ସ୍ଥଗିତ ରହିଲା ଜ୍ଞାନବାପୀ ମାମଲା ଶୁଣାଣି, ନଭେମ୍ବର 17 ରେ ଆସିବ ରାୟ
ଜ୍ଞାନବାପୀ ମାମଲାରେ ସୋମବାର ଦିନ ବାରଣାସୀର ସିଭିଲ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ହୋଇଛି । କୋର୍ଟରେ ଏହି ମାମଲାର ଶୁଣାଣି ପରେ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ମହେନ୍ଦ୍ର କୁମାର ପାଣ୍ଡେ ଏହି ନିଷ୍ପତ୍ତିକୁ 2 ଦିନ ସ୍ଥଗିତ ରଖିଛନ୍ତି ।
ବାରଣାସୀ : ଜ୍ଞାନବାପୀ ମାମଲାରେ ସୋମବାର ଦିନ ବାରଣାସୀର ସିଭିଲ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ହୋଇଛି । କୋର୍ଟରେ ଏହି ମାମଲାର ଶୁଣାଣି ପରେ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ମହେନ୍ଦ୍ର କୁମାର ପାଣ୍ଡେ ଏହି ନିଷ୍ପତ୍ତିକୁ 2 ଦିନ ସ୍ଥଗିତ ରଖିଛନ୍ତି । ଏହା ପରେ ନଭେମ୍ବର 17 ରେ, ନିଷ୍ପତ୍ତି ନିଆଯିବ କି ଏହା ଶୁଣାଣି ଯୋଗ୍ୟ କି ନାହିଁ ।

ବାରଣାସୀର ଫାଷ୍ଟ ଟ୍ରାକ କୋର୍ଟ କିରଣ ସିଂହ ବିସେନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରିଥିଲା । ସୋମବାର ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ପୂର୍ବ ତାରିଖରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ହିନ୍ଦୁ ପକ୍ଷର ଓକିଲ ଅନୁପମ ଦ୍ୱିବେଦୀ କହିଛନ୍ତି ଯେ କୋର୍ଟ ଏହାର ନିଷ୍ପତ୍ତି ପ୍ରସ୍ତୁତ କରିଛନ୍ତି, କିନ୍ତୁ କିଛି ବୈଷୟିକ କାରଣରୁ ଆଉ ଦୁଇ ଦିନ ସମୟ ନେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ନିର୍ଦ୍ଦେଶ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି ।
ଏହାପୂର୍ବରୁ ଏହି ମାମଲାର ଶୁଣାଣି କେବଳ ନଭେମ୍ବର 8 ରେ ହେବାର ଥିଲା । ତେବେ କୋର୍ଟର ପ୍ରିଜାଇଡିଂ ଅଫିସର ଛୁଟିରେ ଥିବାରୁ ପରବର୍ତ୍ତୀ ତାରିଖ ନଭେମ୍ବର 14 ପାଇଁ ସ୍ଥିର କରାଯାଇଥିଲା । ହିନ୍ଦୁ ଏବଂ ମୁସଲମାନ ପକ୍ଷ କୋର୍ଟରେ ନିଜର ଯୁକ୍ତି ରଖି ସାରିଛନ୍ତି ଏବଂ ଏହାର ଏକ ଲିଖିତ କପି ଦାଖଲ କରିଛନ୍ତି ।
ଆପଣଙ୍କୁ କହି ରଖୁଛ ବିଶ୍ୱ ବୈଦିକ ସନାତନ ସଂଗଠନ (ଭିଭିଏସ୍ଏସ୍) ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା ଯେ ସମଗ୍ର ଜ୍ଞାନବାପୀ ପରିସର ଅଧିକାର ହିନ୍ଦୁ ପକ୍ଷକୁ ହସ୍ତାନ୍ତର କରାଯାଉ । ହିନ୍ଦୁମାନଙ୍କୁ ସ୍ୱୟମ୍ବୁ ଜ୍ୟୋତିର୍ଲିଙ୍ଗ ଭଗବାନ ବିଶ୍ୱେଶ୍ୱରଙ୍କୁ ଦର୍ଶନ ଓ ଉପାସନା କରିବାକୁ ଅନୁମତି ଦିଆଯାଉ ।
କଣ ରହିଛି ଦାବି -
ଜ୍ଞାନବାପୀ ପରିସରରେ ମୁସଲମାନ ପକ୍ଷର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ।
ଜ୍ଞାନବାପୀ ର ସମ୍ପୂର୍ଣ୍ଣ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରାଯିବା ଉଚିତ୍ ।
ଜ୍ଞାନବାପୀ ପରିସରରେ ମିଳୁଥିବା ଜ୍ୟୋତିର୍ଲିଙ୍ଗର ନିୟମିତ ଉପାସନାକୁ ଅନୁମତି ଦିଆଯିବା ଉଚିତ୍ ।
ଆପଣଙ୍କୁ କହି ରଖୁଛୁ ବାସ୍ତବରେ ଏହା ଏକ ଭିନ୍ନ ମାମଲା । ଯାହାର 5 ହିନ୍ଦୁ ମହିଳାଙ୍କ ପକ୍ଷରୁ ବାରଣାସୀ କୋର୍ଟରେ ବିଚାରାଧୀନ ଥିବା ଅନ୍ୟ ମାମଲା ସହିତ କୌଣସି ସମ୍ପର୍କ ନାହିଁ । ତାହା ଜ୍ଞାନବାପୀ ମସଜିଦ ପରିସରରେ ପ୍ରାର୍ଥନା କରିବା ନେଇ ଅଧିକାର ଦାବି କରିଛି । ବାରାଣାସୀ କୋର୍ଟ ଜ୍ଞାନବାପୀ ମସଜିଦ ପରିସରରେ ମା ଶୃଙ୍ଗାର ଗୋରୀ ଙ୍କ ପୂଜାପାଠ ପାଇଁ ଆବେଦନ ଶୁଣାଣିକୁ ଅନୁମୋଦନ କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା











Click it and Unblock the Notifications