ଭାରତରେ ଚିହ୍ନଟ ହେଲା କରୋନା ଭାଇରସର XE ଭାରିଆଣ୍ଟ : INSACOG
ଇଣ୍ଡିଆନ୍ SARS-CoV2 ଜେନୋମିକ୍ସ ସିକ୍ୱେନ୍ସିଂ କନ୍ସୋର୍ଟିୟମ୍ (INSACOG) ର ସର୍ବଶେଷ ବୁଲେଟିନ୍ ଅନୁଯାୟୀ ଭାରତରେ XE କୋଭିଡ୍ ଭାରିଆଣ୍ଟର ଏକ ମାମଲା ଚିହ୍ନଟ ହୋଇଛି ।
ନୂଆଦିଲ୍ଲୀ : ଇଣ୍ଡିଆନ୍ SARS-CoV2 ଜେନୋମିକ୍ସ ସିକ୍ୱେନ୍ସିଂ କନ୍ସୋର୍ଟିୟମ୍ (INSACOG) ର ସର୍ବଶେଷ ବୁଲେଟିନ୍ ଅନୁଯାୟୀ ଭାରତରେ XE କୋଭିଡ୍ ଭାରିଆଣ୍ଟର ଏକ ମାମଲା ଚିହ୍ନଟ ହୋଇଛି । ତେବେ, ଏହା କେଉଁ ସ୍ଥାନରେ ଚିହ୍ନଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ବୁଲେଟିନ୍ରେ କୁହାଯାଇଛି ଯେ ପୂର୍ବ ସପ୍ତାହ ତୁଳନାରେ 12 ଟି ରାଜ୍ୟରେ ମାମଲା ବୃଦ୍ଧି ହୋଇଥିବାବେଳେ 19 ଟି ରାଜ୍ୟରେ ହ୍ରାସ ଘଟିଛି । ଏଥିରେ କୁହାଯାଇଛି ଯେ ସନ୍ଦିଗ୍ଧ ମାମଲା ଗୁଡ଼ିକୁ ଅଧିକ ବିଶ୍ଳେଷଣରେ ରଖାଯାଇଛି ।

"BA.2.10 ଏବଂ BA.2.12 ହେଉଛି BA.2 ସବ୍-ଲାଇନ୍ ଭାବେ ଚିହ୍ନଟ ହୋଇଛି ଏବଂ ଅନେକ ପୁରୁଣା BA.2 ସ୍ୱିକ୍ୱେନ୍ସ ତିନୋଟି ପୁରୁଣା ସବ୍ ଲାଇନରେ ରହିଛନ୍ତି । ଏପର୍ଯ୍ୟନ୍ତ ଏଗୁଡ଼ିକ ରୋଗର ଗମ୍ଭୀରତା ସହିତ ଜଡିତ ଥିବା ରିପୋର୍ଟ କରାଯାଇ ନାହିଁ ବୋଲି ବୁଲେଟିନ୍ ରେ କୁହାଯାଇଛି । ଏପର୍ଯ୍ୟନ୍ତ ସମଗ୍ର ଭାରତରେ XE କ୍ଲଷ୍ଟର ବିଷୟରେ କୌଣସି ରିପୋର୍ଟ ନାହିଁ ।
ଅପ୍ରେଲ 18 ବୁଲେଟିନ୍ ରେ, INSACOG ଦେଶରେ ଗୋଟିଏ XE ପ୍ରକାର ମାମଲା ବିଷୟରେ ଉଲ୍ଲେଖ କରିଥିଲା । INSACOG ସମଗ୍ର ଦେଶରେ SARS-CoV-2 ର ଜେନୋମିକ୍ ନୀରିକ୍ଷଣକୁ ସେଣ୍ଟିନେଲ୍ ସାଇଟ୍ ଏବଂ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀଙ୍କ ନମୁନା କ୍ରମ ମାଧ୍ୟମରେ ରିପୋର୍ଟ କରିଥାଏ । ସର୍ବଶେଷ ବୁଲେଟିନ୍ ଅନୁଯାୟୀ, INSACOG ସମୁଦାୟ 2,43,957 ନମୁନାକୁ ନୀରିକ୍ଷଣରେ ରଖିଛି ।












Click it and Unblock the Notifications