ଦେଶକୁ ସେପ୍ଟେମ୍ବରରେ ମିଳିବ ଆଉ ଏକ କରୋନା ଟିକା, ଶିଶୁଙ୍କ ଉପରେ ଜୁଲାଇରେ ହେବ ପରୀକ୍ଷଣ
ଆମେରିକାରେ ପ୍ରସ୍ତୁତ କରୋନା ଟିକା ନୋଭାଭକ୍ସର ଭାରତୀୟ ପ୍ରତିରୂପ କୋଭାଭାକ୍ସ ଭାରତରେ ଉପଲବ୍ଧ ହେବ । ଚୁକ୍ତିନାମା ଅନୁଯାୟୀ ପୁଣେରେ ଅବସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଭାରତରେ ଏହା ପ୍ରସ୍ତୁତ କରାଯାଉଛି ।
ନୂଆଦିଲ୍ଲୀ : ସେପ୍ଟେମ୍ବର ସୁଦ୍ଧା ଦେଶରେ ଆଉ ଏକ କରୋନା ଟିକା ଆସିପାରେ । ଆମେରିକାରେ ପ୍ରସ୍ତୁତ କରୋନା ଟିକା ନୋଭାଭକ୍ସର ଭାରତୀୟ ପ୍ରତିରୂପ କୋଭୋଭାକ୍ସ ଭାରତରେ ଉପଲବ୍ଧ ହେବ । ଚୁକ୍ତିନାମା ଅନୁଯାୟୀ ପୁଣେରେ ଅବସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଭାରତରେ ଏହା ପ୍ରସ୍ତୁତ କରାଯାଉଛି । ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ସେପ୍ଟେମ୍ବର ସୁଦ୍ଧା ଭାରତରେ କୋଭୋଭାକ୍ସ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏଥିସହ ସେ କହିଛନ୍ତି ଯେ ଶିଶୁଙ୍କ ଟିକା ପାଇଁ ଜୁଲାଇରୁ ପରୀକ୍ଷଣ ଆରମ୍ଭ ହେବ ।

ଅନ୍ତିମ ପର୍ଯ୍ୟାୟରେ କୋଭୋଭାକ୍ସ ପରୀକ୍ଷଣ
ବର୍ତ୍ତମାନ ଦେଶର ସେରମ୍ ଇନଷ୍ଟିଚ୍ୟୁଟରେ ତିଆରି ହେଉଥିବା ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର କୋଭିଶିଲ୍ଡ ସର୍ବାଧିକ ବ୍ୟବହୃତ ହେଉଛି । ଏଥି ସହିତ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ମଧ୍ୟ ଦିଆଯାଉଛି । ନିକଟରେ ଦେଶରେ ରୁଷର ସ୍ପୁଟନିକ୍-ଭି ର ବ୍ୟବହାର ମଧ୍ୟ ଆରମ୍ଭ ହୋଇଛି । ସିଏନବିସି ସହିତ ଏକ ବାର୍ତ୍ତାଳାପରେ ଅଦାର ପୁନାୱାଲା କହିଛନ୍ତି ଯେ, କୋଭୋଭାକ୍ସର ପରୀକ୍ଷା ଶେଷ ହେବାକୁ ଯାଉଛି । ଯଦି ନିୟାମକରୁ ଅନୁମତି ଦିଆଯାଏ ତେବେ ଆମେ ସେପ୍ଟେମ୍ବରରେ ଭାରତରେ ଟିକା ଲଞ୍ଚ କରିବୁ ।
ଜୁଲାଇରେ ଶିଶୁଙ୍କ ପାଇଁ କୋଭୋଭାକ୍ସ ପରୀକ୍ଷଣ
ପୁନାୱାଲା ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ନୋଭାଭାକ୍ସର ଟିକା ପରୀକ୍ଷଣ ନଭେମ୍ବର ସୁଦ୍ଧା ଶେଷ ହୋଇପାରିବ । ଦେଶରେ ପରୀକ୍ଷା ପର୍ଯ୍ୟାୟ ସମାପ୍ତ ହେବା ପୂର୍ବରୁ କମ୍ପାନୀ ବିଶ୍ୱସ୍ତରୀୟ ତଥ୍ୟ ଉପରେ ଆଧାର କରି ଲାଇସେନ୍ସ ପାଇଁ ଆବେଦନ କରିପାରିବ । ଜୁଲାଇରେ ପିଲାମାନଙ୍କ ପାଇଁ କୋଭୋଭାକ୍ସର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ କମ୍ପାନୀ ଯୋଜନା କରିଛି ବୋଲି ସେ କହିଛନ୍ତି ।
90% ପ୍ରଭାବଶାଳୀ ନୋଭାଭାକ୍ସ ଟିକା
ନୋଭାଭାକ୍ସ ଏହାର ପରୀକ୍ଷା ବିଷୟରେ ସୂଚନା ଦେଇଛି ଯେ ଏହାର କରୋନା ଟିକା 90 ପ୍ରତିଶତ ପ୍ରଭାବଶାଳୀ ଅଟେ । ଆମେରିକା ଏବଂ ମେକ୍ସିକୋରେ କରାଯାଇଥିବା ଏକ ବୃହତ ଏବଂ ଅନ୍ତିମ ପର୍ଯ୍ୟାୟ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି । ଭାରତରେ ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ ନୋଭାଭକ୍ସର ଏକ ଉତ୍ପାଦନକାରୀ ଅଂଶୀଦାର ।












Click it and Unblock the Notifications