦରକୁ ଦିନ 1 ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।












Click it and Unblock the Notifications