ସାଇକ୍ଲୋନ୍ ମୋକା : ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେଲା ‘ମୋକା', ବାଂଲାଦେଶ-ମିଆଁମାର ମୁହାଁ ବାତ୍ୟା

ସାଇକ୍ଲୋନ୍ ମୋକା : ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେଲା 'ମୋକା' । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 135 କିଲୋମିଟର ରହିଥିଲା । ଏହା ବାଂଲାଦେଶ-ମିଆଁମାର ଉପକୂଳ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ସକାଳ 5:30 ସମୟରେ ଏହି ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ, ପୋର୍ଟ ବ୍ଲେୟାର ଠାରୁ 520 କିଲୋମିଟର ପଶ୍ଚିମ ଏବଂ କକ୍ସ ବଜାରର 1100 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ।
ସାଇକ୍ଲୋନ୍ ମୋକା ବିଷୟରେ ଭାରତୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୋକା ଘୂର୍ଣ୍ଣିବଳୟ ଅତ୍ୟନ୍ତ ବିପଜ୍ଜନକ ରୂପ ନେଇପାରେ, ଏହା ବାଂଲାଦେଶ-ମିଆଁମାର ଉପକୂଳ ଆଡ଼କୁ ଗତି କରୁଛି ।
14 ତାରିଖ (ରବିବାର) ମଧ୍ୟାହ୍ନରେ ଅତି ଭୀଷଣା ବାତ୍ୟା ଭାବେ 'ମୋକା' ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଛୁଇଁବ । 'ମୋକା' ଉପକୂଳ ଛୁଇଁବା ବେଳେ ପବନର ଘଣ୍ଟାପ୍ରତି ବେଗ 150-160 କିଲୋମିଟର ପ୍ରତି ଘଣ୍ଟା ଏବଂ 175 କିଲୋମିଟର ବେଗର ଝଟକା ପବନ ବହିପାରେ ।
ପାଣିପାଗ ବିଭାଗ କହିଛି ଯେ ସାଇକ୍ଲୋଥନ୍ ମୋକା ଆହୁରି ତୀବ୍ର ହେବ । ମିଆଁମାରର ବନ୍ଦର ସିଟିୱେ ନିକଟ କକ୍ସ ବଜାର ଏବଂ କାୟୁକପିୟୁ ମଧ୍ୟରେ ଏହା ସମୁଦ୍ର କୂଳରେ ପହଞ୍ଚିବ । ଏହି କାରଣରୁ ଘଣ୍ଟା ପ୍ରତି 175 କିଲୋମିଟର ବେଗରେ ପବନ ବହିବ । ମତ୍ସ୍ୟଜୀବୀ, ଜାହାଜ, ଡଙ୍ଗା ଏବଂ ଟ୍ରଲରକୁ କେନ୍ଦ୍ରୀୟ ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ଏହି ଘୂର୍ଣ୍ଣିବଳୟ ଯୋଗୁଁ ତ୍ରିପୁରା ଏବଂ ମିଜୋରାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ରବିବାର ଦିନ ନାଗାଲାଣ୍ଡ, ମଣିପୁର ଏବଂ ଦକ୍ଷିଣ ଆସାମର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ମୋକା ର ଗତିପଥ ନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିଲା ଯେ ଏହି ଘୂର୍ଣ୍ଣିବଳୟ ଭାରତ ଦକ୍ଷିଣ ପୂର୍ବ ତଟୀୟ କ୍ଷେତ୍ର , ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଯିବ । ତେବେ ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟର ଗତିପଥରୁ ଜଣାପଡ଼ିଛି ଯେ ଏହା ବଙ୍ଗୋପସାଗରରୁ ଉତ୍ତର-ଉତ୍ତର ପୂର୍ବ ବାଂଲାଦେଶ-ମିଆଁମାର ଉପକୂଳ ଆଡକୁ ମୁହାଁଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications