Cyclone Biparjoy : ବାତ୍ୟା ବିପର୍ଯ୍ୟୟର ଶିକାର ହେଲା ଇଣ୍ଡିଗୋ ଫ୍ଲାଇଟ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଅହମ୍ମଦାବାଦ : ଗୁଜୁରାଟର ସୌରାଷ୍ଟ୍ର ତଟରେ ସାଇକ୍ଲୋନ୍ ବିପର୍ଯ୍ୟୟ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଦେଇଛି । ଏହି ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ପବନ ସହ ବର୍ଷା ଲାଗିରହିଛି । ଏପରିକି ପବନର ବେଗ ଘଣ୍ଟାପ୍ରତି 140 କିଲୋମିଟର ରହିପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

ଏହି ସମୟରେ, ବାତ୍ୟା ବିପର୍ଯ୍ୟୟର ଶିକାର ହୋଇଛି ଇଣ୍ଡିଗୋ ବିମାନ । ଇଣ୍ଡିଗୋ 6E6595 ହଠାତ୍ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଛି । କୁହାଯାଉଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି । ଇଣ୍ଡିଗୋ ଏହି ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ବିମାନ ବାଙ୍ଗାଲୋରରୁ ଅହମ୍ମଦାବାଦ ଯାଉଥିଲା ।
ଏଥି ସହିତ ଭାରତ ପାଣିପାଗ ବିଭାଗ ସାଇକ୍ଲୋନିକ୍ ଝଡ଼ ବିପର୍ଯ୍ୟୟ ବିଷୟରେ କହିଛି ଯେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଗୁରୁବାର ଅର୍ଥାତ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ଏଥି ସହିତ, ଅପରାହ୍ନ 5.30 ସୁଦ୍ଧା ଝଡ଼ର ପ୍ରଭାବ ସୌରାଷ୍ଟ୍ର ତଟ ଉପରେ ପଡିଥିଲା । କଛ ଜିଲ୍ଲାର ଜାଖାଉ ବନ୍ଦର ନିକଟରେ ଏହା ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଛି ।
IndiGo flight 6E6595, operating from Bengaluru to Ahmedabad experienced a tail strike while landing in Ahmedabad. The aircraft was declared grounded at Ahmedabad airport for necessary assessment and repairs. The incident is under investigation by relevant authorities: IndiGo's… https://t.co/fj8rUAlGHN pic.twitter.com/NDGB8a0sOS
— ANI (@ANI) June 15, 2023
ବାତ୍ୟା ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ନିୟୋଜିତ ହୋଇଛନ୍ତି ।
କଣ ଏହି ଟେଲ୍ ଷ୍ଟ୍ରାଇକ୍ ?
କୌଣସି ବିମାନ ଉଡ଼ଣ ଭରିବା ବେଳେ କିମ୍ବା ଅବତରଣ କରିବା ସମୟରେ ଯଦି ଏହାର ଲାଞ୍ଜ ଭାଗ ଭୂମି କିମ୍ବା ଅନ୍ୟ କୌଣସି ସ୍ଥିର ବସ୍ତୁ ସହ ଧକ୍କା ହୁଏ ତେବେ ଏହାକୁ ଟେଲ୍ ଷ୍ଟ୍ରାଇକ୍ କୁହାଯାଏ ।












Click it and Unblock the Notifications