Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ସମୟରେ କୋଭିଡ୍ ଗାଇଡଲାଇନ୍ ହେବ କଡ଼ାକଡ଼ି, ଡିଜିଟାଲ୍ ମାଧ୍ୟମରେ ପ୍ରଚାର କରିବେ ଦଳ

ବଢୁଥିବା କୋଭିଡ୍ ମାମଲାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଓ ମତଦାନ ବେଳେ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ନୂଆଦିଲ୍ଲୀ : ଦେଶରେ ବଢୁଥିବା କୋଭିଡ୍ ମାମଲା ମଧ୍ୟରେ ଆସନ୍ତା ମାସରେ ହେବ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର ମୋଟ 690 ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ହେବ ମତଦାନ । ଏଥି ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ 403, ପଞ୍ଜାବର 117 ଆସନ, ଉତ୍ତରାଖଣ୍ଡର 70 ଆସନ, ମଣିପୁରର 60, ଗୋଆର ୪୦ଟି ଆସନ ରହିଛି । ଏନେଇ ଶନିବାର ଅପରାହ୍ନ 3.30 ରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ।

rally

ନିର୍ବାଚନ କମିଶନଙ୍କ ଅନୁସାରେ ଏହି 5 ରାଜ୍ୟରେ ମୋଟ 48 କୋଟି 34 ଲକ୍ଷ ଭୋଟର ଅଛନ୍ତି । ଏଥିମଧ୍ୟରୁ 8 କୋଟି 55 ଲକ୍ଷ ମହିଳା ଭୋଟର ଥିବାବେଳେ 29 ପ୍ରତିଶତ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କ ମତଦାନ କରିବେ ।

ବଢୁଥିବା କୋଭିଡ୍ ମାମଲାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଓ ମତଦାନ ବେଳେ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ଜାନୁୟାରୀ 15 ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ପଦଯାତ୍ରା ଏବଂ ରୋଡ୍ ସୋ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ଜାନୁୟାରୀ 15, 2022 ପର୍ଯ୍ୟନ୍ତ କୌଣସି ରୋଡ୍ ସୋ, ପଦଯାତ୍ରା, ସାଇକେଲ ରାଲି ଏବଂ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ । ଡୋର ଟୁ ଡୋର କ୍ୟାମ୍ପେନ୍ ପାଇଁ 5 ଜଣଙ୍କୁ ମିଳିବ ଅନୁମତି ମିଳିବ । ବିଜୟ ଶୋଭାଯାତ୍ରାକୁ ମିଳିବନି ଅନୁମତି ।

ନିର୍ବାଚନ ଆୟୋଗ କହିଛନ୍ତି ଯେ ଜାନୁଆରୀ 15 ପରେ ଏହି ଅଭିଯାନ କିପରି କରାଯିବ ଏବଂ ପରେ ନୂତନ ନିର୍ଦ୍ଦେଶନାମା ଜାରି କରାଯିବ ସେ ସମ୍ପର୍କରେ ସମୀକ୍ଷା କରାଯିବ । ରାଜନୈତିକ ଦଳମାନେ ସେମାନଙ୍କର ଅଭିଯାନକୁ ଭର୍ଚୁଆଲ୍ ମୋଡରେ ଅଧିକ କରିବା ଉଚିତ୍ ବୋଲି ଆୟୋଗ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ସମସ୍ତ ନିର୍ବାଚନ ଅଧିକାରୀ ଏବଂ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀ ଭାବରେ ବ୍ୟବହାର କରାଯିବ ଏବଂ ସମସ୍ତ ଯୋଗ୍ୟ ଅଧିକାରୀଙ୍କୁ ଟୀକାର ଉଭୟ ଡୋଜ ଦିଆଯିବ । ଆହୁରି ମଧ୍ୟ, 80 ବର୍ଷରୁ ଅଧିକ ବୟସ୍କ ନାଗରିକ, ଭିନ୍ନକ୍ଷମ ଏବଂ କୋଭିଡ -19 ସକରାତ୍ମକ ବ୍ୟକ୍ତିଙ୍କୁ ପୋଷ୍ଟାଲ୍ ଭୋଟ୍ ଦେବାର ସୁବିଧା ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+