ହ୍ରାସ ପାଇଲା କରୋନା ସଂକ୍ରମଣ, ଗତ 24 ଘଣ୍ଟାରେ 32937 ନୂତନ ମାମଲା, ସୁସ୍ଥ ହେଲେ 35909

ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 32 ହଜାର 937 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 417 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 32 ହଜାର 937 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 417 ଜଣଙ୍କର ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ 35 ହଜାର 909 ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

CoronaVirus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 22 ଲକ୍ଷ 25 ହଜାର 5123 ରେ ପହଞ୍ଚିଛି ଏବଂ ଏଯାବତ୍ ମୋଟ 3 କୋଟି 14 ଲକ୍ଷ 11 ହଜାର 924 ଜଣ ସୁସ୍ଥ ହେଲେଣି । ଏହା ବ୍ୟତୀତ ଦେଶରେ କରୋନା କାରଣରୁ ମୋଟ 4 ଲକ୍ଷ 31 ହଜାର 642 ଜଣଙ୍କର ମୃତ୍ୟୁ ହୋଇଛି । ସେହପରି ବର୍ତ୍ତମାନ ଦେଶରେ 3 ଲକ୍ଷ 81 ହଜାର 947 ଜଣ ସକ୍ରିୟ ରୋଗୀ ଅଛନ୍ତି ।

16 ଜାନୁୟାରୀ 2021 ରୁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 54 କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ଆଜି ସୁଦ୍ଧା ଦେଶରେ ମୋଟ 54 କୋଟି 58 ଲକ୍ଷ 57 ହଜାର 108 ଡୋଜ୍ ଟିକା ଦିଆଯାଇଛି । ଏଥି ସହିତ, ଗତ 24 ଘଣ୍ଟାରେ 17, 43 , 114 ଡୋଜ୍ ଟିକା ଦିଆଯାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ 49, 48 , 05, 652 କରୋନା ନମୁନା ପରୀକ୍ଷା କରାଯାଇଛି । ଏହି ସମୟରେ, ଗତ 24 ଘଣ୍ଟା ମଧ୍ୟରେ 11, 81, 212 ନମୁନା ପରୀକ୍ଷା କରାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+