ହରିୟାଣା-ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ ହେବ କରୋନା ଟୀକାକରଣ ଶିବିର : ମୁଖ୍ୟମନ୍ତ୍ରୀ ଖଟ୍ଟର

ଅନେକ ମାସ ଧରି ହରିୟାଣା-ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କରୋନା ଟୀକାକରଣ ଶିବିର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏନେଇ ଘୋଷଣା କରିଛନ୍ତି ।

ସୋନିପଥ : ଅନେକ ମାସ ଧରି ହରିୟାଣା-ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କରୋନା ଟୀକାକରଣ ଶିବିର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରି କୁଣ୍ଡଳୀ ସୀମାରେ କରୋନା ଟୀକାକଣ ପାଇଁ ଶିବିର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଲୋକସମ୍ପର୍କ ଏବଂ ସୂଚନା ବିଭାଗର ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅନେକ ଶିବିର ସ୍ଥାପନ କରାଯାଇଛି ଏବଂ ସେଥିରେ ଚାଷୀଙ୍କୁ ଟୀକାକରଣ ଆରମ୍ଭ ହୋଇଛି ।

Corona-Vaccine

ହରିୟାଣା-ନୂଆଦିଲ୍ଲୀ ସୀମାରେ ଥିବା ସୋନିପଥ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ବିସ୍ତାର ନହୁଏ ସେଥିପାଇଁ କୁଣ୍ଡଳୀ ସୀମାରେ ଥିବା ରୋଷେଇ ଢାବାରେ କୋଭିଡ -19 ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଏ ବାବଦରେ ସୂଚନା ଦେଇ ସରକାରୀ ମୁଖପାତ୍ର କହିଛନ୍ତି ଯେ, ଡାକ୍ତରୀ ଦଳ ଟୀକାକରଣ କରୁଛନ୍ତି, ଏବଂ ଚାଷୀଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି । ଅନେକ ଚାଷୀଙ୍କୁ ଟୀକାକରଣ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି ଯେ, କୁଣ୍ଡଳୀ ସୀମାରେ ଥିବା ରଷୋଇ ଢାବାରେ ଆରମ୍ଭ ହୋଇଥିବା କୋଭିଡ 19 ଟୀକାକରଣ ଶିବିର ରେଡକ୍ରସ ସୋସାଇଟି ସରୋଜ ବାଲାଙ୍କ ସମନ୍ୱୟରେ କରାଯାଉଛି ।

କୁଣଅଡଳୀ ସୀମାରେ ଥିବା ରଷୋଇ ଢାବାରେ ଟୀକାରକଣ ଜାରି ରହିଛି । ସେଠାରେ ସୋନିପଥର ସିଭିଲ ସର୍ଜନ, ଡ଼ ଜେ ଏସ୍ ପୁନିଆ, ବରିଷ୍ଠ ଚିକିତ୍ସା ଅଧିକାରୀ, ଡ଼ ଅବିରଲ ଏବଂ ଡ଼ ଅବନୀତା ଏହି ଟୀକାକରଣକୁ ତଦାରଖ କରୁଛନ୍ତି । ଏହି ଶିବିରଗୁଡିକ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଏଥିସହ ଆଜି ବାହାଦୂରଗଡର ଏଚ୍ଏଲ୍ ସିଟିରେ ଏକ ନୂତନ କୋଭିଡ୍ ଟୀକାକରଣ ଶିବିର ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+