AIIMS ପରେ, ବର୍ତ୍ତମାନ ଜଳ ଶକ୍ତି ମନ୍ତ୍ରଣାଳୟ ଉପରେ 'ସାଇବର ଆଟାକ୍', ହ୍ୟାକ୍ ହେଲା ଟ୍ୱିଟର ହ୍ୟାଣ୍ଡେଲ
ଗୁରୁବାର ଦିନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି । ଯଦିଓ ଆଇଟି ବିଶେଷଜ୍ଞମାନେ ଏହାକୁ ପୁନଃସ୍ଥାପିତ କରିଛନ୍ତି, କିନ୍ତୁ ସାଇବର ଆଟାକ୍ ସଂଖ୍ୟା ବୃଦ୍ଧି ସାଇବର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନୂଆଦିଲ୍ଲୀ: ଦିଲ୍ଲୀ AIIMS ର ସର୍ଭର ଗତ ଏକ ସପ୍ତାହ ଧରି ଅଚଳ ରହିଛି । ଏହାକୁ ଠିକ୍ କରିବାକୁ ଉଦ୍ୟମ ଚାଲିଛି । ଏହି ସମୟରେ ଅନ୍ୟ ଏକ ବଡ଼ ସାଇବର ଆକ୍ରମଣ ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି । ଯଦିଓ ଆଇଟି ବିଶେଷଜ୍ଞମାନେ ଏହାକୁ ପୁନଃସ୍ଥାପିତ କରିଛନ୍ତି, କିନ୍ତୁ ସାଇବର ଆଟାକ୍ ସଂଖ୍ୟା ବୃଦ୍ଧି ସାଇବର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ଗମ୍ଭୀରତାକୁ ଦେଖି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁସାରେ, ଗୁରୁବାର ସକାଳେ ହ୍ୟାକରମାନେ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ଟାର୍ଗେଟ କରିଥିଲେ । ଏହା ପରେ ସେମାନେ ଏକ ଗ୍ରାଫିକ୍ସ ପୋଷ୍ଟ କରିଥିଲେ । ଏଥିରେ Join Testnets ଏବଂ sui wallet ବିଷୟରେ ଉଲ୍ଲେଖ କରାଯାଇଛି । ଏହି ଟ୍ୱିଟରେ୍ ଅନେକ ଲୋକଙ୍କୁ ଟ୍ୟାଗ୍ କରାଯାଇଛି । ମନ୍ତ୍ରଣାଳୟର କର୍ମଚାରୀମାନେ ଏହା ଜାଣିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା । ତରବରିଆ ଭାବେ ସୋସାଲ ମିଡିଆ ଦଳ ଆକାଉଣ୍ଟକୁ ପୁନଃସ୍ଥାପିତ କରି ସମସ୍ତ ଟ୍ୱିଟ୍ ଡିଲିଟ୍ କରିଦେଇଛନ୍ତି । ଏଥି ସହିତ, ମନ୍ତ୍ରଣାଳୟର ୱେବସାଇଟ୍ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଯାଞ୍ଚ କରାଯାଇଥିଲା, ଯାହା ସାଧାରଣ ଭାବରେ କାମ କରୁଥିଲା । ହ୍ୟାକରମାନେ କେବଳ ଟ୍ୱିଟର ହ୍ୟାଣ୍ଡେଲକୁ ଟାର୍ଗେଟ କରିଥିଲେ ।












Click it and Unblock the Notifications