Get Updates
Get notified of breaking news, exclusive insights, and must-see stories!

ତ୍ରିରଙ୍ଗା ଡିଜାଇନ୍ କେକ୍ କାଟିବା ଦେଶପ୍ରେମ ବିରୋଧୀ ନୁହେଁ : ମାଡ୍ରାସ ହାଇକୋର୍ଟ

ଅଶୋକ ଚକ୍ର ସହିତ ତ୍ରିରଙ୍ଗା ଆକୃତିର କେକ୍ କାଟିବା ତ୍ରିରଙ୍ଗା ପ୍ରତି ଅପମାନ ନୁହେଁ କିମ୍ବା ଏହା ଦେଶପ୍ରେମ ବିରୋଧୀ ବୋଲି କୁହାଯାଇପାରିବ ନାହିଁ । ଏହି ମାମଲାକୁ ଜାତୀୟ ସମ୍ମାନ ଆଇନ 1971 ର ଉଲ୍ଲଂଘନ ବୋଲି ବିଚାର କରିବାକୁ ମଧ୍ୟ ମନା କରି ଦେଇଛନ୍ତି ।

ଚେନ୍ନାଇ : ତ୍ରିରଙ୍ଗା ସମ୍ମାନ ସହ ଜଡିତ ଏକ ମାମଲାରେ ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ଏହି ରାୟରେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଅଶୋକ ଚକ୍ର ସହିତ ତ୍ରିରଙ୍ଗା ଆକୃତିର କେକ୍ କାଟିବା ତ୍ରିରଙ୍ଗା ପ୍ରତି ଅପମାନ ନୁହେଁ କିମ୍ବା ଏହା ଦେଶପ୍ରେମ ବିରୋଧୀ ବୋଲି କୁହାଯାଇପାରିବ ନାହିଁ । ଏହି ମାମଲାକୁ ଜାତୀୟ ସମ୍ମାନ ଆଇନ 1971 ର ଉଲ୍ଲଂଘନ ବୋଲି ବିଚାର କରିବାକୁ ମଧ୍ୟ ମନା କରି ଦେଇଛନ୍ତି । ଏଥରେ କେତେକ ଅଧିକାରୀଙ୍କ ନାମ ସାମିଲ ଥିବାରୁ ଅଦାଲତର ନିର୍ଦ୍ଦେଶ ପରେ ସେମାନେ ଆଶ୍ୱସ୍ତି ଅନୁଭବ କରିଛନ୍ତି ।

Madras-High Court

ଉଲ୍ଲେଖଥାଉ କି, ଏହି ଘଟଣା 2013 ମସିହାର । ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁର କୋଏମ୍ବାଟୁରରେ 6 * 5 ଫୁଟ କେକ୍ କଟାଯାଇଥିଲା । ତ୍ରିରଙ୍ଗାର ରଙ୍ଗରେ ତିଆରି ହୋଇଥିବା ଏହି କେକ୍ ଉପରେ ଅଶୋକ ଚକ୍ର ମଧ୍ୟ ଅଙ୍କା ଯାଇଥିଲା । ଏହି କେକକୁ 2500 ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଡେପୁଟି କମିଶନରଙ୍କ ସମେତ ବହୁ ଧାର୍ମିକ ନେତା ଉପସ୍ଥିତ ଥିଲେ । ଏହା ପରେ ଡି ସେନ୍ଥିକୁମାର ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ କୋର୍ଟରେ ଆବେଦନ କରିଥିଲେ । ତାଙ୍କ ଆବେଦନରେ ସେ ଏହାକୁ ଜାତୀୟ ସମ୍ମାନ ଆଇନ 1971 ର ଉଲ୍ଲଂଘନ ବୋଲି ମଧ୍ୟ କହିଥିଲେ, ଯେଉଁଥିରେ ତିନି ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି।

ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଭଳି ଗଣତନ୍ତ୍ରରେ ଜାତୀୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆମେ ହାଇପର ହେବା ଉଚିତ୍ ନୁହେଁ । ଯିଏ ତ୍ରିରଙ୍ଗା ଉଠାଇବା ସେ କେବଳ ରାଷ୍ଚ୍ରବାଦୀ ବୋଲି ବିବେଚନା କରାଯିବନି ବରଂ ସୁଶାସନ ପାଇଁ କାମ କରୁଥିବା ବ୍ୟକ୍ତି ମଧ୍ୟ ରାଷ୍ଟ୍ରବାଦୀ । ଜାତୀୟ ଗର୍ବର ପ୍ରତୀକ ଦେଶପ୍ରେମ ସହିତ ସମାନ ନୁହେଁ, ସେହିପରି କେକ୍ କାଟିବା ଦେଶପ୍ରେମୀ ବିରୋଧରେ ନୁହେଁ । ଏହା ସହିତ କୋର୍ଟ ରବୀନ୍ଦ୍ରନାଥ ଟାଗୋରଙ୍କ କିଛି ଧାଡ଼ି ମଧ୍ୟ ଉଲ୍ଲେଖ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+