ଭାରତର ଟିକା ପ୍ରମାଣପତ୍ରରେ ଅସୁବିଧା, କୋୱିନ ଏବଂ NHS ଆପ୍ ନିର୍ମାତା ସହ ଚାଲିଛି ଆଲୋଚନା : ବ୍ରିଟିଶ ହାଇ କମିଶନର
କୋଭିଡଶିଲ୍ଡ ପ୍ରସଙ୍ଗ ନୁହଁ, କିନ୍ତୁ କରୋନା ଟିକା ପ୍ରମାଣପତ୍ରରେ କିଛି ସମସ୍ୟା ରହିଛି । ଏଥିପାଇଁ କୋୱିନ ଆପ୍ ଏବଂ NHS ଆପ୍ ର ବିକାଶକାରୀଙ୍କ ସହିତ ବିସ୍ତୃତ ବୈଷୟିକ ଆଲୋଚନା ଚାଲିଛି ।
ନୂଆଦିଲ୍ଲୀ : ଭାରତ ସରକାରଙ୍କ ଚାପ ପରେ ବ୍ରିଟେନ ସରକାର କୋଭିଶିଲ୍ଡକୁ ମାନ୍ୟତା ଦେଇଛନ୍ତି । କିନ୍ତୁ ଭାରତରୁ ବ୍ରିଟେନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି । ବ୍ରିଟେନ ସରକାର ଭାରତୀୟ ଟୀକାକରଣ ପ୍ରମାଣପତ୍ରକୁ ଏହା ପଛର କାରଣ ବୋଲି ଉଲ୍ଲେଖ କରିଛନ୍ତି । ଭାରତରେ ବ୍ରିଟେନ ହାଇକମିଶନର ଦାବି କରିଛନ୍ତି ଯେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ।

ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍ କହିଛନ୍ତି ଯେ ଆମେ ଏହା ସ୍ପଷ୍ଟ କରିସାରିଛୁ ଯେ କୋଭିଡଶିଲ୍ଡ ପ୍ରସଙ୍ଗ ନୁହଁ, କିନ୍ତୁ କରୋନା ଟିକା ପ୍ରମାଣପତ୍ରରେ କିଛି ସମସ୍ୟା ରହିଛି । ଏଥିପାଇଁ କୋୱିନ ଆପ୍ ଏବଂ NHS ଆପ୍ ର ବିକାଶକାରୀଙ୍କ ସହିତ ବିସ୍ତୃତ ବୈଷୟିକ ଆଲୋଚନା ଚାଲିଛି । ସେ କହିଛନ୍ତି ଯେ ବ୍ରିଟିଶ ସରକାର ଏହାକୁ ତୁରନ୍ତ ବିଚାର କରୁଛନ୍ତି । ତେବେ ସେ କୌଣସି ସମୟ ସୀମା ଦେବାକୁ ମନା କରିଦେଇଥିଲେ ।
ବିଭିନ୍ନ ବର୍ଗରେ ହଜାର ହଜାର ଭାରତୀୟଙ୍କୁ ଭିସା ପ୍ରଦାନ କରାଯାଇଛି ବୋଲି ହାଇ କମିଶନର୍ ସୂଚନା ଦେଇଛନ୍ତି । ବ୍ରିଟେନର ଯାତ୍ରା ନିଷେଧାଦେଶ ହଟାଯିବା ପରଠାରୁ ଅନେକ ଭାରତୀୟ ବ୍ରିଟେନ ଯାଉଛନ୍ତି । ଯେଉଁଥିରେ ପର୍ଯ୍ୟଟକ, ଛାତ୍ର, ବ୍ୟବସାୟୀ ଅଛନ୍ତି । ସେ କହିଛନ୍ତି ଯେ ଜୁନ୍ 2021 ପର୍ଯ୍ୟନ୍ତ 62,500 ରୁ ଅଧିକ ଛାତ୍ର ଭିସା ଜାରି କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 30 ପ୍ରତିଶତ ଅଧିକ । ତାଙ୍କ ସରକାର ପୂର୍ବ ପରି ଯାତ୍ରାକୁ ସହଜ କରିବାକୁ ଚାହୁଁଛନ୍ତି ।
ଏହାପୂର୍ବରୁ ବ୍ରିଟେନ ସରକାର କହିଥଲେ ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ କୋଭିଡଶିଲ୍ଡ ଟିକା ଉଭୟ ଡୋଜ ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ ଟିକା ନେଇନଥିବା ବ୍ୟକ୍ତି ଭାବେ ବିବେଚନା କରାଯିବ । ଏହା ବ୍ୟତୀତ ସେମାନଙ୍କ ପାଇଁ ଏକ 10 ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହେବ । ପରେ ଭାରତ ମଧ୍ୟ ଚେତାବନୀ ଦେଇଛି ଯେ ଯଦି ବ୍ରିଟେନ ଏହାର ନିଷ୍ପତ୍ତି ଉପରେ ବିଚାର ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାହା ପରେ କୋଭିଶିଲ୍ଡକୁ ମାନ୍ୟତା ମିଳିଥିଲା, କିନ୍ତୁ ନିୟମରେ କୌଣସି କୋହଳ ହେଲା ନାହିଁ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications