ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଫଟୋ ଏବଂ ଭିଡିଓ ଉତ୍ତୋଳନ ମନା, ବିବାଦ ମଧ୍ୟରେ ନିର୍ଦ୍ଦେଶ ଜାରି କଲେ ସରକାର
ମୋଦୀ ସରକାରଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ନିର୍ମାଣ ସ୍ଥଳରେ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (ସିପିଡବ୍ଲୁ୍ୟୁଡି) 'ନୋ ଫଟୋଗ୍ରାଫି' ଏବଂ 'ନୋ ଭିଡିଓ ରେକର୍ଡିଂ'ର ଏକ ବୋର୍ଡ ଲଗାଇଛି ।
ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ନିର୍ମାଣ ସ୍ଥଳରେ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (ସିପିଡବ୍ଲୁ୍ୟୁଡି) 'ନୋ ଫଟୋଗ୍ରାଫି' ଏବଂ 'ନୋ ଭିଡିଓ ରେକର୍ଡିଂ'ର ଏକ ବୋର୍ଡ ଲଗାଇଛି । ଇଣ୍ଡିଆ ଗେଟ୍ ନିକଟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି । ନିର୍ମାଣ ସ୍ଥାନରେ ସ୍ଥାପିତ ସାଇନ୍ ବୋର୍ଡ ସ୍ପଷ୍ଟ ଭାବରେ ଲେଖା ଯାଇଛି କୌଣସି ଫଟୋଗ୍ରାଫି କିମ୍ବା ଭିଡିଓ ରେକର୍ଡିଂ ନିଷେଧ । ଏହା ସହିତ ଅନ୍ୟ ଏକ ସାଇନ୍ ବୋର୍ଡରେ ଲେଖା ହୋଇଛି ଯେ ଏହି ସମ୍ପତ୍ତି ସାଧାରଣ ଲୋକଙ୍କ ପାଇଁ ନୁହେଁ । ବିନା ଅନୁମତିରେ ପ୍ରବେଶ କରନ୍ତୁ ନାହିଁ ।

ଏହି ପ୍ରକଳ୍ପ ନିର୍ମାଣ କରୁଥିବା CPWD, ଯେତେବେଳେ ଏହି ସାଇନ୍ ବୋର୍ଡଗୁଡ଼ିକ ବିଷୟରେ ପଚରାଗଲା, ସେମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଲେ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଗୋଟିଏ ପଟେ ସମସ୍ତ ଶିଳ୍ପ ବନ୍ଦ ରହିଥିବା ବେଳେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ କ୍ରମାଗତ ଭାବରେ ଜାରି ରହିଥିଲା । ଏଭଳି ପରିସ୍ଥିତିରେ ଅନେକ ବିରୋଧୀ ଦଳ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଅର୍ଥର ଅପଚୟ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ଅଧୀନରେ ଉପରାଷ୍ଟ୍ରପତି ଗୃହ, ପ୍ରଧାନମନ୍ତ୍ରୀ ଗୃହ, ନୂତନ ସଂସଦ ଗୃହ, ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟ ନିର୍ମାଣ ହେବ । ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କଂଗ୍ରେସ ଏହି ପ୍ରକଳ୍ପ ଉପରେ ପ୍ରଶ୍ନ କରିବା ପରେ କଂଗ୍ରେସ ଦଳ ଉପରେ କଡ଼ା ମନ୍ତବ୍ୟ ରଖିଥିଲେ । ୟୁପିଏ ସରକାରରେ ଥିବାବେଳେ କଂଗ୍ରେସ ନିଜେ ଏହି ପ୍ରକଳ୍ପକୁ ସମର୍ଥନ କରିଥିଲା ବୋଲି ସେ କହିଥିଲେ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications