କୋଭିଡ -19 ଟିକା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିପ୍ପଣୀ ; କେବଳ ବୈଜ୍ଞାନିକମାନଙ୍କ ସବୁଜ ସଙ୍କେତକୁ ଅପେକ୍ଷା
ବର୍ତ୍ତମାନ ଭାରତରେ ଦୈନିକ ପରୀକ୍ଷଣରେ 6 ଟି ଟିକା ପ୍ରଭାବଶାଳୀ ଫଳାଫଳ ଦେଉଛି | କିଛି ଟିକା ପ୍ରାର୍ଥୀ ଆସନ୍ତା କିଛି ସପ୍ତାହ ମଧ୍ୟରେ ଲାଇସେନ୍ସ ପାଇପାରନ୍ତି |
ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକା ବିଷୟରେ ଏକ ସୂଚନା ଦେଇଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଆମର ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ଆମେ ବହୁ ପରିମାଣରେ କୋଭିଡ -19 ଟିକା ଉତ୍ପାଦନ ଆରମ୍ କରାଯିବ | ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି, ଟିକା ଉତ୍ପାଦନ ବୃଦ୍ଧି ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଟିକା ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ ଜାରି ରହିଛି |

ଏ ସମ୍ପର୍କରେ ଅଧିକ ବିବରଣୀ ଦେଇ ସେ କହିଛନ୍ତି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ସେମାନଙ୍କ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇଁ ଆବେଦନ କରିଛନ୍ତି | ପ୍ରଧାନମନ୍ତ୍ରୀ ସମସ୍ତ ଟିକା ନିର୍ମାତା ଏବଂ ବୈଜ୍ଞାନିକଙ୍କ ସହ କଥାବାର୍ତ୍ତା କରିଛନ୍ତି | ବର୍ତ୍ତମାନ ଭାରତରେ ଦୈନିକ ପରୀକ୍ଷଣରେ 6 ଟି ଟିକା ପ୍ରଭାବଶାଳୀ ଫଳାଫଳ ଦେଉଛି | କିଛି ଟିକା ପ୍ରାର୍ଥୀ ଆସନ୍ତା କିଛି ସପ୍ତାହ ମଧ୍ୟରେ ଲାଇସେନ୍ସ ପାଇପାରନ୍ତି | ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ କେନ୍ଦ୍ର ସରକାର ଏହି ଟିକାକରଣ ନେଇ ପ୍ରସ୍ତୁତ କରୁଛନ୍ତି |
Once we get a green signal from our scientists, we'll launch massive production of the vaccine. We've made all the preparations & drawn an outline to ramp up production of vaccine & to make it available to each & every person in shortest possible time: Secretary, Health Ministry pic.twitter.com/D9JW9chw4r
— ANI (@ANI) December 8, 2020
କାହାକୁ ଦିଆଯିବ ପ୍ରାଥମିକତା
ଟୀକାକରଣ କେବଳ ଗୋଟିଏ ରାଜ୍ୟ କିମ୍ବା କେନ୍ଦ୍ରର ଦାୟିତ୍ୱ ନୁହେଁ, ଏଥିରେ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ | ଭାରତରେ କରୋନା ଭାଇରସ୍ ଟିକା ହେଉଛି ପ୍ରଥମ NEGVAC ପ୍ରାଥମିକ ଜନସଂଖ୍ୟା ଗୋଷ୍ଠୀ - ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କର୍ମଚାରୀ, ରାଜ୍ୟ ତଥା କେନ୍ଦ୍ରୀୟ ପୋଲିସ୍ କର୍ମଚାରୀ, ସଶସ୍ତ୍ର ବାହିନୀ, ହୋମଗାର୍ଡ, ନାଗରିକ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀ ଏବଂ ମ୍ୟୁନିସିପାଲିଟି କର୍ମଚାରୀ ଏବଂ 50 ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଦିଆଯିବ |
କରୋନା ଜୀବାଣୁ ମହାମାରୀର ମୁକାବିଲା ପାଇଁ କୋଭିଡ -19 ଟିକା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି | ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ସେପ୍ଟେମ୍ବର ମଧ୍ୟଭାଗରୁ ଭାରତରେ କ୍ରମାଗତ ଭାବେ ହ୍ରାସ ଘଟିଛି | ରାଜେଶ ଭୂଷଣଙ୍କ ଅନୁଯାୟୀ ଦେଶରେ 4 ଲକ୍ଷରୁ କମ୍ କରୋନା ସକ୍ରିୟ ମାମଲା ରହିଛି, ଯାହା ମୋଟ ଟିହ୍ନଟ ହୋଇଥିବା ରୋଗୀଙ୍କ 4 ପ୍ରତିଶତରୁ କମ୍ | ଏହା ବ୍ୟତୀତ 54 ପ୍ରତିଶତ ରୋଗୀ କେବଳ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଅଛନ୍ତି |
ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମିତ କରୋନା ଭାଇରସ ସଂଖ୍ୟା 97ଲକ୍ଷ 3 ହଜାର 770 କୁ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ 1ଲକ୍ଷ 40ହଜାର 958 ଜଣଙ୍କର ମୃତ୍ୟୁ ହୋଇଛି | ସୂଚନାଯୋଗ୍ୟ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 26ହଜାର 567 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ 385 ଜଣଙ୍କର ମୃତ୍ୟୁ ହୋଇଛି | ବର୍ତ୍ତମାନ ମୋଟ 3ଲକ୍ଷ 83 ହଜାର 866 ସକ୍ରିୟ ମାମଲା କହିଛି | ଗୋଟିଏ ଦିନରେ 39ହଜାର 045 ସୁସ୍ଥ ହେବା ପରେ, ମୋଟ କରୋନା ସୁସ୍ତଙ୍କ ସଂଖ୍ୟା 91ଲକ୍ଷ 78ହଜାର 946 କୁ ବୃଦ୍ଧି ପାଇଛି |
Pfizer COVID-19 ଟିକା ନେବାରେ ଦୁନିଆର ପ୍ରଥମ ବ୍ୟକ୍ତି ବ୍ରିଟେନର 90 ବର୍ଷ ବୟସ୍କା ମହିଳା












Click it and Unblock the Notifications