ସାମାନ୍ୟ ହ୍ରାସ ପାଇଲା କରୋନା ସଂକ୍ରମଣ, ଗତ 24 ଘଣ୍ଟାରେ 36083 ନୂତନ ମାମଲା, ସୁସ୍ଥ ହେଲେ 37927
ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36 ହଜାର 83 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 493 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36 ହଜାର 83 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 493 ଜଣଙ୍କର ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ 37 ହଜାର 927 ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 21 ଲକ୍ଷ 92 ହଜାର 576 ରେ ପହଞ୍ଚିଛି ଏବଂ ଏଯାବତ୍ ମୋଟ 3 କୋଟି 13 ଲକ୍ଷ 76 ହଜାର 15 ଜଣ ସୁସ୍ଥ ହେଲେଣି । ଏହା ବ୍ୟତୀତ ଦେଶରେ କରୋନା କାରଣରୁ ମୋଟ 4 ଲକ୍ଷ 31 ହଜାର 225 ଜଣଙ୍କର ମୃତ୍ୟୁ ହୋଇଛି । ସେହପରି ବର୍ତ୍ତମାନ ଦେଶରେ 3 ଲକ୍ଷ 85 ହଜାର 336 ଜଣ ସକ୍ରିୟ ରୋଗୀ ଅଛନ୍ତି ।
16 ଜାନୁୟାରୀ 2021 ରୁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 54 କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ରବିବାର (ଅଗଷ୍ଟ 15) ର ଆକଳନ ବିଷୟରେ କହିବାକୁ ଗଲେ ଦେଶରେ 54,38,46,290 ଟିକା ଦିଆଯାଇଛି । ଏଥି ସହିତ, ଗତ 24 ଘଣ୍ଟାରେ 73,50,553 ଡୋଜ୍ ଟିକା ଦିଆଯାଇଛି ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ 49,36,24,440 କରୋନା ନମୁନା ପରୀକ୍ଷା କରାଯାଇଛି । ଏହି ସମୟରେ, ଗତ 24 ଘଣ୍ଟା ମଧ୍ୟରେ 19,23,863 ନମୁନା ପରୀକ୍ଷା କରାଯାଇଛି ।












Click it and Unblock the Notifications