ଏଣ୍ଡେମିକ୍ ପର୍ଯ୍ୟାୟ ରେ କରୋନା, 10 ଦିନ ପରେ ଆରମ୍ଭ ହେବ ମାମଲାରେ ହ୍ରାସ
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦ୍ରୁତ ସଂକ୍ରମଣ ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନା ଏଣ୍ଡେମିକ୍ ପର୍ଯ୍ୟାୟ ଆଡକୁ ଗତି କରୁଛି । ଆଗାମୀ 10 ଦିନ ପାଇଁ କରୋନା ଦୈନିକ ମାମଲାରେ ବୃଦ୍ଧି ହେବ କିନ୍ତୁ ଏହା ପରେ ମାମଲାରେ ହ୍ରାସ ହେବ । ମାମଲା ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା କମ୍ ରହିଛି । ଓମିକ୍ରନର ସବ୍ ଭାରିଆଣ୍ଟ XBB.1.16 ଯୋଗୁଁ ମାମଲାରେ ବୃଦ୍ଧି ହୋଇଛି ।

ଏଣ୍ଡେମିକ୍ ପର୍ଯ୍ୟାୟ କଣ ?
ଯେତେବେଳେ ଲୋକମାନେ କୌଣସି ଜୀବାଣୁ ସହିତ ବଞ୍ଚିବାକୁ ତଥା ଏହାକୁ ଦମନ କରିବାକୁ ଶରୀରର ଅଭିବୃଦ୍ଧି ହୁଏ, ଏପରିକି ଜୀବାଣୁ ଆମ ସହିତ ରହିଥାଏ କିନ୍ତୁ ମାମଲା ଧୀରେ ଧୀରେ ହ୍ରାସ ପାଇବ ଏବଂ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇବ ଏହାକୁ ଏଣ୍ଡେମିକ୍ ପର୍ଯ୍ୟାୟ କୁହାଯାଏ ।
ସ୍ୱାସ୍ଥ୍ୟ ବିଭାଗର ଆଜିର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 7,830 ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହା ପରେ ଦେଶରେ ସମୁଦାୟ 40,215 ସକ୍ରିୟ କରୋନା ମାମଲା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଦୈନିକ ସଂକ୍ରମଣ ହାର 3.65% ଏବଂ ସାପ୍ତାହିକ ସଂକ୍ରମଣ ହାର 3.83% ରେକର୍ଡ କରାଯାଇଛି ।












Click it and Unblock the Notifications