LIVE
Coronavirus Live: 2 ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ ମାମଲା National
oi-Tanmaya Guin
|
Updated: Tuesday, May 17, 2022, 12:07 [IST]
କରୋନା ଭାଇରସ ମହାମାରୀ ସମ୍ପର୍କିତ ଖବରର ଲାଇଭ୍ ଅପଡେଟକୁ ସ୍ୱାଗତ । ୱାନଇଣ୍ଡିଆ ଓଡିଆରେ ପାଇବେ କୋଭିଡ 19 ତଥା କରୋନା ଟିକାକରଣ ସମ୍ପର୍କିତ ସମସ୍ତ ଅପଡେଟ୍ ।
ଦେଶରେ କରୋନା ଭାଇରସର ଦାନିକ ସଂକ୍ରମଣରେ ଗତ କିଛି ଦିନ ହେବ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଦୈନିକ ମାମଲା କମିବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାକୁ ଦୃଷ୍ଟିରେ ରଖି କଟକଣା କୋହଳ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ମାନେ କରୋନା କଟକଣାରେ କୋହଳ କରିଛନ୍ତି । ତେବେ କରୋନା ଭାଇରସ ମହାମାରୀ ସମ୍ପର୍କିତ ଖବର ଜାଣିବା ପାଇଁ ଆମ ସହ ଯୋଡି ହୋଇ ରହୁନ୍ତୁ...
କରୋନା ଭାଇରସ ମହାମାରୀ ସମ୍ପର୍କିତ ସମସ୍ତ ଅପଡେଟ୍ ଏଠାରେ ଓମିକ୍ରନ ସମ୍ପର୍କିତ ସମସ୍ତ ଅପଡେଟ୍ ଏଠାରେ
Newest First Oldest First
ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 191 କୋଟି 48 ଲକ୍ଷ 94 ହଜାର 858 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 10 ଲକ୍ଷ 78 ହଜାର 005 ଡୋଜ୍ ଟିକା ଦିଆଯାଇଛି ।
ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 260 ରୋଗୀଙ୍କ ମୃତ୍ୟୁ ହୋଇଛି ।
ଦେଶରେ ମୋଟ 16 ହଜାର 400 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 25 ହଜାର 370 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 84 ହଜାର 710 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 1569 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 19 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2467 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଥିବା ବେଳେ ଆଜି ଏହା ଦୁଇ ହଜାର ତଳକୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ହ୍ରାସ ହୋଇଛି ।
ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 241 ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 191 କୋଟି 37 ଲକ୍ଷ 34 ହଜାର 314 ଡୋଜ୍ ଟିକା ଦିଆଯାଇଛି ।
ଦେଶରେ ମୋଟ 17 ହଜାର 317 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 23 ହଜାର 801 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 82 ହଜାର 243 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟାରେ ମୋଟ 2202 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 27 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2550 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଥିବା ବେଳେ ଆଜି ଏହା 2200 କୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ସାମାନ୍ୟ ବୃଦ୍ଧି ହୋଇଛି ।
ଏଯାବତ୍ ମୋଟ 190 କୋଟି 99 ଲକ୍ଷ 44 ହଜାର 803 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 03 ହଜାର 220 ଡୋଜ୍ ଟିକା ଦିଆଯାଇଛି ।
ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 201 ରୋଗୀଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଦେଶରେ ମୋଟ 18 ହଜାର 096 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 19 ହଜାର 112 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 76 ହଜାର 815 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟାରେ ମୋଟ 2858 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 11 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 3355 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 190 କୋଟି 83 ଲକ୍ଷ 96 ହଜାର 788 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 85 ହଜାର 292 ଡୋଜ୍ ଟିକା ଦିଆଯାଇଛି ।
ମୋଟ 4 କୋଟି 25 ଲକ୍ଷ 70 ହଜାର 165 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 181 ରୋଗୀଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଦେଶରେ ମୋଟ 19 ହଜାର 067 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 13 ହଜାର 413 ରେ ପହଞ୍ଚିଛି ।
Coronavirus Live : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2827 ରୋଗୀ
ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ଯେଉଁଦେଶରେ ଲୋକମାନେ କୋଭିଡ ସମୟରେ ମାସ୍କ ବିଶେଷ ଭାବେ ବ୍ୟବହାର କରୁଥିଲେ ସେହି ଦେଶରେ ସଂକ୍ରମଣ ଅପେକ୍ଷାକୃତ କମ୍ ଥିଲା ।
ପୂର୍ବରୁ ଏକ ଧାରଣା ରହିଥିଲା ଯେ, ସାର୍ସ କୋଭିଡ ଭୂତାଣୁ ବିଭିନ୍ନ ବସ୍ତୁର ପୃଷ୍ଠଦେଶରେ ରହି ସଂକ୍ରମଣ ସୃଷ୍ଟି କରୁଥିଲା । ମାତ୍ର ସେହି ଧାରଣା ଏବେ ଭ୍ରାନ୍ତ ପ୍ରମାଣିତ ହୋଇଛି ।
ହାଇଦ୍ରାବାଦସ୍ଥିତ CSIR-CCMB ଓ ଚଣ୍ଡିଗଡ଼ସ୍ଥିତ CSIR-IMTech ପ୍ରତିଷ୍ଠାନର ମିଳିତ ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ, କୋଭିଡ ଭୂତାଣୁ ବାୟୁ ମଣ୍ଡଳରେ ଘୂରିବୁଲିବାର ପ୍ରମାଣ ମିଳିଛି ।
କରୋନାର ସଂଖ୍ୟା କମ୍ ଥିବା ଯାଏଁ ବର୍ତ୍ତମାନର ନିୟମରେ କୌଣସି ପରିବର୍ତ୍ତନ କରାନଯାଉ । ଏବଂ କରୋନା ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର କଟକଣା ଲାଗୁ କରାନଯାଉ ବୋଲି ବିଚାରପତି ଏଲ୍. ନାଗେଶ୍ୱର ରାଉଙ୍କ ଏବଂ ବିଆର ଗାଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ।
ଟିକା ନନେଇଥିବା ବ୍ୟକ୍ତି ସଂକ୍ରମଣ ବଢିବା ପାଇଁ ଦାୟୀ ନୁହେଁ । ସରକାର କୌଣସି ତଥ୍ୟ ଉପସ୍ଥାପନ କରିନାହାନ୍ତି । ଟିକା ନନେଇଥିବା ବ୍ୟକ୍ତିଙ୍କୁ କଟକଣା ଲଗେଇବା କଥା ନୁହେଁ ।
ସୁପ୍ରିମ୍ କୋର୍ଟ କହିଛନ୍ତି, ସର୍ବସଧାରଣ ସ୍ଥାନକୁ ଯିବାରେ ଟିକା ନ ନେଇଥିବା ବ୍ୟକ୍ତିମାନଙ୍କ ପ୍ରତି କେତେକ ରାଜ୍ୟ କଟକଣା ଓ ସର୍ତ୍ତାବଳି ଜାରି କରିବା ହେଉଛି ସ୍ବେଚ୍ଛାଚାର । ବର୍ତ୍ତମାନ ମହାମାରୀ ପରିସ୍ଥିତିକୁ ଚାହିଁ ସେମାନେ କଟକଣା ଓ ସର୍ତ୍ତାବଳୀ ପ୍ରତ୍ୟାହାର କରିନେବା ଉଚିତ ।
କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ : ସୁପ୍ରିମ କୋର୍ଟ
। କରୋନା ଟିକା ନେବାକୁ କାହବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । କିନ୍ତୁ ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରନ୍ତି ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି ।
ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 188 କୋଟି 23 ଲକ୍ଷ 98 ହଜାର 347 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 4 ଲକ୍ଷ 2 ହଜାର 170 ଡୋଜ୍ ଟିକା ଦିଆଯାଇଛି ।
ମୋଟ 4 କୋଟି 25 ଲକ୍ଷ 38 ହଜାର 976 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 23 ହଜାର 869 ରୋଗୀଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଦେଶରେ ମୋଟ 19 ହଜାର 500 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 82 ହଜାର 345 ରେ ପହଞ୍ଚିଛି ।
ଗତ 24 ଘଣ୍ଟାରେ ମୋଟ 3157 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 26 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2723 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ଏଯାବତ୍ ମୋଟ 188 କୋଟି 40 ଲକ୍ଷ 75 ହଜାର 453 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 19 ଲକ୍ଷ 53 ହଜାର 437 ଡୋଜ୍ ଟିକା ଦିଆଯାଇଛି ।
READ MORE
ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ
10ଟା 30 ମିନିଟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ କରୋନା ଟୀକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ଟୀକାକରଣ ପାଇଁ କରାଯାଇଛି 161ଟି କେନ୍ଦ୍ର ।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ 18 ବର୍ଷରୁ କମ୍ ପିଲାଙ୍କୁ ଦିଆଯିବନି କରୋନା ଟୀକା । ସେହିପରି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ମଧ୍ୟ ଟୀକାକରଣରୁ ବାରଣ କରାଯିବ । ଅସୁସ୍ଥ, ଚିକିତ୍ସିତ ଓ 14 ଦିନ ମଧ୍ୟରେ ଅନ୍ୟ କୌଣସି ଟୀକା ନେଇଥିଲେ କରୋନା ଟୀକା ନେବାକୁ ମନା ।
ଆଉ କିଛି ସମୟ ପରେ ସମ୍ବଲପୁର ଠାରେ ଆରମ୍ଭ ହେବ କୋଭିଡ୍ ଟିକାକରଣ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ରାଜ୍ୟରେ ଟୀକାକରଣର ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼, ଗଞ୍ଜାମ ଓ କ୍ୟାପିଟାଲ ହସ୍ପିଟାଲରୁ ନେବେ ଫିଡବ୍ୟାକ୍ ।
କରୋନା ଟୀକା ପ୍ରସ୍ତୁତିରେ ଜଡ଼ିତ ସମସ୍ତ ବୈଜ୍ଞାନିକ, ଡାକ୍ତର ଏବଂ କର୍ମଚାରୀଙ୍କୁ ଧନ୍ୟବାଦ : ପ୍ରଧାନମନ୍ତ୍ରୀ
ଟୀକାକରଣ ପରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଜରୁରୀ । ଏଥିରେ କୌଣସି ଅବହେଳା ଉଚିତ୍ ନୁହେଁ ବୋଲି କହିଲେ ପ୍ରଧାନମନ୍ତ୍ରୀ ।
ସ୍ୱାସ୍ଥ୍ୟକର୍ମୀ, ପୋଲିସ୍, ସଫେଇ କର୍ମଚାରୀ, ଯବାନ ମାନଙ୍କ ଭଳି ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ପ୍ରଥମେ ଟୀକାକରଣ କରାଯିବ । ସେମାନଙ୍କର ଟୀକାକରଣ ଖର୍ଚ୍ଚ ଭାରତ ସରକାର ବହନ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଟିକା ପ୍ରସ୍ତୁତ ପାଇଁ ଅନେକ ବର୍ଷ ଲାଗୁଥିବା ବେଳେ ଭାରତରେ ସ୍ୱଦେଶୀ ଭାବରେ କମ୍ ସମୟରେ ଦୁଇଟି ଟିକା ପ୍ରସ୍ତୁତ କରାଗଲା - ପ୍ରଧାନମନ୍ତ୍ରୀ ମୋଦୀ
ଭାରତୀୟ ଟୀକା ଅନ୍ୟ ଦେଶ ଟୀକା ତୁଳନାରେ ବହୁତ ଶସ୍ତା ଏବଂ ଏହାର ବ୍ୟବହାର ଅତି ସରଳ । ଭାରତରେ ପ୍ରସ୍ତୁତ ହୋଇଥିବା ଟୀକା ଦ୍ୱାରା ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାକୁ ସୂଚିତ କରୁଛି : ପ୍ରଧାନମନ୍ତ୍ରୀ
ବିଦେଶରେ ଏପରି ଟିକା ରହିଛି ଯାହାର ମୁଲ୍ୟ 5 ହଜାର ଟଙ୍କା । ଏହାକୁ ବିଜୁକ୍ତ 70 ଡିଗ୍ରୀରେ ରଖିବାକୁ ପଡୁଛି । ହେଲେ ଭାରତରେ ଏପରି ଟିକା ପ୍ରସ୍ତୁତ କରାଯାଇଛି ଯାହା ଷ୍ଟୋରେଜ୍ ଠାରୁ ନେଇ ପରିବହନ ପର୍ଯ୍ୟନ୍ତ ସୁବିଧା ରହିଛି । ଏହି ଟିକା ଭାରତକୁ ନିର୍ଣ୍ଣାୟକ ବିଜୟ ଦେବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତରେ ଟୀକା କରଣ ବିଶ୍ୱର ସବୁଠାରୁ ବଡ଼ ଟୀକାକରଣ । ପ୍ରଥମ ଦିନରେ ଭାରତରେ 3କୋଟି ଲୋକଙ୍କୁ ଟୀକା ଦିଆଯିବ । ବିଶ୍ୱର 100ରୁ ଅଧିକ ଦେଶର ଜନସଂଖ୍ୟା 3କୋଟିରୁ କମ୍ । ଅନ୍ୟ ଦେଶ ମାନେ ମଧ୍ୟ ଭାରତର ଏହି ଟୀକାକରଣ ପାଇଁ ହୋଇଥିବା ପ୍ରସ୍ତୁତିକୁ ପ୍ରଶଂସା କରୁଛନ୍ତି ।
ଏହି ରୋଗ ଲୋକଙ୍କୁ ତାଙ୍କର ପରିବାର ଠାରୁ ଦୂରେଇ ଦେଲା । ମା ତାର ଛୁଆ ପାଇଁ କାନ୍ଦିଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତାଙ୍କ ନିଜ ଲୋକ ଦେଖି ପାରୁନଥିଲେ । କୋଭିଡରେ ମୃତ ବ୍ୟକ୍ତିଙ୍କର ରୀତିନୀତି ଅନୁସାରେ ଶେଷକୃତ୍ୟ ହୋଇ ପାରିନଥିଲା : ପ୍ରଧାନମନ୍ତ୍ରୀ ମୋଦୀ
'ଜାନ୍ ହେ ତୋ ଜାହାନ୍ ହୈ' ଭାବି ଭାରତ ବାସୀ ଲକ୍ଡାଉନ୍ ପାଳନ କରିବା ସହ କରୋନା ବ୍ୟାପିବାକୁ ହ୍ରାସ କରାଯାଇପାରିଛି : ପ୍ରଧାନମନ୍ତ୍ରୀ
ଭାରତରେ ଏପରି ଅନେକ ଜିଲ୍ଲା ଅଛି ଯେଉଁଠି କରୋନାରେ କେହି ମରି ନାହାନ୍ତି । ଏପରି ଅନେକ ଜିଲ୍ଲା ଅଛି ଯେଉଁଠି କରୋନା ପହଞ୍ଚି ପାରି ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ
ଭାବବିହ୍ୱଳ ହେଲେ ମୋଦୀ
କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡୀର ଯୋଦ୍ଧାଙ୍କ ବିଷୟରେ କହୁଥିବା ବେଳେ ଭାବବିହ୍ୱଳ ହୋଇ ପଡିଥିଲେ ନରେନ୍ଦ୍ର ମୋଦୀ ।
'ଦୋ ଗଜ୍ କି ଦୂରୀ, ମାସ୍କ ହୈ ଜରୁରୀ' ମନ୍ତ୍ର ଦ୍ୱାରା ଭାରତରେ କରୋନା ସଂକ୍ରମଣର ବ୍ୟାପକତାକୁ ହ୍ରାସ କରାଯାଇପାରିଛି ।
ଏହି ଟୀକାକରଣ ଅଭିଯାନ ଏବେ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ । ଏଥିରେ ସମସ୍ତ ଲୋକଙ୍କୁ କରୋନାରୁ ବଞ୍ଚାଇବା ନେଇ ଆମର ପ୍ରୟାସ ଜାରି ରହିବ । ଏଥିରେ ସାମିଲ ହେବା ପାଇଁ ଆଗେଇ ଆସୁଥିବା ସ୍ୱେଚ୍ଛାସେବୀଙ୍କୁ ମୁଁ ସ୍ୱାଗତ କରୁଛି । ଏଥିସହିତ ଇଚ୍ଛୁକ ସ୍ୱେଚ୍ଛାସେବୀ ଆଗେଇ ଆସିବା ପାଇଁ ଆହ୍ୱାନ କରୁଛି : ପ୍ରଧାନମନ୍ତ୍ରୀ
ଦବାଇ ଭି କଡ଼ାଇ ଭି... ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବାକୁ ସାରା ଦେଶକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହିତ ଟୀକା ପ୍ରସ୍ତୁତରେ ନିଜକୁ ସାମିଲ କରିଥିବା କର୍ମୀଙ୍କୁ ବଧାଇ ଜଣାଇବା ସହ ଦେଶବାସୀଙ୍କ ଆରୋଗ୍ୟ କାମନା କରି ଟୀକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭୁବନେଶ୍ୱରରେ ଆରମ୍ଭ ହେଲା ଟିକାକରଣ । ଆଜି କ୍ୟାପିଟାଲ ହସ୍ପିଟାଲରେ 150 ଜଣଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ଆଜି 16 ହଜାର 100 ଜଣଙ୍କୁ ଟିକାକରଣ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।
ଦିଲ୍ଲୀ ଏମ୍ସ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନ
ଟୀକାକରଣ ତଦାରଖ କରିବା ପାଇଁ ଦିଲ୍ଲୀ ଏମ୍ସ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନ । ଟୀକାକରଣ ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଏବଂ ଟୀକାର ପ୍ରଭାବ ସମ୍ପର୍କରେ ପଚାରି ବୁଝିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
ଭୁବନେଶ୍ୱରରେ 4ର୍ଥ ଶ୍ରେଣୀ କର୍ମଚାରୀ ପ୍ରଥମେ ନେଲେ ଟିକା
ଓଡ଼ିଶାରେ ପ୍ରଥମେ 4ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ଟିକା । କ୍ୟାପିଟାଲ ହସ୍ପିଟାଲରେ ଦିଆଗଲା ଟିକା । ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ତୃତୀୟରେ ଜଣେ ଡାକ୍ତରଙ୍କୁ ଦିଆଗଲା ଟିକା : ପ୍ରଦୀପ୍ତ ମହାପାତ୍ର
ଟିକା ନେଇଥିବା ବ୍ୟକ୍ତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନ 12 ଟା ସମୟରେ କଥା ହେବେ । ସେମାନଙ୍କର ଆତ୍ମବିଶ୍ୱାସ ବଢାଇବା ପାଇଁ କଥା ହେବେ ନବୀନ : ପ୍ରଦୀପ୍ତ ମହାପାତ୍ର
ଭୁବନେଶ୍ୱରର ବିଏମସି ଅଞ୍ଚଳରେ ଦିଆଯାଉଛି କୋଭାକ୍ସିନ । ଅନ୍ୟ ସ୍ଥାନରେ ଦିଆଯାଉଛି କୋଭିସିଲ୍ଡ ।
ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ନେଲେ କରୋନା ଟୀକା
ଦିଲ୍ଲୀସ୍ଥିତ ଏମ୍ସ ନିର୍ଦ୍ଦେଶକ ଡ଼ ରନ୍ଦୀପ ଗୁଲେରିଆଙ୍କୁ ଦିଆଗଲା କରୋନା ଟୀକା । ଟୀକାକରଣ ସମୟରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନ ।
ଦିଲ୍ଲୀରେ ପ୍ରଥମ କରୋନା ଟିକା ଜଣେ ସଫେଇ କର୍ମଚାରୀଙ୍କୁ ଦିଆଗଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଦିଆଗଲା ଟିକା ।
କରୋନା ଟୀକା ସଞ୍ଜୀବନୀ ଭଳି । କରୋନା ବିରୁଦ୍ଧରେ ଲଢେଇ ନିର୍ଣ୍ଣାୟକ ମୋଡ଼ରେ । କରୋନା ଟୀକାକଣକୁ ନେଇ ଗୁଜବରୁ ରକ୍ଷା ପାଇବା ଏବଂ ସଚେତନ ହେବା ଜରୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ
ନିତି ଆୟୋଗର ସଦସ୍ୟ ଡ଼ ବିକେ ପାଲଙ୍କୁ ଦିଆଗଲା କରୋନା ଟୀକା । ଏଥିସହିତ ବିଜେପି ସାଂସଦ ମହେଶ ଶର୍ମାଙ୍କୁ ମଧ୍ୟ କରୋନା ଟୀକାକରଣ କରାଯାଇଛି ।
ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଶେର୍-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SKIMS) ରେ କୋଭିଡ -19 ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି ।
"ମୁଁ ଖୁସି ଅଟେ । ମୁଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଥମ ଟୀକା ନେବାକୁ ଇଚ୍ଛା ପ୍ରକାଶ କରିଥିଲି । ଯାହା ଦ୍ୱାରା ଅନ୍ୟମାନେ ମଧ୍ୟ ଏହି ଟିକା ଦ୍ୱାରା ଉପକୃତ ହୋଇପାରିବେ" ବୋଲି ଜଣେ ସ୍ୱେଚ୍ଛାସେବୀ କହିଛନ୍ତି ।
ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଉପସ୍ଥିତିରେ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣର ପ୍ରଥମ ପର୍ଯ୍ୟାୟ ।
ଆଜି ଦେଶବ୍ୟାପୀ COVID-19 ଟୀକାକରଣ ଡ୍ରାଇଭ୍ର ଲ୍ୟାଣ୍ଡମାର୍କ ଲଞ୍ଚ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଉଛି । ଆମେ ଆଶା କରୁଛୁ ଏହା ଏହି ମହାମାରୀ ସହ୍ୟ କରିଥିବା ସମସ୍ତ ଦୁଃଖକୁ ଦୂର କରିବା ପାଇଁ ଏକ ଉତ୍ତର ଭାବରେ ଆସିଛି : ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ
READ MORE
For Breaking News and Instant Updates
Allow Notifications
You have already subscribed
English summary
Vaccination drive for Coronavirus will start from today. PM Narendra Modi will inaugurate at 10.30 am.