କୋଭିଡ୍ ରିପୋର୍ଟ ବିନା ମୁମ୍ବାଇ ମନା
ଆର୍ଥିକ ରାଜଧାନୀ ମୁମ୍ବାଇକୁ ବିମାନରେ ଆସିବା ପୂର୍ବରୁ କୋଭିଡ୍-19 ରିପୋର୍ଟ ନେଗେଟିଭ୍ ଥିବା ଜରୁରୀ | ବିମାନ ବନ୍ଦରରେ ଅବତରଣ କରିବାର 72 ଘଣ୍ଟା ପୂର୍ବରୁ ରିପୋର୍ଟ ନେଗେଟିଭ୍ ଆସିଥିବା ଆବଶ୍ୟକ | ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ 96 ଘଣ୍ଟା ପୂର୍ବରୁ ରିପୋର୍ଟ ନେଗେଟିଭ୍ ରହିଥିବା ଜରୁରୀ |
ମୁମ୍ବାଇ : ମୁମ୍ବାଇକୁ ପ୍ରବେଶ କରିବାକୁ ହେଲେ କୋଭିଡ୍-19 ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ସରକାର | ଦିଲ୍ଲୀ, ରାଜସ୍ଥାନ, ଗୋଆ ଏବଂ ଗୁଜୁରାଟରୁ ମୁମ୍ବାଇ ଆସୁଥିବା ଯାତ୍ରୀମାନେ କୋଭିଡ୍-19 ରିପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି ସୋମବାର ମହାରାଷ୍ଟ୍ର ସରକାର କହିଛନ୍ତି | ଆର୍ଥିକ ରାଜଧାନୀ ମୁମ୍ବାଇକୁ ବିମାନରେ ଆସିବା ପୂର୍ବରୁ କୋଭିଡ୍-19 ରିପୋର୍ଟ ନେଗେଟିଭ୍ ଥିବା ଜରୁରୀ | ବିମାନ ବନ୍ଦରରେ ଅବତରଣ କରିବାର 72 ଘଣ୍ଟା ପୂର୍ବରୁ ରିପୋର୍ଟ ନେଗେଟିଭ୍ ଆସିଥିବା ଆବଶ୍ୟକ | ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ 96 ଘଣ୍ଟା ପୂର୍ବରୁ ରିପୋର୍ଟ ନେଗେଟିଭ୍ ରହିଥିବା ଜରୁରୀ |

"ଦିଲ୍ଲୀ, ରାଜସ୍ଥାନ, ଗୋଆ ଏବଂ ଗୁଜୁରାଟରୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମହାରାଷ୍ଟ୍ରର ବିମାନବନ୍ଦରରେ ଅବତରଣ କରିବା ପରେ କୋଭିଡ୍-19 ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ | ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଚାରିଟି ରାଜ୍ୟରୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯାତ୍ରାର 96 ଘଣ୍ଟା ପୂର୍ବରୁ ମିଳିଥିବା କୋଭିଡ୍-19 ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ | ଏଥି ସହିତ ଲକ୍ଷଣ ଥିବା ଲୋକଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ପଡିବ | ଯଦି ରିପୋର୍ଟ ପଜିଟିଭ୍ ଆସିବ ତେବେ ଚିକିତ୍ସା ଖର୍ଚ୍ଚ ବହନ କରି ଯାତ୍ରୀ କୋଭିଡ ସେଣ୍ଟରରେ ଭର୍ତ୍ତି ହେବେ ବୋଲି ଏଥିରେ କୁହାଯାଇଛି |
ଏହି ବିଜ୍ଞପ୍ତିରେ ମଧ୍ୟ କୁହାଯାଇଛି, ଦିଲ୍ଲୀ କୋଭିଡ -19 ର ତୃତୀୟ ଲହରୀର ସାକ୍ଷୀ ଏବଂ କୋଭିଡ୍ ସ୍ଥିତି ଗମ୍ଭୀର ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି |












Click it and Unblock the Notifications