ମଣିଷ ପାଇଁ ହାନିକାରକ 'ଗୋ ମୂତ୍ର', ଏଥିରେ ରହିଛି 14 ପ୍ରକାରର ବ୍ୟାକ୍ଟେରିଆ- ରିସର୍ଚ୍ଚ
ନୂଆଦିଲ୍ଲୀ : ସତେଜ ଗା ମୂତ୍ରରେ ସମ୍ଭାବ୍ୟ କ୍ଷତିକାରକ ବ୍ୟାକ୍ଟେରିଆ ରହିପାରେ ଏବଂ ପ୍ରତ୍ୟକ୍ଷ ମାନବ ବ୍ୟବହାର ପାଇଁ ଏହା ଉପଯୁକ୍ତ ନୁହେଁ । ଦେଶର ପ୍ରାଥମିକ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବରେଲି ଭିତ୍ତିକ ICAR- ଭରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ (IVRI) ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ଦର୍ଶାଯାଇଛି । ଅନୁସନ୍ଧାନରେ କୁହାଯାଇଛି ଯେ ଏଥିରେ ଅନେକ ପ୍ରକାରର ବ୍ୟାକ୍ଚେରିଆ ରହିଥାନ୍ତି ।

ଅନୁସନ୍ଧାନରେ ଦର୍ଶାଯାଇଛି ଯେ ଗା ମୂତ୍ର ଅପେକ୍ଷା ମଇଁଷି ପରିସ୍ରାରେ ଥିବା ବ୍ୟାକ୍ଟେରିଆ ଅଧିକ ପ୍ରଭାବଶାଳୀ । ତିନିଜଣ ପିଏଚଡି ଛାତ୍ରଙ୍କ ସହ ଅନୁଷ୍ଠାନର ଭୋଜ ରାଜ ସିଂଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ ସୁସ୍ଥ ଗାଈ ଏବଂ ଷଣ୍ଢର ପରିସ୍ରା ନମୁନାରେ ଅତି କମରେ 14 ପ୍ରକାରର କ୍ଷତିକାରକ ବ୍ୟାକ୍ଟେରିଆ ରହିଛନ୍ତି, ଯାହା ପେଟ ସଂକ୍ରମଣର କାରଣ ହୋଇପାରେ ।
ଅନୁସନ୍ଧାନର ଫଳାଫଳ ଅନଲାଇନ୍ ଅନୁସନ୍ଧାନ ୱେବସାଇଟ୍ ରିସର୍ଚ୍ଚ ଗେଟ୍ ରେ ପ୍ରକାଶିତ ହୋଇଛି । ଅନୁଷ୍ଠାନର ଏପିଡେମୋଲୋଜି ବିଭାଗର ମୁଖ୍ୟ ଥିବା ସିଂହ ଏକ ଖବରକାଗଜକୁ ସୂଚନା ଦେଇ କହିଛନ୍ତି ଯେ ଗାଈ, ବଳଦ ଏବଂ ମଣିଷର 73 ଟି ପରିସ୍ରା ନମୁନାର ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡିଛି ଯେ ବଳଦ ମୂତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ କାର୍ଯ୍ୟକଳାପ ଗାଈ ଅପେକ୍ଷା ବହୁତ ଭଲ ଥିଲା । ଆମେ ଗାଈ ପରିସ୍ରା ପିଇବା ଉଚିତ୍ ନୁହେଁ ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସେମାନେ ତିନି ପ୍ରକାରର ଗାଈ - ସାହିୱାଲ, ଥାରପରକର ଏବଂ ବିନ୍ଦାୱାନୀ (କ୍ରସ୍ ପ୍ରଜାତି) ରୁ ମୂତ୍ର ନମୁନା ସଂଗ୍ରହ କରିବା ସହିତ ସ୍ଥାନୀୟ ଦୁଗ୍ଧ ଫାର୍ମରୁ ବଳଦ ଏବଂ ମଣିଷଙ୍କ ନମୁନା ସଂଗ୍ରହ କରିଥିଲେ । ଜୁନ୍ ଏବଂ ନଭେମ୍ବର 2022 ମଧ୍ୟରେ ହୋଇଥିବା ଆମର ଅଧ୍ୟୟନରେ ସିଦ୍ଧାନ୍ତ ନିଆଯାଇଛି ଯେ ଅମେ ଭାବୁ କୁ ଗାଈ ପରିସ୍ରା ଆଣ୍ଟିବ୍ୟାକ୍ଟେରିଆଲ୍, କିନ୍ତୁ ଏହା ସତ ନୁହେଁ । କୌଣସି ପରିସ୍ଥିତିରେ ମଣିଷର ବ୍ୟବହାର ପାଇଁ ଗାମୂତ୍ର ସୁପାରିଶ କରାଯାଇପାରିବ ନାହିଁ ।












Click it and Unblock the Notifications