ନାବାଳକଙ୍କୁ ଟିକା : 2 ରୁ 18 ବର୍ଷୀୟଙ୍କୁ ଖୁବଶୀଘ୍ର ଦିଆଯିବ ଟିକା
ବର୍ତ୍ତମାନ ଦେଶରେ 18ରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯାଉଛି। ତେବେ 2 ରୁ 18 ବର୍ଷୀୟଙ୍କୁ ଖୁବ୍ ଶୀଘ୍ର ଟିକା ଦିଆଯିବ ।
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ତୀବ୍ର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଯଦି କରୋନାର ତୃତୀୟ ଲହର ଆସେ, ତାହା ଶିଶୁମାନଙ୍କୁ ବେଶି ଆକ୍ରାନ୍ତ କରିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଟିକାକରଣ ହେଉଛି ଉପଯୁକ୍ତ ସମାଧାନ ବୋଲି କୁହାଯାଉଛି। ବର୍ତ୍ତମାନ ଦେଶରେ 18ରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯାଉଛି। ତେବେ 2 ରୁ 18 ବର୍ଷୀୟଙ୍କୁ ଖୁବ୍ ଶୀଘ୍ର ଟିକା ଦିଆଯିବ।

ଭାରତ ବାୟୋଟେକକୁ ପରୀକ୍ଷଣ ପାଇଁ ବିଶେଷଜ୍ଞ ଟିମ୍ ସୁପାରିଶ କରିଛନ୍ତି। ଏହି ପରୀକ୍ଷଣ ଦିଲ୍ଲୀ ଓ ପାଟନା ଏମ୍ସ ସହିତ ନାଗପୁର ସ୍ଥିତ ମେଡ୍ରିଟିନା ଚିକିତ୍ସା ବିଜ୍ଞାନ କେନ୍ଦ୍ରରେ କରାଯିବ। 2 ରୁ 18 ବର୍ଷୀୟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ, ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବ ଭାରତ ବାୟୋଟେକ୍। ପୂର୍ବରୁ ଭାରତ ବାୟୋଟେକ 2 ରୁ 18 ବର୍ଷୀୟଙ୍କ ଟିକା ନେଇ ପରୀକ୍ଷଣ ପାଇଁ ଅନୁମତି ମାଗିଥିଲା। ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ର କୋଭିଡ-19 ବିଶେଷଜ୍ଞ ଟିମ୍ ଏହା ଉପରେ ବିଚାର କରିବା ପରେ ପରୀକ୍ଷଣ ପାଇଁ ସୁପାରିଶ କରିଥିବା ଜଣାପଡ଼ିଛି ।












Click it and Unblock the Notifications