Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ହିଂସା ମାମଲାରେ ଦୀପ ସିଦ୍ଧୁକୁ ସାତ ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ୍

ଦିଲ୍ଲୀ ପୋଲିସ କହିଛି ଯେ ସିଦ୍ଧୁ ହିଁ ସେଦିନ ବିକ୍ଷୋଭକାରୀଙ୍କୁ ଉତ୍ତେଜିତ କରି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ । ଏହି ଯୁକ୍ତି ଶୁଣିବା ପରେ କୋର୍ଟ ସିଦ୍ଧୁଙ୍କୁ 7 ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି ।

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା । ଅଦାଲତରେ ପୋଲିସ ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲା । ଦିଲ୍ଲୀ ପୋଲିସ କହିଛି ଯେ ସିଦ୍ଧୁ ହିଁ ସେଦିନ ବିକ୍ଷୋଭକାରୀଙ୍କୁ ଉତ୍ତେଜିତ କରି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ । ଏହି ଯୁକ୍ତି ଶୁଣିବା ପରେ କୋର୍ଟ ସିଦ୍ଧୁଙ୍କୁ 7 ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି ।

Deep-Sidhu

ଚଣ୍ଡିଗଡ଼ରୁ ଗିରଫ ହୋଇଥିଲା ସିଦ୍ଧୁ

ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁକୁ 10 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା, କିନ୍ତୁ କୋର୍ଟ ତାଙ୍କୁ କେବଳ 7 ଦିନିଆ ରିମାଣ୍ଡରେ ପଠାଇଥିଲେ । ସୂଚନାଯୋଗ୍ୟ, ଦୀପ ସିଦ୍ଧୁକୁ ଗତକାଲି ରାତିରେ ଚଣ୍ଡିଗଡ଼ ଏବଂ ଅମ୍ବାଲା ମଧ୍ୟରେ ଜିରାକପୁରରୁ ଗିରଫ କରାଯାଇଥିଲା । ପୋଲିସ ସିଦ୍ଧୁ ବିଷୟରେ ସୂଚନା ଦେଲେ 1 ଲକ୍ଷ ଟଙ୍କା ପୁରସ୍କାର ରାଶଇ ଘୋଷଣା କରିଥିଲା । ପୋଲିସ୍ ପକ୍ଷର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଲାଲକିଲ୍ଲାରେ ଧାର୍ମିକ ପତାକା ଲଗାଇଥିବା ବ୍ୟକ୍ତିଙ୍କୁ ସିଦ୍ଧୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଫେସବୁକରେ ଏହି ଘଟଣାକୁ ଲାଇଭ୍ କରିଛନ୍ତି । ଯଦିଓ ପ୍ରତିପକ୍ଷ ଓକିଲ ଦିଲ୍ଲୀ ପୋଲିସର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଜାନୁଆରୀ 26 ହିଂସା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନରେ ସିଦ୍ଧୁ କହିଛନ୍ତି , 'ମୁଁ ଭାବୁକ ହୋଇ ଚାଷୀଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲି । ମୋର କୌଣସି କୋଠରପନ୍ଥୀଙ୍କ ସହ ସମ୍ପର୍କ ନାହିଁ । କିନ୍ତୁ ମୁଁ ଭଙ୍ଗାରୁଜ୍ଜା ବିଚାରଧାରକୁ ବିଶ୍ବାସ କରେ । ଲକଡାଉନ ସମୟରେ ଓ ପରେ ମୋତେ କୌଣସି କାମ ମିଳି ନଥିଲା । ଅଗଷ୍ଟ ମାସରେ ଯେତେବେଳେ ଚାଷୀ ଆନ୍ଦୋଳନ ପଞ୍ଜାବରେ ଆରମ୍ଭ ହୋଇଥିଲା ମୁଁ ଏଥିପ୍ରତି ଆକର୍ଷିତ ହୋଇଥିଲି । ନଭେମ୍ବର 28 ତାରିଖରେ ଚାଷୀମାନଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲି ।

ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣତନ୍ତ୍ର ଦିବସ ପ୍ୟାରେଡର କିଛିଦିନ ପୂର୍ବରୁ ମୁଁ ନିଜର ସମର୍ଥକ ସହିତ ନିଶ୍ଚିତ କରିଥିବା ରାସ୍ତାରେ ଭାଙ୍ଗାରୁଜା କରିବାକୁ ସ୍ଥିର କରିଥିଲି । ଏହି ସମୟରେ ଭଲିଣ୍ଟରମାନଙ୍କ ଜ୍ୟାକେଟ ଚୋରି କରିବାକୁ ବି ସମର୍ଥକମାନଙ୍କୁ କହିଥିଲି ।'

କେବଳ ଏତିକି ନୁହେଁ ଦୀପ ସିଦ୍ଧୁ ପ୍ରଥମରୁ ହିଁ ଯୋଜନା କରିଥିଲେ କି ଲାଲକିଲ୍ଲା ସମେତ ଯଦି ସମ୍ଭବ ହୁଏ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପହଞ୍ଚିବେ । ଯାଞ୍ଚ ସମୟରେ ଜଣାପଡ଼ିଛି କି ଫେରାର ଥିବା ଜୁଗରାଜ ସିଂହଙ୍କୁ ସ୍ବତନ୍ତ୍ର ଭାବେ ଧାର୍ମିକ ପତାକା ଉଡ଼ାଇବାକୁ ଅଣାଯାଇଥିଲା । ଜୁଗରାଜ ପ୍ରାୟତଃ ଗୁରୁଦ୍ବାରରେ ପତାକା ଉଡ଼ାଇବା କାମ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+