For Quick Alerts
Turn On Notification  
For Daily Alerts
Oneindia App Download

ଭାରତର ଟିକା ପ୍ରମାଣପତ୍ରରେ ଅସୁବିଧା, କୋୱିନ ଏବଂ NHS ଆପ୍ ନିର୍ମାତା ସହ ଚାଲିଛି ଆଲୋଚନା : ବ୍ରିଟିଶ ହାଇ କମିଶନର

କୋଭିଡଶିଲ୍ଡ ପ୍ରସଙ୍ଗ ନୁହଁ, କିନ୍ତୁ କରୋନା ଟିକା ପ୍ରମାଣପତ୍ରରେ କିଛି ସମସ୍ୟା ରହିଛି । ଏଥିପାଇଁ କୋୱିନ ଆପ୍ ଏବଂ NHS ଆପ୍ ର ବିକାଶକାରୀଙ୍କ ସହିତ ବିସ୍ତୃତ ବୈଷୟିକ ଆଲୋଚନା ଚାଲିଛି ।

|

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଚାପ ପରେ ବ୍ରିଟେନ ସରକାର କୋଭିଶିଲ୍ଡକୁ ମାନ୍ୟତା ଦେଇଛନ୍ତି । କିନ୍ତୁ ଭାରତରୁ ବ୍ରିଟେନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି । ବ୍ରିଟେନ ସରକାର ଭାରତୀୟ ଟୀକାକରଣ ପ୍ରମାଣପତ୍ରକୁ ଏହା ପଛର କାରଣ ବୋଲି ଉଲ୍ଲେଖ କରିଛନ୍ତି । ଭାରତରେ ବ୍ରିଟେନ ହାଇକମିଶନର ଦାବି କରିଛନ୍ତି ଯେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ।

CoronaVirus

ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍ କହିଛନ୍ତି ଯେ ଆମେ ଏହା ସ୍ପଷ୍ଟ କରିସାରିଛୁ ଯେ କୋଭିଡଶିଲ୍ଡ ପ୍ରସଙ୍ଗ ନୁହଁ, କିନ୍ତୁ କରୋନା ଟିକା ପ୍ରମାଣପତ୍ରରେ କିଛି ସମସ୍ୟା ରହିଛି । ଏଥିପାଇଁ କୋୱିନ ଆପ୍ ଏବଂ NHS ଆପ୍ ର ବିକାଶକାରୀଙ୍କ ସହିତ ବିସ୍ତୃତ ବୈଷୟିକ ଆଲୋଚନା ଚାଲିଛି । ସେ କହିଛନ୍ତି ଯେ ବ୍ରିଟିଶ ସରକାର ଏହାକୁ ତୁରନ୍ତ ବିଚାର କରୁଛନ୍ତି । ତେବେ ସେ କୌଣସି ସମୟ ସୀମା ଦେବାକୁ ମନା କରିଦେଇଥିଲେ ।

ବିଭିନ୍ନ ବର୍ଗରେ ହଜାର ହଜାର ଭାରତୀୟଙ୍କୁ ଭିସା ପ୍ରଦାନ କରାଯାଇଛି ବୋଲି ହାଇ କମିଶନର୍ ସୂଚନା ଦେଇଛନ୍ତି । ବ୍ରିଟେନର ଯାତ୍ରା ନିଷେଧାଦେଶ ହଟାଯିବା ପରଠାରୁ ଅନେକ ଭାରତୀୟ ବ୍ରିଟେନ ଯାଉଛନ୍ତି । ଯେଉଁଥିରେ ପର୍ଯ୍ୟଟକ, ଛାତ୍ର, ବ୍ୟବସାୟୀ ଅଛନ୍ତି । ସେ କହିଛନ୍ତି ଯେ ଜୁନ୍ 2021 ପର୍ଯ୍ୟନ୍ତ 62,500 ରୁ ଅଧିକ ଛାତ୍ର ଭିସା ଜାରି କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 30 ପ୍ରତିଶତ ଅଧିକ । ତାଙ୍କ ସରକାର ପୂର୍ବ ପରି ଯାତ୍ରାକୁ ସହଜ କରିବାକୁ ଚାହୁଁଛନ୍ତି ।

ଏହାପୂର୍ବରୁ ବ୍ରିଟେନ ସରକାର କହିଥଲେ ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ କୋଭିଡଶିଲ୍ଡ ଟିକା ଉଭୟ ଡୋଜ ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ ଟିକା ନେଇନଥିବା ବ୍ୟକ୍ତି ଭାବେ ବିବେଚନା କରାଯିବ । ଏହା ବ୍ୟତୀତ ସେମାନଙ୍କ ପାଇଁ ଏକ 10 ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହେବ । ପରେ ଭାରତ ମଧ୍ୟ ଚେତାବନୀ ଦେଇଛି ଯେ ଯଦି ବ୍ରିଟେନ ଏହାର ନିଷ୍ପତ୍ତି ଉପରେ ବିଚାର ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାହା ପରେ କୋଭିଶିଲ୍ଡକୁ ମାନ୍ୟତା ମିଳିଥିଲା, କିନ୍ତୁ ନିୟମରେ କୌଣସି କୋହଳ ହେଲା ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Covishield Is Not A Problem, Talks On Certificate With Cowin Developers : British High Commission
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X