ମେ ' ପହିଲାରୁ ଟିକା କୋଟାରେ କେଉଁ ରାଜ୍ୟକୁ ମିଳିବ ପ୍ରାଥମିକତା ?
ରାଜ୍ୟଗୁଡିକର କାର୍ଯ୍ୟଦକ୍ଷତା ଆଧାରରେ ଆବଣ୍ଟନ କରାଯିବ, ଯାହାକି ରାଜ୍ୟମାନଙ୍କ ଦ୍ୱାରା ସାତ ଦିନ ହାରାହାରି ଟିକା ବ୍ୟବହାର ଆଧାରରେ ନିଷ୍ପତ୍ତି ନିଆଯିବ । ରାଜ୍ୟର ସକ୍ରିୟ ମାମଲା ଏବଂ ସଂକ୍ରମଣ ସ୍ଥିତିକୁ ନଜରରେ ରଖି ମଧ୍ୟ ଟିକାର ମାତ୍ରା ନିର୍ଦ୍ଧାରଣ ହେବ ।
ନୂଆଦିଲ୍ଲୀ : ମେ ପହିଲାରୁ ଦେଶର 18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ଟୀକାକରଣ କରାଯିବ । କିନ୍ତୁ ଏହା ପୂର୍ବରୁ, ପୁଲରୁ ଟିକା ପାଇବାରେ କେଉଁ ରାଜ୍ୟକୁ ପ୍ରାଥମିକତା ଦିଆଯିବ ସେନେଇ କେନ୍ଦ୍ର ସରକାର ପୂର୍ବରୁ କିଛି ମାନଦଣ୍ଡ ସ୍ଥିର କରିସାରିଛନ୍ତି । କାରଣ, ମେ ପହିଲାରୁ ମୋଦୀ ସରକାର ରାଜ୍ୟମାନଙ୍କୁ ସିଧାସଳଖ କମ୍ପାନୀ ଏବଂ ବିଦେଶରୁ ଟୀକା କିଣିବାକୁ ଅନୁମତି ଦେଇଛନ୍ତି । ତେବେ କେନ୍ଦ୍ର ତରଫରୁ ଦିଆଯାଉଥିବା 50 ପ୍ରତିଶତ ଥିବା ଟିକା ପ୍ରତି ରାଜ୍ୟମାନେ ଆଗ୍ରହ ପ୍ରକାଶ କରିବେ । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର କିଛି ସର୍ତ୍ତ ସ୍ଥିର କରିଛନ୍ତି, ସେହି ମାନଦଣ୍ଡ ପୂରଣ କରୁଥିବା ରାଜ୍ୟଗୁଡିକ କେବଳ କେନ୍ଦ୍ରରୁ ଅଧିକ ଟିକା ଯୋଗାଣ ପାଇବେ ।

ରାଜ୍ୟମାନଙ୍କୁ ଟୀକା ଯୋଗାଇବାରେ କୋଟା ଦ୍ୱାରା ମିଳିଥିବା ଟୀକାକରଣ କଭରେଜ, ସେଠାରେ କୋଭିଡର ସକ୍ରିୟ ମାମଲା ଏବଂ ଟୀକା ନଷ୍ଟ ନହେବା ନେଇ କେନ୍ଦ୍ର ସରକାର ମାପଦଣ୍ଡ ମଧ୍ୟ ସ୍ଥିର କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଯେଉଁ ରାଜ୍ୟଗୁଡିକ ଟିକା ନଷ୍ଟ କରିବେ ସେମାନେ କେନ୍ଦ୍ରରୁ ଟିକା ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, "ବର୍ତ୍ତମାନ ଭଳି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଟୀକା ଯୋଗାଣ ଜାରି ରଖିବେ । 15 ଦିନ ପାଇଁ ଟିକା ଡୋଜ ବଣ୍ଟନ କରାଯିବ । ଆଗାମୀ 15 ଦିନରେ ସେମାନେ କେତେ ଟିକା ପାଇବେ ରାଜ୍ୟମାନଙ୍କୁ ଆଗୁଆ କୁହାଯିବ ।"
ତାଙ୍କ କହିବାନୁସାରେ, 'ରାଜ୍ୟଗୁଡିକର କାର୍ଯ୍ୟଦକ୍ଷତା ଆଧାରରେ ଆବଣ୍ଟନ କରାଯିବ, ଯାହାକି ରାଜ୍ୟମାନଙ୍କ ଦ୍ୱାରା ସାତ ଦିନ ହାରାହାରି ଟିକା ବ୍ୟବହାର ଆଧାରରେ ନିଷ୍ପତ୍ତି ନିଆଯିବ । ଦ୍ୱିତୀୟତଃ ରାଜ୍ୟର ସକ୍ରିୟ ମାମଲା ଏବଂ ସଂକ୍ରମଣ ସ୍ଥିତିକୁ ନଜରରେ ରଖି ମଧ୍ୟ ଟିକାର ମାତ୍ରା ନିର୍ଦ୍ଧାରଣ କରାଯିବ । ଏହା ବ୍ୟତୀତ ଟୀକା ନଷ୍ଟ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଯଦି ଅତ୍ୟଧିକ ଟିକା ନଷ୍ଟ କରାଯାଏ ତେବେ ସେହି ରାଜ୍ୟକୁ ଟିକା ଯୋଗାଣ କରାଯିବ ନାହିଁ ।
କମ୍ପାନୀଗୁଡିକ 50 ପ୍ରତିଶତ ଟିକା ରାଜ୍ୟକୁ କିମ୍ବା ବାହାରେ ବିକ୍ରି କରିବାକୁ ସକ୍ଷମ ହେବେ
ଜାନୁଆରୀ 16 ରୁ ଟୀକାକରଣ ଡ୍ରାଇଭ୍ ଆରମ୍ଭ ହେବା ପରଠାରୁ କେନ୍ଦ୍ର ସରକାର ଅଧିକ ମାମଲା ଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦେବାକୁ କହିଥିଲେ । କିନ୍ତୁ ପ୍ରଥମ ଥର ପାଇଁ ରାଜ୍ୟମାନଙ୍କୁ ଟିକା କୋଟା ସ୍ଥିର କରିବାର ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାର ବର୍ତ୍ତମାନ ଗ୍ରହଣ କରିଥିବା ନୀତି ପରେ, ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦନର 50% ରାଜ୍ୟ ସରକାର ଏବଂ ଖୋଲା ବଜାରରେ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇ ପାରିବେ । ଏହି ନୀତି ବିଦେଶରୁ ଆମଦାନୀ ହୋଇଥିବା ଟିକା ଯେପରିକି ଜନସନ ଆଣ୍ଡ ଜନସନ, ଫାଇଜର ଏବଂ ମୋଡର୍ନା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଏହା ଅଧିନରେ ଡାକ୍ତରଖାନା ଗୁଡ଼ିକ କମ୍ପାନୀଗୁଡିକରୁ ସିଧାସଳଖ ଟିକା କିଣିପାରିବେ ।












Click it and Unblock the Notifications