85 ପ୍ରତିଶତକୁ ବୃଦ୍ଧି ପାଇଲା ସୁସ୍ଥଙ୍କ ସଂଖ୍ୟା, 199 ଟି ଜିଲ୍ଲାରେ ତିନି ସପ୍ତାହ ଧରି ହ୍ରାସ ପାଉଛି ସଂକ୍ରମଣ ମାମଲା

ବର୍ତ୍ତମାନ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ହାର ମଧ୍ୟ 85% କୁ ବୃଦ୍ଧି ପାଇଛି । ଏହା ସହିତ ଦେଶର 199 ଟି ଜିଲ୍ଲାରେ ତିନି ସପ୍ତାହ ଧରି କ୍ରମାଗତ ଭାବରେ କରୋନା ସଂକ୍ରମଣ ମାମଲା ହ୍ରାସ ଘଟିଛି ।

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ହେବା ସହ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେଉଛି । ଏନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ହାର ମଧ୍ୟ 85% କୁ ବୃଦ୍ଧି ପାଇଛି । ଏହା ସହିତ ଦେଶର 199 ଟି ଜିଲ୍ଲାରେ ତିନି ସପ୍ତାହ ଧରି କ୍ରମାଗତ ଭାବରେ କରୋନା ସଂକ୍ରମଣ ମାମଲା ହ୍ରାସ ଘଟିଛି । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

luv-agarwal

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, ମେ 3 ତାରିଖରେ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 81.7 ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହା 85.6 ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 4,22,436 ରୋଗୀ ସୁସ୍ଥ ହୋଇଛନ୍ତି । ଯାହାକି ଦେଶରେ ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ସଂଖ୍ୟା ।

ଅଗ୍ରୱାଲ କହିଛନ୍ତି ଯେ ଆମେ ସୁସ୍ଥ ହେଉଥିବା ସଂଖ୍ୟାରେ ସକରାତ୍ମକ ଧାରା ଲକ୍ଷ୍ୟ କରୁଛୁ ଏବଂ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି । କେବଳ 8 ଟି ରାଜ୍ୟ ଅଛି ଯେଉଁଠାରେ ପ୍ରତିଦିନ 10,000 ରୁ ଅଧିକ ମାମଲା ଆସୁଛି । 26 ଟି ରାଜ୍ୟ ଯେଉଁଠାରେ ଦୈନିକ ରିପୋର୍ଟ ହୋଇଥିବା ମାମଲା ଅପେକ୍ଷା ସୁସ୍ଥ ହୋଇଥିବା ସଂଖ୍ୟା ଅଧିକ ।

ସେ କହିଛନ୍ତି ଯେ ମେ 7 ରେ ଦେଶରେ ପ୍ରାୟ 4,14,000 ନୂଆ ମାମଲା ହୋଇଥିଲା । ଗତ 24 ଘଣ୍ଟା ମଧ୍ୟରେ 2,63,000 ମାମଲା ଚିହ୍ନଟ ହୋଇଛି । ଗତ 2 ଦିନ ହେଲା ନୂଆ ମାମଲା 3 ଲକ୍ଷରୁ କମ୍ ରହିଛି । ମଇ 7 ରେ ଆସିଥିବା ମାମଲା ତୁଳନାରେ ଆଜିର ମାମଲା 27 ପ୍ରତିଶତ କମ୍ ଅଟେ । ସେଥିମଧ୍ୟରୁ 69 ପ୍ରତିଶତ ମାମଲା କେବଳ 8 ଟି ରାଜ୍ୟରେ ଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଦେଶର 1.8% ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଆମେରିକାରେ 10.1 ପ୍ରତିଶତ, ବ୍ରାଜିଲରେ 7.3 ପ୍ରତିଶତ, ଫ୍ରାନ୍ସରେ 9 ପ୍ରତିଶତ, ରୁଷରେ 3.4 ପ୍ରତିଶତ ଏବଂ ଇଟାଲୀରେ 7.4 ପ୍ରତିଶତ ସଂକ୍ରମଣ ହାର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+