Get Updates
Get notified of breaking news, exclusive insights, and must-see stories!

ଝାଡ଼ଖଣ୍ଡରେ ନସ୍କଲ-ସୁରକ୍ଷାକର୍ମୀ ମୁହାଁମୁହିଁ, IED ବିସ୍ଫୋରଣରେ 5 CRPF ଯବାନ ଆହତ

ଝାଡଖଣ୍ଡରେ ନକ୍ସଲ-ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ସିଆରପିଏଫ୍ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି । IED ବିସ୍ଫୋରଣ ହେତୁ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି ।

ରାଞ୍ଚି: ଝାଡଖଣ୍ଡରେ ନକ୍ସଲ-ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ସିଆରପିଏଫ୍ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି । IED ବିସ୍ଫୋରଣ ହେତୁ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ଏହା ପରେ CRPF ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ୍ କରୁଛି ।

naxal

ମିଳିଥିବା ସୂଚନା ଅନୁସାରେ, ଝାଡଖଣ୍ଡର ଚାଇବାସା ଠାରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା । ଯାହା ପରେ CRPF ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଏହି ସମୟରେ ସୁରକ୍ଷା କର୍ମୀଙ୍କୁ ଦେଖି ନକ୍ସଲ ମାନେ ଗୁଳି ଚଳାଇଥିଲେ । ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ନକ୍ଲଲ ବିଛାଇଥିବା IED ବିସ୍ଫୋରଣ ହେବା ଫଳରେ 5 ଜଣ ଯବାନ ଆହତ ହୋଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ସରକାରଙ୍କ ସହ ସୁରକ୍ଷା ଏଜେନ୍ସିମାନେ ମିଳିତ ଭାବେ ଭୁଲ୍ ବାଟରେ ଯାଇଥିବା ଲୋକଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ ଅଭିଯାନ ଚଳାଉଛନ୍ତି । ଅନେକ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି । ଏହି ବର୍ଷ ଆରମ୍ଭରୁ ତିନି ଜଣ ମହିଳା ନକ୍ସଲଙ୍କ ସମେତ ଆଠ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ । ଏହାପୂର୍ବରୁ, ଗତ ବର୍ଷ ଶେଷରେ ବହୁ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଆସିଛନ୍ତି । ଏଥିରେ କ୍ରୋଦିତ ହୋଇ ନକ୍ସଲବାଦ ସହ ଜଡିତ ସଂଗଠନଗୁଡ଼ିକ ରାଜ୍ୟରେ ସେମାନଙ୍କର କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+