Get Updates
Get notified of breaking news, exclusive insights, and must-see stories!

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ମାଣ୍ଡୋସ୍

ଲ୍ୟାଣ୍ଡଫଲ୍ କଲା ବ୍ୟତ୍ୟା ମାଣ୍ଡୋସ୍ । ଶୁକ୍ରବାର ରାତି ପ୍ରାୟ ସାଢେ 10ଟା ସମୟରେ ମହାବଳୀପୁରମ୍ ରେ ଲ୍ୟାଣ୍ଡଫଲ୍ କରିଛି । ଏହି ସମୟରେ 75 କିଲୋମିଟର ପ୍ରତି ଘଣ୍ଟା ବେଗରେ ତାମିଲନାଡ଼ୁ ସମୁଦ୍ରକୂଳ ଅତିକ୍ରମ କରିଛି ।

ଚେନ୍ନାଇ: ଲ୍ୟାଣ୍ଡଫଲ୍ କଲା ବ୍ୟତ୍ୟା ମାଣ୍ଡୋସ୍ । ଶୁକ୍ରବାର ରାତି ପ୍ରାୟ ସାଢେ 10ଟା ସମୟରେ ମହାବଳୀପୁରମ୍ ରେ ଲ୍ୟାଣ୍ଡଫଲ୍ କରିଛି । ଏହି ସମୟରେ 75 କିଲୋମିଟର ପ୍ରତି ଘଣ୍ଟା ବେଗରେ ତାମିଲନାଡ଼ୁ ସମୁଦ୍ରକୂଳ ଅତିକ୍ରମ କରିଛି । ଏହା ପରେ ଶନିବାର ସକାଳ 5 ଟା ବେଳକୁ ଦୁର୍ବଳ ହୋଇଯାଇଛି । ପୁଡୁଚେରୀ ଓ ଶ୍ରୀହରିକୋଟା ମଝି ସମୁଦ୍ରତଟରେ ଏହା ମାଡ଼ ହୋଇଛି । ଏହି ସମୟ ପର୍ଯ୍ୟନ୍ତ ଏଠାରେ 115.1 ମିମି ବର୍ଷା ହୋଇଥିଲା ।

cyclone

ମାଣ୍ଡୋସ୍ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଚେନ୍ନାଇରୁ 13 ଟି ଘରୋଇ ଓ ତିନିଟି ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ରଦ୍ଦ କରାଯାଇଥିଲା । ଚେଙ୍ଗୁଲପଟ୍ଟୁ ଜିଲ୍ଲାରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ କହିଛି । ମୋଟ 200 ରୁ ଅଧିକ ଗଛ ଉପୁଡି ପଡିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଚେନ୍ନାଇର ରାସ୍ତାଘାଟ ଜଳମଗ୍ନ ହୋଇଛି ।

ସ୍ଥିତିକୁ ନଜର ରଖି ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଞ୍ଚିପୁରମ ଆଦି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିଛି । ମାଣ୍ଡୋସ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବାର ସୂଚନା ରହିଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ନିମନ୍ତେ ପ୍ରାୟ 16000 ପୋଲିସ କର୍ମଚାରୀ, 1500 ହୋମ୍‌ଗାର୍ଡ, 'ଏସ୍‌ଡିଆର୍‌ଏଫ୍‌'ର 40 ଜଣିଆ ଟିମ୍‌ ଓ 'ଡିଡିଆର୍‌ଏଫ୍‌'ର 12 ଟି ଟିମ୍‌ ମୁତୟନ କରାଯାଇଥିଲା ବୋଲି ପୋଲିସ କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+