ପୁଣି ଖୋଲିବ ଆତଙ୍କବାଦୀ ବିଟା କରାଟେର ଫାଇଲ୍, କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ସତୀଶ କୁମାର ଟିକ୍କୁଙ୍କ ପରିବାର
ପ୍ରାୟ 32 ବର୍ଷ ପୂର୍ବେ ଘଟିଥିବା ଏହି ଘଟଣା ବର୍ତ୍ତମାନ ନ୍ୟାୟ ପାଇବାକୁ କୋର୍ଟରେ ପହଞ୍ଚିବାକୁ ଯାଉଛି । ସତୀଶ କୁମାର ଟିକ୍କୁଙ୍କ ପରିବାର ପକ୍ଷରୁ ଆଡଭୋକେଟ୍ ଉତ୍ସବ ବାଇନ୍ସ ଶ୍ରୀନଗର ସ୍ପେଶାଲ କୋର୍ଟରେ ଅପରାଧିକ ଆବେଦନ କରିବାକୁ ଯାଉଛନ୍ତି ।
ନୂଆଦିଲ୍ଲୀ : କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ ଏବଂ ଅତ୍ୟାଚାର ଉପରେ ନିର୍ମିତ ଫିଲ୍ମ କାଶ୍ମୀର ଫାଇଲ୍ସ ନିରନ୍ତର ଚର୍ଚ୍ଚାରେ ରହିଛି । ସତୀଶ କୁମାର ଟିକ୍କୁ ଏବଂ ତାଙ୍କ ପରିବାରକୁ କିପରି ନିର୍ଯାତନା ଦିଆଯାଉଥିଲା ଏବଂ ହତ୍ୟା କରାଯାଇଥିଲା ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ପ୍ରାୟ 32 ବର୍ଷ ପୂର୍ବେ ଘଟିଥିବା ଏହି ଘଟଣା ବର୍ତ୍ତମାନ ନ୍ୟାୟ ପାଇବାକୁ କୋର୍ଟରେ ପହଞ୍ଚିବାକୁ ଯାଉଛି । ସତୀଶ କୁମାର ଟିକ୍କୁଙ୍କ ପରିବାର ପକ୍ଷରୁ ଆଡଭୋକେଟ୍ ଉତ୍ସବ ବାଇନ୍ସ ଶ୍ରୀନଗର ସ୍ପେଶାଲ କୋର୍ଟରେ ଅପରାଧିକ ଆବେଦନ କରିବାକୁ ଯାଉଛନ୍ତି ।

ଆତଙ୍କବାଦୀ ବିଟା କରାଟେ ବିରୋଧରେ ସମସ୍ତ ଏଫଆଇଆର ମାନଙ୍କର ରିପୋର୍ଟ ସମ୍ବନ୍ଧରେ ଏହି ଆବେଦନପତ୍ର ପଞ୍ଜିକୃତ ହୋଇଛି ।
ଉତ୍ସବ ବାଇନ୍ସ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବିକାଶ ରୈନା କୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି । ଆଜି ଏହି ମାମଲାରେ କୋର୍ଟରେ ଆଜି ଶୁଣାଣି ହେବ ।
ସୂଚନାଯୋଗ୍ୟ ଯେ ବିଟା କରାଟେ ଦୀର୍ଘ ବର୍ଷ ଧରି ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ୍ର ନେତୃତ୍ୱ ନେଇଥିଲା । ପୁଣି ଥରେ ସେ କାଶ୍ମୀର ଫାଇଲ୍ସ ଫିଲ୍ମରେ ତାର ମନ୍ଦ ରୂପ ଦେଖାଗଲା ପରେ ସେ ପୁଣି ଥରେ ଚର୍ଚ୍ଚାରେ ରହିଛି । ସେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା କ୍ୟାମେରା ଆଗରେ ସ୍ୱୀକାର କରିଛି । ଯେତେବେଳେ ତାଙ୍କୁ ପଚରାଗଲା ଯେ ଯଦି ତୁମ ମା କିମ୍ବା ଭଉଣୀକୁ ହତ୍ୟା କରିବାକୁ କୁହାଯାଏ, ତେବେ ତୁମେ ତାଙ୍କୁ ହତ୍ୟା କରିବ, ବିଟା କରାଟେ କହିଛି ହଁ ହଁ, ମୁଁ ହତ୍ୟା କରିବି ।
ସୂଚନାଯୋଗ୍ୟ ଯେ ତତ୍କାଳୀନ ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁପିୟାଙ୍କୁ ଅପହରଣ ପରେ ଆତଙ୍କବାଦୀଙ୍କୁ ମୁକ୍ତ କରାଯାଇଥିଲା, ପରେ ବିଟା କରାଟେ ଉପତ୍ୟକାରେ କାଶ୍ମୀରୀ ପଣ୍ଡିତମାନଙ୍କୁ ଜୁନ୍ 1990 ପର୍ଯ୍ୟନ୍ତ ହତ୍ୟା କରିଥିଲା । ପଚରାଉଚରା ବେଳେ କରାଟେ କହିଥିଲା ଯେ ସ୍ଥାନୀୟ ପ୍ରଶାସନ ତାଙ୍କୁ ବହୁତ ନିର୍ଯାତନା ଦେଉଥିଲେ, ଯେଉଁଥିପାଇଁ ସେ ଏହି ରାସ୍ତା ବାଛିଥିଲା । କରାଟେ ନିଜେ କହିଛି ଯେ ସେ 20 ରୁ ଅଧିକ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛି, ଏପରିକି ଏହି ସଂଖ୍ୟା 30-40 ହୋଇପାରେ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications