କୋଭିଡ୍-19 ପାଇଁ 500 ଟଙ୍କାରେ ମିଳିପାରେ କୋଭିସିଲ୍ଡ : ସେରମ୍ ସିଇଓ

2021 ମାର୍ଚ୍ଚ-ଏପ୍ରିଲ୍ ମାସ ସୁଦ୍ଧା ବାକି ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଉପଲବ୍ଧ ହେବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା HT ନେତୃତ୍ୱ ସମ୍ମିଳନୀରେ କହିଛନ୍ତି | ଏହି ଟିକା 2 ° C ରୁ 8 ° C ମଧ୍ୟରେ ତାପମାତ୍ରାରେ ଗଚ୍ଛିତ ହୋଇପାରିବ 5ଶହ ରୁ 6ଶହ ଟଙ୍କା ମଧ୍ୟରେ ମୂଲ୍ୟ ରହିପାରେ ବୋଲି ସେ କହିଛନ୍ତି |

ନୂଆଦିଲ୍ଲୀ : ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବୃଦ୍ଧମାନଙ୍କ ଉପରେ କୋଭିସିଲ୍ଡର ସୀମିତ ବ୍ୟବହାର ପାଇଁ ଜରୁରୀକାଳୀନ ଅନୁମୋଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଆସନ୍ତା ମାସରେ ଭାରତର ସର୍ବୋଚ୍ଚ ଡ୍ରଗ୍ ରେଗୁଲେଟରରେ ଆବେଦନ କରିପାରେ | 2021 ମାର୍ଚ୍ଚ-ଏପ୍ରିଲ୍ ମାସ ସୁଦ୍ଧା ବାକି ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଉପଲବ୍ଧ ହେବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା HT ନେତୃତ୍ୱ ସମ୍ମିଳନୀରେ କହିଛନ୍ତି | ଏହି ଟିକା 2 ° C ରୁ 8 ° C ମଧ୍ୟରେ ତାପମାତ୍ରାରେ ଗଚ୍ଛିତ ହୋଇପାରିବ 5ଶହ ରୁ 6ଶହ ଟଙ୍କା ମଧ୍ୟରେ ମୂଲ୍ୟ ରହିପାରେ ବୋଲି ସେ କହିଛନ୍ତି |

ସରକାର ଏହି ଟିକାକୁ ବହୁ ପରିମାଣରେ କିଣୁଥିବାରୁ ସରକାରଙ୍କୁ ଏହାର ମୂଲ୍ୟ ପ୍ରାୟ ପ୍ରାୟ 225-300 ଟଙ୍କା ପଡ଼ିବ | କିନ୍ତୁ ସାଧାରଣ ଲୋକଙ୍କୁ ଏହାର ମୂଲ୍ୟ ବାବଦକୁ 5ଶହରୁ 6ଶହ ଟଙ୍କା ଦେବାକୁ ପଡ଼ିବ |

Covishield

'ବ୍ରିଟେନ କର୍ତ୍ତୃପକ୍ଷ, MHRA (ଔଷଧ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି) ଏବଂ ୟୁରୋପୀୟ EMEA (ୟୁରୋପୀୟ ମେଡିସିନ୍ ଏଜେନ୍ସି) ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିବା ମାତ୍ରେ ଆମେ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ (DCGI) ରେ ଆବେଦନ କରିବୁ ଏବଂ ଆଶା କରୁଛୁ, ବହୁତ ଖୁବ୍ ଶୀଘ୍ର ଆମେ ଏକ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ମଧ୍ୟ ପାଇପାରିବା' ବୋଲି ମଧ୍ୟ ପୁନାୱାଲା କହିଛନ୍ତି |

ଏହା କେବଳ ଫ୍ରଣ୍ଟଲାଇନ କର୍ମଚାରୀ, ବୃଦ୍ଧମାନଙ୍କ ପାଇଁ ଏକ ସୀମିତ ବ୍ୟବହାର ବୋଲି ସେ ସ୍ପଷ୍ଟ କରିଛନ୍ତି | ଜରୁରୀକାଳୀନ ଲାଇସେନ୍ସ ବ୍ୟବହାର ହେଉଥିବାରୁ ଏହା ସାଧାରଣ ଜନତାଙ୍କ ନିକଟରେ ଉପଲବ୍ଧ ହେବା ଲାଗି ଆଉ ତିନିରୁ ଚାରି ମାସ ସମୟ ଲାଗିବ ବୋଲି ସେ ବ୍ୟକ୍ତ କରିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+