କରୋନାକୁ ନେଇ ସାଙ୍ଘାତିକ ତଥ୍ୟ, ବାୟୁମଣ୍ଡଳରେ ରହିଛି କରୋନା ଭାଇରସ !
ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ SARS-CoV-2 ମଧ୍ୟ ବାୟୁ ମାଧ୍ୟମରେ ବିସ୍ତାର ହୋଇପାରେ । ଏହି ଅଧ୍ୟୟନ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।
ନୂଆଦିଲ୍ଲୀ : ଦୁଇ ବର୍ଷରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଛି । କ୍ରମାଗତ ଭାବରେ ଏହି ଭାଇରସ ବିଷୟରେ ନୂତନ ଅଧ୍ୟୟନ ଆସୁଛି, କିନ୍ତୁ ଏପର୍ଯ୍ୟନ୍ତ କରୋନା ଜୀବାଣୁ (SARS-CoV-2) ବିସ୍ତାର ବିଷୟରେ କୌଣସି ସଠିକ୍ ତଥ୍ୟ ସାମ୍ନାକୁ ଆସିପାରି ନାହିଁ । ବର୍ତ୍ତମାନ ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଏହି ସଂକ୍ରମଣ ବାୟୁରେ ବିସ୍ତାରିତ କରୋନା ଭାଇରସର କଣିକା ମାଧ୍ୟମରେ ବିସ୍ତାର ହୋଇପାରେ ।

ହାଇଦ୍ରାବାଦ ଏବଂ ମୋହାଲିର ଡାକ୍ତରଖାନା ସହିତ CSIR-CCMB ହାଇଦ୍ରାବାଦ ଏବଂ CSIR-IMTech ଚଣ୍ଡିଗଡ଼ର ବୈଜ୍ଞାନିକମାନେ ଏହି ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ SARS-CoV-2 ମଧ୍ୟ ବାୟୁ ମାଧ୍ୟମରେ ବିସ୍ତାର ହୋଇପାରେ । ଏହି ଅଧ୍ୟୟନ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।
ବୈଜ୍ଞାନିକମାନେ ଡାକ୍ତରଖାନା ତଥା କରୋନା ରୋଗୀଙ୍କ ବାସସ୍ଥାନରୁ ସଂଗୃହିତ ବାୟୁ ନମୁନାରୁ କରୋନା ଭାଇରସର ଜିନୋମ ବିଷୟବସ୍ତୁକୁ ବିଶ୍ଳେଷଣ କରିଥିଲେ ଏବଂ କରୋନା ରୋଗୀଙ୍କ ଚାରିପାଖରେ ଏହି ଭାଇରସ ବିସ୍ତାର ହୋଇଥିବାର ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି । ଏଭଳି ପରିସରରେ ଉପସ୍ଥିତ ରୋଗୀଙ୍କ ସଂଖ୍ୟା ସହିତ କରୋନା ପଜିଟିଭିଟି ହାର ବୃଦ୍ଧି ପାଇଲା । ଏହି ଅଧ୍ୟୟନରେ ସମ୍ପୃକ୍ତ ବୈଜ୍ଞନିକ ଶିବରଞ୍ଜନୀ ମୋହରୀର କହିଛନ୍ତି ଯେ ଏହି ଭୂତାଣୁ ଆଇସିୟୁ ଏବଂ ହସ୍ପିଟାଲର ଅଣ ଆଇସିୟୁ ୱାର୍ଡରେ ମଧ୍ୟ ମିଳିଛି । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଭାୟେବଲ୍ କରୋନାଭାଇରସ୍ ବାୟୁରେ ମଧ୍ୟ ମିଳିଥିଲା ଯାହା ଜୀବକୋଷକୁ ମଧ୍ୟ ସଂକ୍ରମିତ କରିପାରେ ।
ମୋହରୀର ଆହୁରି କହିଛନ୍ତି ଯେ ଆମର ଫଳାଫଳ ଦର୍ଶାଏ ଯେ ବନ୍ଦ ସ୍ଥାନରେ ଭେଣ୍ଟିଲେସନ୍ ଅଭାବରୁ କରୋନା ଭାଇରସ୍ କିଛି ସମୟ ବାୟୁରେ ରହିପାରେ । ଅଧ୍ୟୟନକୁ ଭିତ୍ତିକରି ବୈଜ୍ଞାନିକମାନେ କରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ଫେସ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications