Get Updates
Get notified of breaking news, exclusive insights, and must-see stories!

ଟୀକାକରଣ ପାଇଁ ଭାରତ ପ୍ରସ୍ତୁତ... ସେରମ୍ ଇନଷ୍ଟିଚ୍ୟୁଟରୁ ଗଲା ପ୍ରଥମ ପର୍ଯ୍ୟାୟ ଟିକା

ଭାରତ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟରୁ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପାଇଁ ପଠାଯାଇଛି ।

ପୁନେ : ଚାରିଦିନ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ୍ ପାଇଁ ଟୀକାକରଣର ପ୍ରଥମ ପର୍ଯ୍ୟାୟ । ଏନେଇ ପ୍ରସ୍ତୁତ ଚୁଡା଼ନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ମଧ୍ୟରେ ମଙ୍ଗଳବାର ସକାଳେ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟରୁ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପାଇଁ ପଠାଯାଇଛି ।

ଆଜି ଅପରାହ୍ନରେ ଓ଼ଡ଼ିଶାରେ ଏହି ଟିକା ପହଞ୍ଚିବା ନେଇ ସୂଚନା ମିଳିଛି । ଖବର ଲେଖା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସ୍ପାଇସ୍ ଜେଟର ଏକ ବିମାନ ଟିକା ନେଇ ଓଡ଼ିଶାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଅପରାହ୍ନ 2ଟାରେ ବିଜୟଓ୍ୱାଡ଼ା ଛାଡ଼ି ଅପରାହ୍ନ 3ଟା5 ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି ।

ଖବର ସରବରାହ ସଂସ୍ଥା ପିଟିଆଇ ତଥ୍ୟ ଅନୁସାରେ, ତିନୋଟି ତାପମାନ ନିୟନ୍ତ୍ରିତ ଟ୍ରକରେ କୋଭିଶିଲ୍ଡ ଟିକାକୁ କଡା ସୁରକ୍ଷା ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ନିଆଯାଇଛି । ଗାଡ଼ି ବାହାରିବା ପୂର୍ବରୁ ଏକ ପୂଜା କରାଯାଇଥିଲା ବୋଲି ମଧ୍ୟ କୁହାଯାଇଛି ।

Corona-Vaccine

ଭାରତ ପାଖରେ ଛିଡା ହୁଅ, ପ୍ରସ୍ତୁତ ହୁଅ! ଏହି ରୋଗକୁ ମାରିବା ପାଇଁ ଟିକା ବାହାରିଛି

ପୁଣେ ବିମାନବନ୍ଦରରୁ ଏହି ଟିକା 13 ଟି ସହରକୁ ପଠାଯାଇଛି । ଏନେଇ ପୁନେ ବିମାନ ବନ୍ଦର ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି, 'ପ୍ରସ୍ତୁତ ରୁହ ! ଭାରତ ସହ ଛିଡ଼ା ହୁଅନ୍ତୁ ! କରୋନା ଭାଇରସ୍ କୁ ପରାସ୍ତ କରିବା ପାଇଁ ସାରା ଦେଶରେ ଟିକା ପହଞ୍ଚାଇବା ନେଇ ବିମାନରେ ଟିକା ପଠାଯାଉଛି ।'

ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ଟୁଇଟ୍ କରି କହିଛନ୍ତି, 'ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଆଉ ଏକ ମହତ୍ୱପୂର୍ଣ୍ଣ ମିଶନ ଆରମ୍ଭ କରିଛି ।' ସେ ଅନ୍ୟ ଅକ ଟ୍ୱିଟ୍ କରି କହିଛନ୍ତି ଯେ ଆଜି ଏୟାର ଇଣ୍ଡିଆ, ସ୍ପାଇସଜେଟ ଏବଂ ଇଣ୍ଡିଗୋ ଏୟାରଲାଇନ୍ସର 9ଟି ବିମାନ ପୁଣେରୁ 56.5 ଲକ୍ଷ ଡୋଜ ସହିତ ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୌହାଟି, ଶିଲଙ୍ଗ, ଅହମ୍ମଦାବାଦ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ପାଟନା, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼କୁ ଚଳାଚଳ କରିବ ।

ଆଜି ଆମେ ଗୌହାଟୀ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ୱର, ବେଙ୍ଗାଲୁରୁ, ପାଟନା ଏବଂ ବିଜୟୱାଡା ସମେତ ବିଭିନ୍ନ ସହରକୁ ଟିକା ପରିବହନ କରିବୁ ବୋଲି ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି । ଭାରତ ସମେତ ବିଦେଶକୁ ମଧ୍ୟ ଟିକା ପହଞ୍ଚାଇବା ନେଇ ସ୍ପାଇସ୍ ଜେଟ୍ ପ୍ରସ୍ତୁତ । ମହାମାରୀ ବିରୁଦ୍ଧରେ ଭାରତର ଲଢେଇରେ ଏକ ଦୀର୍ଘ ଏବଂ ନିର୍ଣ୍ଣାୟକ ପର୍ଯ୍ୟାୟର ଆରମ୍ଭ ଏବଂ ସ୍ପାଇସଜେଟ ମାନବ ଇତିହାସର ସବୁଠାରୁ ବଡ ଟୀକାକରଣ ଡ୍ରାଇଭରେ ସାହାଯ୍ୟ କରି ଗର୍ବିତ ବୋଲି ସ୍ପାଇସଜେଟ ଏକ ବିବୃତ୍ତିରେ କହିଛି ।

ଜାନୁୟାରୀ 16 ରୁ ଏହି ଟୀକାକରଣ ଆରମ୍ଭ ହେବ । ସରକାରଙ୍କ ପ୍ରସ୍ତୁତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୋଲିସ୍, ସିଭିଲ୍ ଡିଫେନ୍ସ କର୍ମଚାରୀ, ସଫେଇ କର୍ମଚାରୀ ଭଳି ଆଗ ଧାଡ଼ିର 30କୋଟି ଯୋଦ୍ଧାଙ୍କୁ ଟିକା ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+