ମେ ମାସରେ ତୀବ୍ର ହେବ କରୋନା ସଂକ୍ରମଣ, ଦୈନିକ ମୃତ୍ୟୁ ସଂଖ୍ୟା ଟପିବ 5 ହଜାର

ଭାରତରେ କରୋନା ସଂକ୍ରମଣ 15 ମେ ସୁଦ୍ଧା ତୀବ୍ର ହେବ । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ମେ ମାସ ମଧ୍ୟଭାଗରେ ଭାରତରେ ପ୍ରତିଦିନ 5,600 ଲୋକଙ୍କର କରନାଜନିତ ମୃତ୍ୟୁ ହେବାର ଆଶଙ୍କା ରହିଛି ।

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ 15 ମେ ସୁଦ୍ଧା ତୀବ୍ର ହେବ । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ମେ ମାସ ମଧ୍ୟଭାଗରେ ଭାରତରେ ପ୍ରତିଦିନ 5,600 ଲୋକଙ୍କର କରନାଜନିତ ମୃତ୍ୟୁ ହେବାର ଆଶଙ୍କା ରହିଛି । ଅପ୍ରେଲରୁ ଅଗଷ୍ଟ ମଧ୍ୟରେ ଦେଶରେ ପ୍ରାୟ ତିନି ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ଜୀବନ ହରାଇ ପାରନ୍ତି । ବର୍ତ୍ତମାନ 24 ଅପ୍ରେଲ ସୁଦ୍ଧା ଦେଶରେ କୋଭିଡ -19 ଯୋଗୁଁ 1 ଲକ୍ଷ 89 ହଜାର 544 ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 46 ହଜାର 786 ଟି ନୂଆ କରୋନା ମାମଲା ଆସିଥିବା ବେଳେ 2,624 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 66 ଲକ୍ଷ 10ହଜାର 481 କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ସକ୍ରିୟ ମାମଲା ସଂଖ୍ୟା ହେଉଛି 25 ଲକ୍ଷ 52 ହଜାର 940 । ଦେଶରେ ବର୍ତ୍ତମାନ ସୁଦ୍ଧା 1 କୋଟି 38 ଲକ୍ଷ 67 ହଜାର 997ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

corona-virus

ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ (IHME) ଦ୍ୱାରା 'COVID-19 ପ୍ରୋଜେକସନ' ଅଧ୍ୟୟନ କରାଯାଇଛି । ଯାହାକି 15 ଅପ୍ରେଲ 2021 ରେ ପ୍ରକାଶ ହୋଇଥିଲା । ଏହି ସର୍ଭେରେ ଦାବି କରାଯାଇଛି ଯେ, ଯଦି ଭାରତରେ କରୋନା ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ହିଁ କିଛି କରିପାରିବ । ଅଧ୍ୟୟନ ଦାବି କରିଛି ଯେ ଆଗାମୀ ଦିନରେ କରୋନା ମହାମାରୀର ଏହି ଲହର ଆଗରୁ ଆହୁରି ବିପଜ୍ଜନକ ହେବ ।

ଭାରତରେ କରୋନା ହେତୁ ହେଉଥଇବା ମୃତ୍ୟୁକୁ ନେଇ କୁହାଯାଇଛି, ମେ ମଧ୍ୟଭାଗରେ (ଅର୍ଥାତ୍ ପ୍ରାୟ 15 ମେ ) ସୁଦ୍ଧା ଭାରତରେ କରୋନା ସଂକ୍ରମଣ ତୀବ୍ର ହେବ । ମେ 10 ସୁଦ୍ଧା ଭାରତରେ ପ୍ରତିଦିନ 5,600 ରୁ ଅଧିକ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇପାରେ । ଅପ୍ରେଲ ମାସରୁ ଅଗଷ୍ଟ ପହିଲା ମଧ୍ୟରେ ଭାରତରେ ମୃତ୍ୟୁ ସଂଖ୍ୟା 3 ଲକ୍ଷ 29 ହଜାର ହେବ । ଏଥି ସହିତ, ଜୁଲାଇ 2021 ଶେଷ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା 6 ଲକ୍ଷ 65 ହଜାରକୁ ବୃଦ୍ଧି ପାଇପାରେ ବୋଲି ସର୍ଭେରେ କୁହାଯାଇଛି ।

ଅନୁସନ୍ଧାନ ମଧ୍ୟ ଦାବି କରିଛି ଯେ ଅପେରଲ ତୃତୀୟ ସପ୍ତାହ ଶେଷ ସୁଦ୍ଧା ଯଦି ଭାରତରେ ସମସ୍ତେ ମାସ୍କ ବ୍ୟବହାର କରନ୍ତି ତେବେ ଏହି ମୃତ୍ୟୁ ସଂଖ୍ୟା 70 ହଜାରକୁ ହ୍ରାସ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+