ଆଜିଠାରୁ ଅହମ୍ମଦାବାଦରେ ରାତ୍ରିକାଳୀନ କର୍ଫ୍ୟୁ !
ଆଜିଠୁ ଅହମ୍ମଦାବାଦରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ | ଶୁକ୍ରବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ସାପ୍ତାହ ଅନ୍ତ କର୍ଫ୍ୟୁ ଲାଗିବା ସହ ସୋମବାର ଠାରୁ ରାତ୍ରି କାଳୀନ କର୍ଫ୍ୟୁ ଜାରି ହେବ | ଗୁଜୁରାଟର ଏହି ବଡ଼ ସହରରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି |
ଅହମ୍ମଦାବାଦ : ଆଜିଠୁ ଅହମ୍ମଦାବାଦରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ | ଶୁକ୍ରବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ସାପ୍ତାହ ଅନ୍ତ କର୍ଫ୍ୟୁ ଲାଗିବା ସହ ସୋମବାର ଠାରୁ ରାତ୍ରି କାଳୀନ କର୍ଫ୍ୟୁ ଜାରି ହେବ | ଗୁଜୁରାଟର ଏହି ବଡ଼ ସହରରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି |
"ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ କୋଭିଡ୍ ସଂକ୍ରମଣ ହାର ବୃଦ୍ଦିକୁ ନିୟନ୍ତ୍ରଣ କରିବା ପାଇଁ ଶୁକ୍ରବାର ଠାରୁ ପ୍ରତ୍ୟେକ ଦିନ ରାତି 9 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଘୋଷଣା କରିଛି | ଅହମ୍ମଦାବାଦ ସହରରେ ଶୁକ୍ରବାର ରାତି 9 ଟାରୁ ସୋମବାର ସକାଳ 6 ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି |

ସହରରେ ପ୍ରତ୍ୟେକ ଦିନ ପ୍ରାୟ 200 କରୋନା ସଂକ୍ରମିତ ହେଉଥିବା ମଜର ଆସିଥିବା ବେଳେ କିଛି ମାସ ପୂର୍ବରୁ ଦୈନିକ ପ୍ରାୟ 140 କରୋନା ସଂକ୍ରମିତ ହେଉଥିବାର ଦେଖାଯାଇଛି | ଗୁରୁବାର ଦିନ ଅପରାହ୍ନ 5 ଟା ସୁଦ୍ଧା 230 ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି | ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର 23ରୁ ଖୋଲିବାକୁ ଥିବା ସ୍କୁଲ କଲେଜ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି | |
କ'ଣ ରହିବ ଏହି କର୍ଫ୍ୟୁରେ...
1. 57 ଘଣ୍ଟିଆ ଏହି କର୍ଫ୍ୟୁ ଅହମ୍ମଦାବାଦ ସହରରେ ଶୁକ୍ରବାର ରାତି 9 ଟାରୁ ଆରମ୍ଭ ହୋଇ ସୋମବାର ସକାଳ 6 ଟାରେ ଶେଷ ହେବ |
2. ଏହି କର୍ଫ୍ୟୁ ସମୟରେ କେବଳ ଦୁଗ୍ଧ ଏବଂ ଔଷଧ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଖୋଲା ରହିବାକୁ ଅନୁମତି ମିଳିବ |
3. ସୋମବାର ଠାରୁ ରାତି 9 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ |
4. ଅହମ୍ମଦାବାଦ ଏବଂ ଏହାର ଆଖପାଖରେ ଥିବା 4ଟି ସରକାରୀ ଡାକ୍ତରଖାନାରେ ଅତିରିକ୍ତ 900 କୋଭିଡ୍ -19 ଶଯ୍ୟା ଉପଲବ୍ଧ କରାଯାଇଛି | ଏଗୁଡ଼ିକ ହେଉଛି ଅହମ୍ମଦାବାଦର କିଡନୀ ହସ୍ପିଟାଲ, କର୍କଟ ହସ୍ପିଟାଲ ଏବଂ ସୋଲା ସିଭିଲ ହସ୍ପିଟା ଏବଂ ଗାନ୍ଧିନଗରସ୍ଥିତ ସିଭିଲ୍ ହସ୍ପିଟାଲ |
5. ସହରରେ କୋଭିଡ -19 ରୋଗୀଙ୍କ ପାଇଁ ମୋଟ 2,637 ଶଯ୍ୟା ଉପଲବ୍ଧ କରାଯାଇଛି | ସେଥି ମଧ୍ୟରୁ ସରକାରୀ ଡାକ୍ତରଖାନାରେ 2,237 ଏବଂ ଘରୋଇ ଡାକ୍ତରଖାନାରେ 400 ଶଯ୍ୟା ରହିଛି |












Click it and Unblock the Notifications