Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀରରେ ଘର ଓ ମସଜିଦରେ ବଡ଼ ଫାଟ, ରେଡ୍ ଆଲର୍ଟ ଜାରି

ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଯୋଶୀମଠ ପରି ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ମଧ୍ୟ ଅନଏକ ଘରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି । ଏଠାରେ ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ଏପର୍ଯ୍ୟନ୍ତ 19 ଟି ଘର, ଏକ ମସଜିଦ ଏବଂ ମଦରସାକୁ ଖାଲି କରାଯାଇଛି ।

land sinking

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଯୋଶୀମଠ ପରି ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ମଧ୍ୟ ଅନଏକ ଘରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି । ଏଠାରେ ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ଏପର୍ଯ୍ୟନ୍ତ 19 ଟି ଘର, ଏକ ମସଜିଦ ଏବଂ ମଦରସାକୁ ଖାଲି କରାଯାଇଛି । ଏହି କୋଠା ମାନଙ୍କରେ ବଡ଼ ଏବଂ ମୋଟା ଫାଟ ସୃଷ୍ଟି ହୋଇଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେଣୁ ସେହି ଅଞ୍ଚଳରେ ପ୍ରଶାସନିକ ଅଧିକାରୀମାନେ ରେଡ ଆଲର୍ଟ ଜାରି କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଡୋଡା ଜିଲ୍ଲାର ଏସଡିଏମ ଅତହର ଅମିନ ଜରଗର କହିଛନ୍ତି ଯେ ଗତକାଲି ରାତିରେ ହଠାତ୍ ପରିସ୍ଥିତି ଗୁରୁତର ହୋଇପଡିଛି । ଏପର୍ଯ୍ୟନ୍ତ 19 ଟି ଘର, ଗୋଟିଏ ମସଜିଦ ଏବଂ ଗୋଟିଏ ମଦରସାକୁ ଖାଲି କରାଯାଇଛି । ଏହି କ୍ଷେତ୍ରରେ ରେଡ ଆଲର୍ଟ ଜାରି କରାଯାଇଛି । ଯଦି ସମସ୍ୟା ବଢେ, ତେବେ ଅଧିକ ଘରକୁ ଖାଲି କରାଯିବ । ବରିଷ୍ଠ ଅଧିକାରୀଙ୍କ ଏକ ଦଳ ନିୟମିତ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି । ଏପରିକି ଏହାର ଏକ ରିପୋର୍ଟ ଭାରତର ଭୂତତ୍ତ୍ୱ ସର୍ବେକ୍ଷଣକୁ ପଠାଯାଇଛି ।

ଏସଡିଏମ ଅଥର ଅମିନ ଜାରଗାର ଆହୁରି କହିଛନ୍ତି, 'ଭାରତର ଜିଓଲୋଜିକାଲ ସର୍ଭେର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନେ ଅଧ୍ୟୟନ କରୁଛନ୍ତି । ଅଧ୍ୟୟନ ପରେ ସେ ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବେ । ଏଥି ସହ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ଯେ ଅଧ୍ୟୟନ ପାଇଁ କିଛି ବୈଜ୍ଞାନିକ ଦଳ ଆସିଛନ୍ତି । କେତେକ କୋଠାକୁ ଖାଲି କରାଯାଇଛି । ଘଟଣା ଉପରେ ପ୍ରଶାସନ ନଜର ରଖିଛି ।

ଡୋଡା ପ୍ରଶାସନ ଅନୁଯାୟୀ, ଗତ ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଫାଟ ଆହୁରି ବଢିବାରେ ଲାଗିଛି । ତେବେ ଭୂମି ଦବିବା ପଛରେ କଣ କାରଣ ରହିଛି ସେ ନେଇ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ଅନ୍ୟପକ୍ଷରେ ଡୋଡା ଏସଡିଏମ ଯୋଶୀମଠ ପରି ପରିସ୍ଥିତିକୁ ଅସ୍ୱୀକାର କରି କହିଛନ୍ତି ଯେ ଭୂସ୍ଖଳନ ହେତୁ ଏହି ସମସ୍ୟା ଆସିଛି । ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଭୂବିଜ୍ଞାନୀମାନେ ମଧ୍ୟ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+